ପ୍ରଶ୍ନ
ପ୍ରଶ୍ନ
କିଏ ଦେବ ମାଆ ମମତାର
ପ୍ରତିଦାନ
ବାପାଙ୍କ ସ୍ନେହ ଓ ଗୁରୁଙ୍କ
ଦକ୍ଷିଣା ମାନ
କିଏସେ ଗଣିପାରିବ
ଆକାଶର ତାରା
ବର୍ଷାଦିନେ ପଡୁଥିବା
ଶ୍ରାବଣର ଧାରା
କଳନା କେ କରିଦେବ
ଦରିଆର ପାଣି
ବିଭୁପ୍ରେମ କେତେମିଠା
କେ ପାରିବ ଜାଣି
ନଈ ବାଲି କେତେ ଅଛି
କେ ଦେବ ହିସାବ
ପ୍ରାଣ ଛାଡ଼ିଗଲେ ଦେହୁ
କେଣେ ଯାଏ ଜିବ
ପରମାତ୍ମା ବାସ କରୁଛନ୍ତି
କେଉଁଠାରେ
ସରଗ ମରତ ଅବା
ପାତାଳ ପୁରୀରେ
ଏ ପ୍ରଶ୍ନର ଉତ୍ତର ଯିଏ
ଦେଇଦେବ
ସିଏ ଏ ଭାରତ ବର୍ଷେ
ସୁନା ପିଲା ହେବ ।
