STORYMIRROR

Sunanda Mohanty

Abstract Action Classics

3  

Sunanda Mohanty

Abstract Action Classics

ପ୍ରେମ ପଞ୍ଚାମୃତ

ପ୍ରେମ ପଞ୍ଚାମୃତ

1 min
138


ପ୍ରେମମୟ ଏ ଜଗତ ତା ସଙ୍ଗେ ପ୍ରେମ

ପ୍ରତାରଣା ନଥାଏ ସେଠି

ପ୍ରତିଶ୍ରୁତି ଭରା ପ୍ରେମ ପଥଟି

ବିରହ ନଥାଏ ବଇଁଶୀ ବଜେ ଯେବେଟି ll

ପ୍ରେମେ ବନ୍ଧା ଥାଏ ତା ମନ୍ଦିର ନେତ ଗୋଟି

ଛଳନା ଜାଣେନା ରାଧା ମାଆଟି

ଧୋକା ଦେଇ ଯେବେ ଗଲା ଗୋପରୁ ମଥୁରା

ଭୁଲିଗଲା ରହି କାହ୍ନୁ ସେଇଠି ll

ଆଜି କଳ୍କୀ ଅବତାରେ ଜଗନ୍ନାଥ ଧାମେ

ଶ୍ରୀକ୍ଷେତ୍ରପତି ବୋଲାଇ ପଢେ ଲୁଚେଇ

ଗୋପର ଚିଠି, ଲେଖିଛି ରାଧା ମାଇଟି

ଜାଣିଦେବେ କାଳେ ବଡଭାଇ ଓ ଭଉଣୀ ll

ଲୁଚାଇ ଖୋସେ ଚିଠିକୁ ଅଣ୍ଟି

ଅଛି ସେହି ଅନୁରାଗ ଅଛି ସେହି ପ୍ରେମ

କେମିତି ଭୁଲିବ ପ୍ରଥମ ପ୍ରେମର ମାଟି

ସେହି ଗୋପମାଟି ସ୍ମୃତିକୁ ସାଉଁଟି ll

ବଡଦାଣ୍ଡେ କାଳିଆ ରଥ ନିଏଟି

ଏପଟ ସେପଟ ବାଁ ଡାହାଣ ଖୋଜୁଥାଏଟି

ଲଷ୍ମୀ ସାଆନ୍ତାଣୀ ରଥ ଭାଙ୍ଗି ପୁଣି

ହେରା ପଞ୍ଚମୀରେ ମନେ ପକେଇ ଦିଅନ୍ତି କଥାଟି

ମୁଁ ସେହି ଗୋପାଳୁଣୀ ରାଧା ମାଇଟି ll

ନିଜେ ପ୍ରଭୁ ଯାଆ ଲଷ୍ମୀ ହୋଇ କହି ଭୁଲିଗଲଟି

ଏହି ଭୁଲାପଣ ତୁମର ସାଆନ୍ତ

ପ୍ରେମ ପଞ୍ଚାମୃତ ଭୁଲ ହୁଏଟି

ହେରା ପଞ୍ଚମୀରେ ମନେପକାଇ ଦେବାକୁ l

 ରଥ କାଷ୍ଠ ଭାଙ୍ଗିଛି ଗୋଟି

ଏଥର ତ ନାଥ ପ୍ରେମ ପଞ୍ଚାକ୍ଷର

ଜଗନ୍ନାଥ ପାଠ ପଢ଼ ଗୋଟି ଗୋଟି

ବାହୁଡା଼, ସୁନାବେଶ, ଅଧରପଣା ସାରି ଲେଉଟି

ରସଗୋଲା ହସ୍ତେ ଲଷ୍ମୀଙ୍କୁ ସମର୍ପି ll

 ଜଗନ୍ନାଥ ପଢ଼ନ୍ତି ପ୍ରେମ ପାଠଟି

ସନ୍ତୁଷ୍ଟ ଏଥର ହେଲ ଦେଵୀଟି?

ଆରବରଷକୁ ରଥଯାତ ବେଳେ

କଥା ହେବା ସେତେବେଳେ ସେଇଠି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract