Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

ଶ୍ରାବଣୀ ଆସିଛି ଶ୍ରାବଣ ନେଇ

ଶ୍ରାବଣୀ ଆସିଛି ଶ୍ରାବଣ ନେଇ

1 min
154



ଶ୍ରାବଣୀ ଆସିଛି ଶ୍ରାବଣ ନେଇ

ଶ୍ରାବଣୀ ଆସିଛି ଶ୍ରାବଣ କୁ ନେଇ

ହସେ ବିଲ ବନ ଭୂଇଁ

ନବ କିସଳୟ କେଡେ କମନୀୟ

ପବନ ରେ ଦୋହଲଇ ।


ଝିପି ଝିପି ବର୍ଷା ଟିକି ଟିକି ଟୋପା

ଗଛ ପତରେ ପଡଇ

ଚାଷୀ ମନେ ଖୁସି ଯାଏ ହସି ହସି

ଚାଷ କାମେ ମାତି ରହି ।


ଆହା କି ଆନନ୍ଦ ବରଷେ ବାରିଦ

ଗଛ ଲତା , ତରୁ ତୃଣ

ନବ ଜଳଧାର ପରଶେ ରୁଚିର

ବଢ଼ି ଦିଶେ ଛନ ଛନ ।


ଶ୍ରାବଣ ଆଗମେ କାଉଡ଼ିଆ ଗମେ

ଶ୍ରାବଣ ସୋମ ବାର ରେ

ବୋଲ ବମ୍ ଧ୍ଵନି କରି ଭାର ଘେନି

ଢାଳଇ ଶିବ ମନ୍ଦିରେ ।


ମୟୂର ନର୍ତ୍ତନ ବେଙ୍ଗ ଗରଜନ

ସହିତ ଶ୍ରାବଣ ମାସ

ନାନା ଫୁଲ ଫଳ ଭାର ସବିପୂଳ 

ଯୋଗାଇ କରେ ହରଷ ।


Rate this content
Log in

Similar oriya poem from Romance