STORYMIRROR

Pratima Satpathy

Action

3  

Pratima Satpathy

Action

କହିଲ ଦେଖି ମୋ ନାଁ

କହିଲ ଦେଖି ମୋ ନାଁ

1 min
165


କହିଲ ଦେଖି ମୋ ନାଆଁ

ଛଅଟି ଅକ୍ଷରେ ମୋହରି ନାଁ

ଯାଜପୁରର ମୁଁ ଗୋଟିଏ ଗାଁ

ପ୍ରଥମ ଦ୍ୱିତୀୟ ଦେଲେ ମିଶାଇ

ଅଂଶ ବିଶେଷକୁ ଦିଏ ବୁଝାଇ

ତୃତୀୟ ଦ୍ୱିତୀୟ ଏକତ୍ର ହେଲେ

ମାଛ ଧରେ ଛକି ମୁଁ ପାଣି କୂଳେ 

ଦ୍ୱିତୀୟ ପ୍ରଥମ ଦୁଇ ଅକ୍ଷର

ନାରୀର ସୌନ୍ଦର୍ଯ୍ୟେ ମୁଁ ଅଟେ ସାର

ପ୍ରଥମ ଚତୁର୍ଥ ଯୋଗ କରିଲେ

ସବୁ ଖାଦ୍ୟ ପେୟ ରହେ ମୋ ତଳେ

ଦ୍ୱିତୀୟ ତୃତୀୟ ହୋଇଲେ ଏକ

ମରୁଭୂମି ରେ ମୁଁ ବିଶାଳ ବୃକ୍ଷ

ଆଦ୍ୟରୁ ପ୍ରଥମ ଚାରିଅକ୍ଷର 

ସବୁ ଧର୍ମଗ୍ରନ୍ଥ ମଧ୍ୟେ ମୁଁ ସାର

ପଞ୍ଚମ ଷଷ୍ଠ ର ହେଲେ ମିଳନ

ପିଠା ଭିତରେ ମୁଁ ରହେ ଲୁଚିଣ

ମୋ ନାଆଁଟିକୁ କହିବ ଯିଏ

ଚକୋଲେଟ୍ ଟିଏ ପାଇବ ସିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action