STORYMIRROR

Pratima Satpathy

Action

3  

Pratima Satpathy

Action

ପ୍ରଶ୍ନ

ପ୍ରଶ୍ନ

1 min
138


 କିଏ ଦେବ ମାଆ ମମତାର

            ପ୍ରତିଦାନ

ବାପାଙ୍କ ସ୍ନେହ ଓ ଗୁରୁଙ୍କ

            ଦକ୍ଷିଣା ମାନ

କିଏସେ ଗଣିପାରିବ

           ଆକାଶର ତାରା

ବର୍ଷାଦିନେ ପଡୁଥିବା 

           ଶ୍ରାବଣର ଧାରା

କଳନା କେ କରିଦେବ

            ଦରିଆର ପାଣି

ବିଭୁପ୍ରେମ କେତେମିଠା 

            କେ ପାରିବ ଜାଣି

ନଈ ବାଲି କେତେ ଅଛି

           କେ ଦେବ ହିସାବ

ପ୍ରାଣ ଛାଡ଼ିଗଲେ ଦେହୁ

          କେଣେ ଯାଏ ଜିବ

ପରମାତ୍ମା ବାସ କରୁଛନ୍ତି

            କେଉଁଠାରେ

ସରଗ ମରତ ଅବା

         ପାତାଳ ପୁରୀରେ

ଏ ପ୍ରଶ୍ନର ଉତ୍ତର ଯିଏ

           ଦେଇଦେବ

ସିଏ ଏ ଭାରତ ବର୍ଷେ

          ସୁନା ପିଲା ହେବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action