ସଂସାର ଯାତନା
ସଂସାର ଯାତନା
ସଂସାର ଯାତନା ଭୋଗୁଛି ହେ ପ୍ରଭୁ
ସବୁ ମୋ କରମ ଫଳ
ଜୀବନର ନିତି ଚାଲିବା ପଥରେ
ସରି ଆସେ ଆୟୁ ବଳ।
କରମକୁ ଏବେ ଗୁରୁ କରିଅଛି
ବଂଧନରୁ ହେବି ପାର
ତୁମ ପାଦେ ସବୁ ସମର୍ପି ଦେଇ ମୁଁ
ଡାକେ ନାଥ ରକ୍ଷା କର।
ରକ୍ତ ମାଉଁସର ଶରୀର ମୋହର
ସହି ନ ପାରେ କଷଣ
ଯାହା ଦେଖୁଅଛି ଆଗକୁ ଆଗକୁ
ଦିଶେ ଶୂନ୍ୟ ମହାଶୁନ୍ୟ।
ନିଜର କରମ ଭାଗ୍ୟ ଗଢିଥାଏ
ଭାଗ୍ୟ ସାଥେ ଜଗନ୍ନାଥ
ଆଲୋକ ଅନ୍ଧାର ସୁଖ ଦୁଃଖ ନିଶ୍ଚେ
ବାଧା ସୃଷ୍ଟି ପଥେ ପଥ।
ତୋହରି କରୁଣା ସାଥିରେ ରହିଲେ
ଜନମ ହେବ ମୋ ଧନ୍ୟ
ଟିକିଏ କରୁଣା ଲୋଡୁଥାଏ ନିତ୍ଯ
ଚାହିଁ ତୋ ଚକାନୟନ।
