STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

କେତେ ପରକାରେ

କେତେ ପରକାରେ

1 min
124


କେତେ ପରକାରେ ଡାକିବି ହେ ନାଥ

       ସବୁ ଶୁଣି କିଆଁ ମୌନ

ହୃଦୟରେ ଦିଅ ଖୋଜିବା ପ୍ରକୃତି

        ତୁମ ପାଦ ନୀଳାଞ୍ଜନ ।

ମଉନ ଦେବତା ମଉନ ଭାଷାରେ

        କେତେ କଥା କହି ପାର

ବରଷ ତମାମ ଲୀଳା ଲଗାଇଛ 

         ଏହି ଅଳିକ ସଂସାର।

ଯିଏ ଯେମିତିକା ଜନମ ନେଇଛି

       ବଞ୍ଚିବାରେ ନାହିଁ ବାଧା

କୋଟି କୋଟି ପ୍ରାଣୀ ମନ ଅନୁଯାୟୀ

        ଭୋଗନ୍ତି ସବୁ ସୁବିଧା ।


ତାଙ୍କରି ସେବାରେ ପର ହିତେ ସଦା

       ବିତି ଯାଉ ଏ ଜୀବନ

ଧରିତ୍ରୀ ହସିବ କାଳିଆ ହସିବେ

       ପ୍ରାଣରେ ଲାଗୁ ସ୍ପନ୍ଦନ।

ଏଇ ଭିକ୍ଷା ମାଗୁ ପ୍ରତିଟି ମଣିଷ

       ସୁଖରେ ଚଳିବା ପାଇଁ

ଆମରି ଦେବତା ଆମ ପ୍ରତି ଦେବେ

       କରୁଣା ଧାରା ବୁହାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action