କେତେ ପରକାରେ
କେତେ ପରକାରେ
କେତେ ପରକାରେ ଡାକିବି ହେ ନାଥ
ସବୁ ଶୁଣି କିଆଁ ମୌନ
ହୃଦୟରେ ଦିଅ ଖୋଜିବା ପ୍ରକୃତି
ତୁମ ପାଦ ନୀଳାଞ୍ଜନ ।
ମଉନ ଦେବତା ମଉନ ଭାଷାରେ
କେତେ କଥା କହି ପାର
ବରଷ ତମାମ ଲୀଳା ଲଗାଇଛ
ଏହି ଅଳିକ ସଂସାର।
ଯିଏ ଯେମିତିକା ଜନମ ନେଇଛି
ବଞ୍ଚିବାରେ ନାହିଁ ବାଧା
କୋଟି କୋଟି ପ୍ରାଣୀ ମନ ଅନୁଯାୟୀ
ଭୋଗନ୍ତି ସବୁ ସୁବିଧା ।
ତାଙ୍କରି ସେବାରେ ପର ହିତେ ସଦା
ବିତି ଯାଉ ଏ ଜୀବନ
ଧରିତ୍ରୀ ହସିବ କାଳିଆ ହସିବେ
ପ୍ରାଣରେ ଲାଗୁ ସ୍ପନ୍ଦନ।
ଏଇ ଭିକ୍ଷା ମାଗୁ ପ୍ରତିଟି ମଣିଷ
ସୁଖରେ ଚଳିବା ପାଇଁ
ଆମରି ଦେବତା ଆମ ପ୍ରତି ଦେବେ
କରୁଣା ଧାରା ବୁହାଇ।
