STORYMIRROR

Debabrata Mishra

Romance Action Classics

3  

Debabrata Mishra

Romance Action Classics

ସୁହାସିନୀ ତୁମ ହସରେ

ସୁହାସିନୀ ତୁମ ହସରେ

1 min
169


ସୁହାସିନୀ.......

ତୁମ ହସର ପ୍ରଭାବରେ 

ମଧୁର ପ୍ରୀତିର କୋମଳ ଆଘାତରେ

ମୋ' ମନର କିଞ୍ଚିତ ଅହଙ୍କାର ଧ୍ୱସ୍ତ ବିଧ୍ୱସ୍ତ,


ସୁହାସିନୀ.......

ତୁମ ସରଳପଣ ସୂତାରେ

ଉଦାର ମନର ଅଦୃଶ୍ୟ ସୂକ୍ଷ୍ମ ବାର୍ତ୍ତାରେ

ମୋ' ନିୟନ୍ତ୍ରିତ ହୃଦୟ ଆଜି ସହଜେ ପରାସ୍ତ,


ସୁହାସିନୀ.......

ତୁମ ହସର ନିଷ୍ପାପ ସ୍ପର୍ଶରେ

ଆପଣାପଣର ଆତ୍ମିକ ଆଶ୍ଳେଷରେ

ମୋ' ଭାବନାର ବନଫୁଲ ଶବ୍ଦରେ ପରିବ୍ୟାପ୍ତ,


ସୁହାସିନୀ.......

ତୁମ ଶିଶୁସୁଲଭତା ନିର୍ମଳ କଥାରେ

ଆଚରଣେ ନମ୍ରତାର ପୁଷ୍ପିତ ବରଷାରେ

ମୋ' ପଥର ମନର ନିଷ୍ଠୁରତା ହୁଏ ଆପେ ଶାନ୍ତ,


ସୁହାସିନୀ.......

ତୁମ ହସ ଶିଷ୍ଟତାର ଅମୃତ ଅନୁଭବେ

ସାହସପଣର ଶୃଙ୍ଖଳା ଉପାଦାନର ଶୃଙ୍ଗାରରେ

ମୋ' ଆତ୍ମା ମୁଗ୍ଧ, ମୋହିତ ଓ ତୁମ ଶକ୍ତିରେ ପ୍ରଭାବିତ,


ସୁହାସିନୀ.......

ତୁମେ ସିଦ୍ଧି, ସାଧନା, ସିଦ୍ଧାନ୍ତ ଓ ପ୍ରାର୍ଥନାରେ

ଜୀବନକୁ ଜିଇଁପାରିବାର ଉତ୍ସାହପଣ ଓ କଳାରେ

ମୋ' ବିବେକ ସଦାସର୍ବଦା ହେଉଥାଏ ସୁଖୀ ଓ ପ୍ରେରିତ,


ସୁହାସିନୀ......

ତୁମ ଦେବୀତ୍ୱ ଓ ଇଶ୍ୱରୀପଣରେ

କର୍ତ୍ତବ୍ୟ, କର୍ମ ଓ ଅଧିକାରର ପାରିବାପଣିଆରେ

ମୋ' ମସ୍ତକନତ ତୁମ ସମ୍ମାନରେ, ମୁଁ ତୁମପାଇଁ ସଦା ଗର୍ବିତ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance