STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ବର୍ଷାରେ

ବର୍ଷାରେ

1 min
182


ବର୍ଷାରେ ଭିଜିବାରେ ନାହିଁ ଜମା ଦୁଃଖ

ଭିଜାଇ ମନ ପାଇବାକୁ ସୁଖ

ଡର ଲାଗେ ହେବ କାଳେ ଏ ଦେହ ଅସୁଖ

ଝରକା ସେପଟେ ବର୍ଷା ଦିଏ ଡାକ

ବେଙ୍ଗ ରଡି ଘଡଘଡି ବିଜୁଳି ଓ ଚଡ଼ଚଡ଼ି

ରଖ କଳା ଶ୍ରୀମୁଖ ପଦ୍ମମୁଖ

ନିଜ ଲୁହ ପିଇଯାଏ ଓଠ ବର୍ଷା କରେ ନାଟ

ମନ ପ୍ରଜାପତି ଯାଏ ପ୍ରେମହାଟ

ବାହାରେ ବରଷା ଭିତରେ ବରଷା ଜଳେ ଜାଳେ

ଜୀବନର ଆଉ ଗୋଟେ ହାଟ

ସଉଦା ଓ ସୌଦାଗର ଆଣେ ବରଷା ବେଭାର

ଜୀବନରେ ବରଷାର ନାଟ

ଜଳତରଙ୍ଗର ରଙ୍ଗ ଶ୍ରାବଣୀରେ ତରଙ୍ଗ

କେବେ ପ୍ରେମ ଫୁଲ ଫୁଟି ଫାଟ

ବରଷା ଗଜରା ହାର ପିନ୍ଧାଏ ମନ ସୌଦାଗର

କହି ମେଘ ସଵାରୀରେ ବର୍ଷାର ନାଟ

ଜୀବନ ରଙ୍ଗମଞ୍ଚେ ବର୍ଷା ଆଣେ ସାତରଙ୍ଗ ଇନ୍ଦ୍ରଧନୁ

ଖୋଲି ଜୀବନର ରୁଦ୍ଧ ଝରକା କବାଟ

ବରଷା ଗଜଲ ଗାଇ ସାଧବବୋହୁଟା ଯାଇ

ଫିଟାଏ ଦ୍ଵନ୍ଦ କାଇଁଚ କବାଟ

ବରଷା ଆସିଛି ବୋଲି ମୟୂର ନାଚୁଛି ଖାଲି

ଟେକି ପୁଚ୍ଛ ନୀଳନିମନ୍ତ୍ରଣରେ ନାହିଁ ଆକଟ

ନଈରେ ବରଷା ସୁଅ କହୁଛି ସମୁଦ୍ରେ ମିଶିବ ଯାଅ

ନାହିଁ ଗିରିଶମର ବିଭ୍ରାଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract