STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ସଂସାର ଯାତନା

ସଂସାର ଯାତନା

1 min
211


ସଂସାର ଯାତନା ଭୋଗୁଛି ହେ ପ୍ରଭୁ

       ସବୁ ମୋ କରମ ଫଳ

ଜୀବନର ନିତି ଚାଲିବା ପଥରେ

       ସରି ଆସେ ଆୟୁ ବଳ।

କରମକୁ ଏବେ ଗୁରୁ କରିଅଛି

       ବଂଧନରୁ ହେବି ପାର

ତୁମ ପାଦେ ସବୁ ସମର୍ପି ଦେଇ ମୁଁ

        ଡାକେ ନାଥ ରକ୍ଷା କର।

ରକ୍ତ ମାଉଁସର ଶରୀର ମୋହର

        ସହି ନ ପାରେ କଷଣ

ଯାହା ଦେଖୁଅଛି ଆଗକୁ ଆଗକୁ

        ଦିଶେ ଶୂନ୍ୟ ମହାଶୁନ୍ୟ।

ନିଜର କରମ ଭାଗ୍ୟ ଗଢିଥାଏ

        ଭାଗ୍ୟ ସାଥେ ଜଗନ୍ନାଥ

ଆଲୋକ ଅନ୍ଧାର ସୁଖ ଦୁଃଖ ନିଶ୍ଚେ

        ବାଧା ସୃଷ୍ଟି ପଥେ ପଥ।

ତୋହରି କରୁଣା ସାଥିରେ ରହିଲେ

         ଜନମ ହେବ ମୋ ଧନ୍ୟ

ଟିକିଏ କରୁଣା ଲୋଡୁଥାଏ ନିତ୍ଯ

        ଚାହିଁ ତୋ ଚକାନୟନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action