Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Action Classics

3  

Chittaranjan Nanda

Abstract Action Classics

ସନ୍ଦେହରେ ଦଳି ଚକଟି ନହୁଅ

ସନ୍ଦେହରେ ଦଳି ଚକଟି ନହୁଅ

1 min
204



ମଣିଷ ଭିତରେ ସତ୍ୱ, ରଜ, ତମ, ଅର୍ଥ, 

କାମ ଭରି ରହିଛି

ପ୍ରତ୍ୟେକଙ୍କର ଜୀବନରେ ପରା ସୁଖ ଓ 

ଦୁଃଖ ଭରି ରହିଛି |୧|


ଅଧିକାଂଶଙ୍କୁ ଦୁନିଆରେ ଜ୍ଞାନ ଥାଇ ଅର୍ଥ

ଅନ୍ଧ କରି ଥାଏ 

ଜାଣିଅଛେ ମଣିଷର ଶ୍ରେଷ୍ଠ ଧନ ଯାହାର

ବିଦ୍ୟା ରହିଥାଏ |୨|


ପଥ ଚାଲିବାକୁ, ସଂପର୍କ ସହ ଭରସା ରଖି

ଥିବା ନିଜ ଉପରେ

ମଣିଷର ଭୂଷଣ ସରଳତା, ଉତ୍ସାହ, ଦୃଢ଼ତା

ଓ ନିଷ୍କାମତାରେ |୩|


ଜ୍ଞାନ ବିଦ୍ୟା ଥାଇ ମଧ୍ୟ ମଣିଷ ସନ୍ଦେହରେ

ଅନ୍ଧାରରେ ବୁଲେ

ନିନ୍ଦିତ ଲଜ୍ଜ୍ୟା କର୍ମକୁ ଗର୍ବରେ ଶ୍ରେଷ୍ଠ ବୋଲି

କୁହି ବୁଲେ |୪|


ସନ୍ଦେହ କିଆଁ ଆସେ ଅନେକ ଥର ମନରେ 

ମୋର ବି ଆସିଛି 

ସନ୍ଦେହରେ ଅନ୍ଧାରର ଗତିକୁ ଦେଖି ମନରେ

ପ୍ରଶ୍ନ ମୁଁ ପଚାରିଛି |୫|


ବର୍ଷ ମାସ ଦିନ ଧରି, ମାଣ ମାଣ ଲୁହେ ଆପତ୍ତି

ଓ ଅଭିଯୋଗ ସବୁ ଶୁଣିଛି

ନିବିଡ ଥିବା ଆତ୍ମୀୟତାର ଅପହଞ୍ଚ ଦୂରତାକୁ 

ବି କେତେ ଅନୁଭବ କରିଛି |୬|


ବନ୍ଧୁତା ସଚ୍ଚୋଟ ପ୍ରେମରେ କପଟତା ବଢ଼ିବା

ଉପଲବ୍ଧି କରିଛି 

ଦିନରାତି ନାହିଁ ସନ୍ଦେହରେ, ଜୟ ତ ହୁଏନି, 

ଖାଲି ଦୁଃଖ ବଢ଼ିଛି |୭|

        

ଜୀବନର ଶ୍ରେଷ୍ଠ ଗୁରୁ, ଜୀବନରେ ବିଭିନ୍ନ ଗୁରୁ 

ଦ୍ୱାରା ପ୍ରାପ୍ତ ଆତ୍ମ ଜ୍ଞାନ 

ଏହି ସନ୍ଦେଶ ନୁହେଁ ତ ମୋର, ଭରସା ରଖ ନିଜ 

ଉପର, ସନ୍ଦେହ ନକରି କଟାଅ ଜୀବନ |୮|


ସକାଳ ସଞ୍ଜର ଜୀବନ ଭିତରେ ସନ୍ଦେହର ସମସ୍ୟା 

ଧସେଇ ପଶି ଥାଏ

ସନ୍ଦେହରେ ଦଳି ଚକଟି ନହୋଇ ବିବେକରେ କାମ 

କଲେ ତାହା ଲିଭି ଯାଏ |୯|



Rate this content
Log in

Similar oriya poem from Abstract