ଅବ୍ୟକ୍ତ କୋହ
ଅବ୍ୟକ୍ତ କୋହ
ମନ ତଳେ ଯେତେ ଗୋପନ ସପନ
ବେଦନା ଯାତନା ଭରା
ଅବ୍ୟକ୍ତ କୋହ ସେ ମନ ଗହନର
କିଏ ସେ ବୁଝିବ ପରା ।
ସ୍ମୃତି ସବୁ କେବେ ଫୁଲ ହୋଇ ଫୁଟେ
କେବେ ଦୁଃଖର ପସରା
ଜୀଇଁବାକୁ ହୁଏ ସେ ସବୁ ସାଉଁଟି
ଝରାଇ ଲୁହର ଧାରା ।
ସପନରେ କେତେ ଅକୁହା ବେଦନା
ସତ ହୋଇ ପଶିଆସେ
ସ୍ବପ୍ନ ସରେ ନାହିଁ ରାତି ସରିଯାଏ
ଦୁଃଖ ମହ ମହ ବାସେ ।
ଚାଲୁ ଚାଲୁ ବାଟେ ଦେଖାହୁଏ କେବେ
ଅଜଣା ବାଟୋଇ କେତେ
ବାଟ ସରିଗଲେ ଯେ ଯାହା ବାଟରେ
ବଞ୍ଚିବାକୁ ହୁଏ ସତେ ।
ଚିହ୍ନା ମୁହଁ କେବେ ଅଚିହ୍ନା ସାଜନ୍ତି
ଦେଖି ନ ଦେଖିଲା ପରି
ଆପଣାର ଲୋକେ ଯନ୍ତ୍ରଣା ଦିଅନ୍ତି
ସବୁକଥା ଆଡ କରି ।
କହି ହୁଏନା କି ସହିବି ହୁଏନା
ମନକଥା ମନେ ମରେ
ଅବ୍ୟକ୍ତ କୋହ ତ ପ୍ରକାଶ ହୁଏନା
ସାରା ଦିନ ଝୁରି ହୁଏ ।