STORYMIRROR

padmaja pati

Action

3  

padmaja pati

Action

ଏଇ ସେ ସବୁଜ ବନାନୀ

ଏଇ ସେ ସବୁଜ ବନାନୀ

1 min
130

ଏଇ ସେ ସବୁଜ ବନାନୀ ଦିଶଇ

କହୁଥିଲା ଯାହା କହେରେ

ମଣିଷର ଅପାଶୋରା କଥା କେତେ

ରହିଅଛି ତା'ର ବୁକୁରେ।

ଫଳମୂଳ ଦିନେ ଖାଇ ବଞ୍ଚୁଥିଲା

ରହୁଥିଲା ଗୁମ୍ଫା ମଧ୍ୟରେ

ଆରଣ୍ୟକ ଜାତି ଏବେ ବି ରହିଛି 

ବଣ ପାହାଡର ଘେରରେ।

କମି କମି ଯାଏ ଜଙ୍ଗଲ ସମ୍ପଦ

ଚାରିଆଡେ ପଡେ ଭାଳେଣି

ବାଘ, ଭାଲୁ, ହାତୀ ହେଲେ ଘରମୁହାଁ

ନ ପାଇ ଖାଦ୍ୟ ସହ ପାଣି।

ମିଳୁଥିଲା କେତେ ଖାଦ୍ୟ ଜଙ୍ଗଲରୁ

କେନ୍ଦୁ, ମହୁଲ, ତେନ୍ତୁଳି 

ଉଭେଇ ଗଲାଣି ଶାଳ,ପିଆଶାଳ

ଗୁଞ୍ଜ, ଶିଆଳି, ପିପ୍ପଳି।

ଚେରମୂଳି, ଝୁଣା ,ଲାଖ ନ ମିଳଇ

ଚନ୍ଦନ, କସ୍ତୁରୀ ସପନ

ଜଙ୍ଗଲକୁ କାଟି ହେଉ ହଟହଟା

ବିକଳେ କରୁଛୁ ରୋଦନ ।

ଯେତେ ଯେତେ ନୀତି ନିୟମ ହୋଇଲା

ରହିଗଲା ସବୁ ପୋଥିରେ

ଚୋରା କାଠ ସହ ଜୀବଙ୍କ ଚମଡା

ବେପାର ବସଇ ହାଟରେ।

ଜଙ୍ଗଲ ମାଫିଆ ଅନ୍ଧା କାନୁନ୍ ତ 

କରଇ ରାଜୁତି ନିତିରେ

କାଠ ଗଣ୍ଡି ଚଢି ଟ୍ରକ୍, ଟ୍ରାକ୍ଟର

ରାତାରାତି ରାଜ୍ୟ ବାହାରେ।

କରୋନା କଷଣ ପାଇ ବି ନ ଚେତି

କରିଲୁନି ତିଳେ ଭାବନା 

ମୁକ୍ତ ଅମ୍ଳଜାନ ଦିଏ ଯେ ଜଙ୍ଗଲ

ଜାଣି ବି ହେଉଛୁ ଅଜଣା ।

ପ୍ରତି ବର୍ଷ ପାଳୁ ବନ ମହୋତ୍ସବ

ଗଛ ଅଛି ଖାଲି ଫଟୋରେ

ମରିଲା କେବେ ସେ ଅବହେଳା ଯୋଗୁଁ 

କେବେ ଉପୁଡିଲା ବାତ୍ୟାରେ।

ରାସ୍ତାଘାଟ,କଳ କାରଖାନାପାଇଁ 

କେବେ ପୁଣି ନଷ୍ଟ ଜଙ୍ଗଲ

ଜଙ୍ଗଲୀ ଜୀବଙ୍କୁ ରାହା ତ ମିଳେ 

ହୁଅନ୍ତି ସେ କି କଲବଲ !

ସୃଷ୍ଟିର ଶ୍ରେଷ୍ଠ ଜୀବ ବୋଲାଇଛୁ

ରହିଅଛି ଖାଲି କଥାରେ

ଜଙ୍ଗଲ ଜୀବନ ସୁରକ୍ଷା ପାଇଁକି

କେବେ ହେବ କାମ ସତରେ।

ପ୍ରକୃତିର ଭାରସାମ୍ୟ ରକ୍ଷା ଲାଗି

ନ ହୋଇଲେ ଆମେ ଚେଷ୍ଟିତ

କରି ପାରିବାନି କ୍ଷମା ତ ନିଜକୁ

ନଷ୍ଟ ହେଲେ ଜୀବଜଗତ।

ଏବେ ବି ତ ବେଳ ଯାଇନାହିଁ ଗଡ଼ି 

ହେଜିବା ସଭିଏଁ ମନରେ

ନୂତନ ଜଙ୍ଗଲ ସୃଷ୍ଟି କରିବାକୁ

ନେବା ପଦକ୍ଷେପ ଆସରେ।


 ୍


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action