ଶ୍ରମର ମହତ୍ବ
ଶ୍ରମର ମହତ୍ବ
ମହୁମାଛି ମଧୂ ସଂଗ୍ରହ ଆଶାରେ,
ଉଡିଯାଇଥାଏ ଦୂର ଦୂରାନ୍ତରେ।
ଫୁଲରୁ ଫୁଲକୁ ସେ ଉଡି ବୁଲଇ,
ମଧୂ ସଂଗ୍ରହ କରେ ଆମରି ପାଇଁ ।
ଶ୍ରମେ ମହୁମାଛି ପୁରାଏ ଭଣ୍ଡାର,
ଆଳସ୍ଯ ହେଜି ହୁଅ କର୍ମ ତତ୍ପର ।
ବସି ଖାଇଲେ ନଈବାଲି ସରେ,
ଅଳସୁଆ ହେଲେ ବ୍ଯାଧିଗ୍ରାସ କରେ।
ଆଳସ୍ଯ କୁ ତେଜି କର୍ମଠ ହୋଇବା,
ପରିଶ୍ରମ ମୂଲ୍ୟ ଜୀବନେ ବୁଝିବା ।
ଶ୍ରମ କଲେ ପେଟ ନରୁହେ ଭୋକିଲା,
ଅଳସୁଆ ହେଲେ ବୁଡିବ ଯେ ଭେଳା।