STORYMIRROR

DEEPALI JENA

Action

3  

DEEPALI JENA

Action

ପ୍ରଶ୍ନ

ପ୍ରଶ୍ନ

1 min
129

ଜୀବନରେ କେତେ ପ୍ରଶ୍ନ 

ଆଜି ଖୋଜି ପାଏନା ତା ଉତ୍ତର 

ନୀରବରେ ଭାବେ ବସି 

କିଏ ସ୍ରୃଷ୍ଟି କରିଥିଲା ପ୍ରଶ୍ନବାଚୀ ଏ ଜୀବନର?

କେବେ କେବେ ପଚାରେ ନିଜକୁ 

କାହିଁକି ଆଜି ମୁଁ ଅଲୋଡା କାହାପାଇଁ ?

ବାଲିଚର ଆସି ମାଡିଯାଏ 

ଉତ୍ତର ପାଇବା ମୋ ଅଧାରେ ରୁହେ

ପୁଣି ଗୋଟେ ନୁଆ ପ୍ରଶ୍ନ ଆରମ୍ଭ ହୁଏ 

କିଏ ଗଢିଥିଲା ଏ ଜୀବନ,

କାହିଁକି ମୋ ବୋଉ ଅନ୍ଧାର ପେଟ ଭିତରୁ

ବାହାରି ଆସିଥିଲି ଟିକେ ଆଲୁଅ ଲୋଭରେ

ଆଜି ସେ ଆଲୁଅ ଜାଳେ

ହିସାବ ମାଗେ ମୋ ଜୀବନ ତମାମ୍ ର

ସମୟ ପ୍ରଶ୍ନ କରେ ଆଉ ଏ ଜୀବନ ବି 

ଏ ସବୁର ଉତ୍ତରରେ

ମୁଁ ପାଏ ଗୋଟେ ବଡ ପ୍ରଶ୍ନର ମାଇଲ୍ ଖୁଣ୍ଟ 

ଯାହାର କି ଉତ୍ତର ପାଇବା କଷ୍ଟ !



Rate this content
Log in

Similar oriya poem from Action