STORYMIRROR

Satyanarayan Sahoo

Action Classics Inspirational

3  

Satyanarayan Sahoo

Action Classics Inspirational

ପଥ ପ୍ରଦର୍ଶକ ପିତା

ପଥ ପ୍ରଦର୍ଶକ ପିତା

1 min
115


ପଥ ପ୍ରଦର୍ଶକ ପିତା

ପିତା ହିଁ ଅଟନ୍ତି ପଥ ପ୍ରଦର୍ଶକ

ତାଙ୍କ ରି ଆଦର୍ଶ ଯାକ

ଅନୁସରି ଶିଶୁ ଆପଣା ଜୀବନେ

ସାଧେ କୃତୀତ୍ଵ ଅନେକ ।


ପିତା ଙ୍କ ଆକଟ ସଦାଚାର ନୀତି

କରି ସେ ଅବଲମ୍ବନ

ଜୀବନ କାଳ ରେ ଦିନେ ସହଜ ରେ

ହୋଇ ଥାଏ ସୁମହାନ ।


ତାହା ଙ୍କ ର ନିଷ୍ଠା କରାଏ ପ୍ରତିଷ୍ଠା

ସମାଜ ରେ ବହୁ ଭାବେ

ଉଦ୍ୟମ ସାହସ ଦିଅଇ ସୁଯଶ

ପିତା ଙ୍କ ଠାରୁ ହିଁ ଲଭେ ।


ଜୀବନ ନାଟକେ ପ୍ରତ୍ୟେକ ମୁହୂର୍ତ୍ତ ରେ

ପିତା ଙ୍କ ଅଭି ପ୍ରେରଣା

ଘେନି ନୂଆ ରlହା ଅନୁସରି ଥାନ୍ତି

ସଭିଏଁ ଜୀବନେ ସିନା ।


ଯେତେ ବିଘ୍ନ ବାଧା ଆଉ ଅସୁବିଧା

ଦୁରାନ୍ତି ଧରି ସାହସ

ଦୁଃଖ ଶୋକ କୋହ ମରମ ରେ ଚାପି

ଆନ ମୁଖେ ଦ୍ୟନ୍ତି ହସ ।


ଅବୁଝା କଥା କୁ ବୁଝାଇ ଦିଅନ୍ତି

କରି ଆଦର , ସେନେହ

ଅଳି ଓ ଅଝଟ ସହି ସେ ଯାଆନ୍ତି

ଦୟା , କରୁଣା , ଉତ୍ସାହ ।


ଉଦ୍ୟମ ପଟୁତl , ସହଯୋଗ ନିଷ୍ଠା

ସବୁ ଶିଖୁ ତାଙ୍କ ଠାରୁ

ପ୍ରତି ହୃଦେ ପ୍ରୀତି , ସରାଗ , ସୌହାର୍ଦ୍ୟ

ଭାବ ସବୁ ଅନୁସରୁ ।


କୌଳିକ ବିଦ୍ୟା ଓ ବୃତ୍ତି ର ଦକ୍ଷତା

ପିତା ହିଁ ଥାନ୍ତି ଶିଖାଇ

ସମାଜେ ସମ୍ମାନ ରଖନ୍ତି ସଭିଏଁ 

ସିନା ପିତା ଙ୍କର ପାଇଁ ।


ଅଜଣା , ଅଶୁଣା , ବିଷୟ ରେ ନାନା

ପରାମର୍ଶ ପ୍ରଦାନ ରେ

ପିତା ହିଁ ଅଟନ୍ତି ପଥ ପ୍ରଦର୍ଶକ

 ପ୍ରତି ଗୃହ ପରିବାରେ ।



Rate this content
Log in

Similar oriya poem from Action