Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Others

3  

Bharatabandhu Biswal

Action Inspirational Others

ବର୍ଷା ଆଉ ପ୍ରକୃତି

ବର୍ଷା ଆଉ ପ୍ରକୃତି

1 min
123



ବର୍ଷା ଆଉ ପ୍ରକୃତିର ସଙ୍ଗତରେ

    ଗୁଞ୍ଜେ ଗୀତ ମଧୁର ସଙ୍ଗୀତ

ସମତାଳ ଏକଲୟ ପଦପାତେ

    ଜୀବନ ବି କରୁଥାଏ ନୃତ୍ଯ ।

ଦୂର ହୁଏ ପ୍ରକୃତିର ନୀରସତା

     ଉଷ୍ମ ଶୁଷ୍କ ଗ୍ରୀଷମ ପ୍ରବାହ

ବିନ୍ଦୁ ବିନ୍ଦୁ ଅବପାତେ ପୂରି ଉଠେ

     ନଦୀ ନାଳ ତଡାଗ ହୃଦୟ ।

ଉଲ୍ଲସେ ସବୁଜ ପ୍ରାଣ ମହାନନ୍ଦେ

     ଉନ୍ମେଷଇ ବୀଜରୁ ଅଙ୍କୁର

ବୃଦ୍ଧି ପାଏ କୃଷି କର୍ମ ତତ୍ପରତା

     ମନ ହୁଏ ସ୍ବପନେ ବିଭୋର ।

ଉଜାଗର କରେ ବର୍ଷା ଭାବକଳ୍ପ

     ସୃଜନର ନବ ଉଦ୍ଦୀପନା

ମଧୁମୟ ସ୍ନେହ ପ୍ରେମ ଅନୁରାଗ

      ଛନ୍ଦାୟିତ ହୁଏ ସଦ୍ଭାବନା ।

ସାରସ୍ବତ ସାଧନାରେ ନିମଜ୍ଜିତ

      କବି କୁଳ ବିଦଗ୍ଧ ଭାବୁକ

ପ୍ରବନ୍ଧ ଓ କାବ୍ଯ ଗୀତ ରଚନାରେ

      ଅହର୍ନିଶ ହୁଅନ୍ତି ପ୍ରବୃତ୍ତ ।

      



Rate this content
Log in

Similar oriya poem from Action