STORYMIRROR

Sunanda Mohanty

Abstract Action Classics

3  

Sunanda Mohanty

Abstract Action Classics

ସର୍ବନିୟନ୍ତା

ସର୍ବନିୟନ୍ତା

1 min
176


ଅସ୍ତିତ୍ବର ଶେଷ ନିଷ୍ପତ୍ତି

ନୁହେଁ ଆତ୍ମହତ୍ୟା

ନିଜ ପ୍ରକାଶେ ବିକଶିବା

ଆସୁ ଯେତେ ଝଡ଼ ବାତ୍ୟା

ପ୍ରଭୁଙ୍କ ଦାନ ଏ ଜୀବନ

ମହାପାପ ନିଜ ହାତେ ନିଜ ହତ୍ୟା

ପାପ ପୁଣ୍ୟ ଦୁଃଖ ସୁଖ ସବୁର

ଉର୍ଦ୍ଧରେ ଅଛନ୍ତି ଜଗତର ପିତା

ମୁଁ କିଏ ତୁ କିଏ ସେ କିଏ

ସତ୍ୟ ଏକା ଚଳନ୍ତି ପିତାମାତା

ତା ପରେ ପ୍ରାଣୀ ଶ୍ରେଷ୍ଠ

ନିଶ୍ଚୟ ଗୋମାତା

ସବୁରି ଉର୍ଦ୍ଧରେ ଲଷ୍ମୀ ନାରାୟଣ

ସଭିଙ୍କ ଜନ୍ମଦାତା

କରିବାନି ବୃକ୍ଷହତ୍ୟା, ଗୋ ହତ୍ୟା

ଆସୁ ଯେତେ ଦୁଃଖ ଦୈନ୍ୟ ଯାତନା

ଆମେ କିଏ ନେବାକୁ ଆମ ଜୀବନ

ସହିବାକୁ ହେବ ଛୋଟ ଛୋଟ କଥା

ଶିକ୍ଷା ଦୀକ୍ଷା ସଂସ୍କୃତି ସଂହତି ଭିତରେ

ଜଗନ୍ନାଥ ପୁଲି ଧରି

ନିର୍ଦେଶଦାତା ବତାନ୍ତି ପଥ ପାଥେୟ

ଯେଣୁ ମୁକ୍ତିଦାତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract