ତମ ପ୍ରଶ୍ନରେ ନିରୁତ୍ତର
ତମ ପ୍ରଶ୍ନରେ ନିରୁତ୍ତର
ତମ ପ୍ରଶ୍ନରେ ନିରୁତ୍ତୋର କେବଳ ମୁଁ ଏକା ନୁହେଁ
ଯେ କେହି ବି ଶୁଣିଲେ ରହିଥାନ୍ତି ଧିର ନୀରବ
ସାରା ସମାଜରେ ପାଟି ଫିଟାନ୍ତି ନାହିଁ କେହି,
ତୁମର ପ୍ରଶ୍ନଟି ଠିକ୍ ଭୁଲ୍ ତ୍ରୁଟି କି ସନ୍ଦେହ ନାହିଁ
ବାସ୍ତବରେ ପ୍ରେମ ଅମର ଶାଶ୍ଵତ ଚିରନ୍ତନ ସତ୍ୟ
ସମସ୍ତେ ଆନ୍ତରିକ ମୁକ୍ତ କଣ୍ଠରେ କରନ୍ତି ପ୍ରକାଶ
ପ୍ରେମର ମଧୁର ବନ୍ଧନରେ ବନ୍ଧା ସାରା ଦୁନିଆଁ
ତରୁଣ ତରୁଣୀମାନେ ହୋଇ ଉଠନ୍ତି ସ୍ଵପ୍ନ ବିଳାସି
ତା'ର ସାର୍ଥକତା ପାଇଁ ମନେ ସଞ୍ଚି ରଖନ୍ତି ଆଶା
ମନ ସାଥେ ମନ ମିଶିଯାଏ ଯେବେ ଉଭୟଙ୍କର
ପରସ୍ପର ମଧ୍ୟେ ସ୍ଥାପିତ ହୁଏ ପ୍ରେମର ସଂପର୍କ
ମାତ୍ର ଏ ସମ୍ପର୍କକୁ ସମାଜ ଦେଖେ ଆଡ଼ ଆଖିରେ
ସମର୍ଥନ କରନ୍ତି ନାହିଁ ବାପା ମାଆ କି ଅନ୍ୟମାନେ
ମିଳେନା ତାଙ୍କୁ ସାମାଜିକ ନ୍ୟାୟିକ ସ୍ଵୀକୃତି
ପ୍ରେମକୁ ରଖିବାକୁ ଅମର ହୁଅନ୍ତି ସଂକଳ୍ପବଦ୍ଧ
ପ୍ରଶ୍ନ ତୁମର ଏ ପ୍ରେମକୁ ବିରୋଧ କରନ୍ତି କାହିଁକି
ସାମାଜିକ ସମର୍ଥନରେ ପା'ନ୍ତି ନାହିଁ ପ୍ରେମର ସ୍ଵୀକୃତି
ଆଜି ବି ଏ ପ୍ରେମର ବିରୋଧ କରନ୍ତି ଆତ୍ମୀୟଜନ
ତେବେ ପ୍ରେମ ଅମର ଶାଶ୍ଵତ ଚିରନ୍ତନ କେମିତି
ଏ କଣ ହୋଇପାରେ ସତ୍ୟ ଯା'କୁ ଗ୍ରହଣ କରନ୍ତିନି
ନିଜ ରକ୍ତର ସଂପର୍କୀୟ ତଥା ବନ୍ଧୁବାନ୍ଧବ ଯେତେ
ତମ ପ୍ରଶ୍ନରେ ନିରୁତ୍ତୋର ହୋଇ ବି ସମସ୍ତେ
ଯେବେ ଆସେ ନିଜର ସମସ୍ୟା ଆଚରନ୍ତି ପୂର୍ବବତ୍।

