କହିଲ ଦେଖି ମୋ ନାଁ
କହିଲ ଦେଖି ମୋ ନାଁ
କହିଲ ଦେଖି ମୋ ନାଆଁ
ଛଅଟି ଅକ୍ଷରେ ମୋହରି ନାଁ
ଯାଜପୁରର ମୁଁ ଗୋଟିଏ ଗାଁ
ପ୍ରଥମ ଦ୍ୱିତୀୟ ଦେଲେ ମିଶାଇ
ଅଂଶ ବିଶେଷକୁ ଦିଏ ବୁଝାଇ
ତୃତୀୟ ଦ୍ୱିତୀୟ ଏକତ୍ର ହେଲେ
ମାଛ ଧରେ ଛକି ମୁଁ ପାଣି କୂଳେ
ଦ୍ୱିତୀୟ ପ୍ରଥମ ଦୁଇ ଅକ୍ଷର
ନାରୀର ସୌନ୍ଦର୍ଯ୍ୟେ ମୁଁ ଅଟେ ସାର
ପ୍ରଥମ ଚତୁର୍ଥ ଯୋଗ କରିଲେ
ସବୁ ଖାଦ୍ୟ ପେୟ ରହେ ମୋ ତଳେ
ଦ୍ୱିତୀୟ ତୃତୀୟ ହୋଇଲେ ଏକ
ମରୁଭୂମି ରେ ମୁଁ ବିଶାଳ ବୃକ୍ଷ
ଆଦ୍ୟରୁ ପ୍ରଥମ ଚାରିଅକ୍ଷର
ସବୁ ଧର୍ମଗ୍ରନ୍ଥ ମଧ୍ୟେ ମୁଁ ସାର
ପଞ୍ଚମ ଷଷ୍ଠ ର ହେଲେ ମିଳନ
ପିଠା ଭିତରେ ମୁଁ ରହେ ଲୁଚିଣ
ମୋ ନାଆଁଟିକୁ କହିବ ଯିଏ
ଚକୋଲେଟ୍ ଟିଏ ପାଇବ ସିଏ ।
