ଶ୍ରlବଣ ର ପ୍ରୀତି ସ୍ପର୍ଶ
ଶ୍ରlବଣ ର ପ୍ରୀତି ସ୍ପର୍ଶ
ଶ୍ରାବଣ ର ପ୍ରୀତି ସ୍ପର୍ଶେ ହସେ ବସୁମତୀ
ପଲ୍ଲବିତ ତରୁ ତୃଣ କିଶଳୟ କାନ୍ତି ।
ରମ୍ୟ ସୁକୋମଳ ଜ୍ୟୋତି କରଇ ରଞ୍ଜନ
ନବ ବିଭା ବିଭାଶିତ ହୁଏ ବିଲ ବନ ।
ବୃକ୍ଷ , ଲତା , ତରୁ , ବଲ୍ଲୀ କୁସୁମ ସଂଭାରେ
ଭରି ଉଠେ ବରଷା ରାଣୀ ର ପରଶ ରେ ।
ପୁରି ଉଠେ ଶୁଷ୍କ , ନଦୀ ନାଳ ଜଳାଶୟ
ଜଳ ପ୍ଲାବନ ରେ ଧରା କେଡେ ଶୋଭା ମୟ ।
ନୃତ୍ୟ ରଚେ ଶିଖି ରଙ୍ଗେ , ଫୁଟଇ କଦମ୍ବ
ସୁଗନ୍ଧ ମହକ ଛୁ ଟେ ରଡି ଛାଡେ ବେଙ୍ଗ ।
ଚାଷ କାମ ଆରମ୍ଭଇ ଖେତେ ଚାଷୀ ଭାଇ
ସବୁରି ମନ ରେ ଶାନ୍ତି ତୃପ୍ତି ଯାଏ ଭରି ।
ଶ୍ରାବଣ ର ପ୍ରୀତି ସ୍ରୋତ ପ୍ରବାହିତ କରି
ମଧୁର ମୂର୍ଚ୍ଛନା ଭରା ପୁଲକେ ଶିହରୀ ।
ଉଠେ ଜନ ମନ ଚିତ୍ତ ଅନୁରାଗେ ଭରା
ଅବିରତ ଝରୁ ଥାଏ ବରଷା ର ଧାରା ।
ଶ୍ରାବଣ ମାସରେ ହୁଏ ଶିବେ ଜଳ ଲାଗି
କାଉଡ଼ିଆ ବାହାରନ୍ତି ଧରିଣ ବାହୁଙ୍ଗି ।
ନଦୀ ନାଳ ସୁପବିତ୍ର ଜଳ କରି ଭାର
ଦଳ ଦଳ ହୋଇ ଯାନ୍ତି ସେ ଶିବ ମନ୍ଦିର ।
ଶ୍ରାବଣ ର ପ୍ରତି ସୋମ ବାରେ ଏହି ପରି
ଚାଲୁ ଥାନ୍ତି ଉର୍ଚ୍ଚlରିଣ ବୋଲ ବମ୍ ରଡି ।
ନାନା ଫୁଲ ଫଳ ମଧୁ ଝରା ଦିବ୍ୟ ଗନ୍ଧେ
ସୁବାସିତ ହୁଏ ଊର୍ବୀ ଆହା କି ଆନନ୍ଦେ ।
ଉଚ୍ଛୁଳି ଉଠଇ ମନ ପ୍ରାଣ ନିରନ୍ତର
ଶ୍ରାବଣ ର ପ୍ରୀତି ସ୍ପର୍ଶ କେଡେ ସୁଖ କର ।
