STORYMIRROR

Lopamudra Mishra

Others

3  

Lopamudra Mishra

Others

ମୁଁ ତୁମେ ଓ ଦୁର୍ଗାପୂଜା

ମୁଁ ତୁମେ ଓ ଦୁର୍ଗାପୂଜା

2 mins
13.3K


ଦଶହରା ଆସୁଛି

ସ୍କୁଲ ଛୁଟି ରହିବ

ମୁଁ ଛୁଟିଯିଵି ମଙ୍ଗଳପୁର

ପ୍ରେମ ଆମ କୈଶୋରର

ନିରୀହତା,କୌତୁହଳତା ଓ ବ୍ୟାକୁଳତାର

ସେମିତି ଵି ଦିନ ଥିଲା

ମୁଁ ଥିଲି ଚଉଦ ଆଉ ତୁମେ ଅଠର l


ମଙ୍ଗଳପୁର ବଜାର ଜନସମାଗମ

ଦେବୀଙ୍କ ଶ୍ରୀମୁଖର ଉଜ୍ଜ୍ୱଳତା

ଦୀପଜାଳି ଧରିଲି ଶିଖା

ଖୋଜିଲା ଖୋଜିଲା ଆଖିଦୁଇ

ଚାରିପଟେ ମୋର ଅନେକେ

ଅଦୃଶ୍ୟ କିନ୍ତୁ ସଭିଏଁ

ଖାଲି ଗୋଟେ ଭୀଷଣ ଅନ୍ୟମନସ୍କତା l


ଚାଟ ଦୋକାନ ଆଗରେ ଭିଡ଼

ଝିଲମିଲ ଆଲୋକରେ ଝଲସୁଛି ବଜାର

କିଛି ଆସୁଛନ୍ତି କିଛି ଫେରୁଛନ୍ତି

ସଜବାଜ ଉଠାସିନେମା ପାଇଁ

ସବୁଠି ଖାଲି ଗହଳୀ

ତୁମେ ମତେ ଦେଖିନେଲ

କ୍ଷଣଟେ ଚାହିଁଦେଇ ତଳକୁ କଲି ନଜର l


କେହି ଜଣେ ଧକ୍କା ଦେଇ ଚାଲିଗଲା

ମୁଁ କ୍ରୋଧ ରେ ଜର୍ଜରିତ

କିଏ ସିଏ ଅସଭ୍ୟ?

ଆଖି ପଲକେ ଲୁଚିଗଲା

ଦେଖିନାହିଁ ସେ

ହାତରେ ଧରିଛି ମୁଁ ଦେବୀଙ୍କ ଖଡ୍ଗ l


ତୁମେ ପୁଣି କୁଆଡେ ଗଲ?

ଆଉଥରେ ଟିକେ ଆସ

ଏଇ ଗୁପଚୁପ ଵାଲାଟା ପାଖରେ,

ସବୁଯାକ ପୁଅ ଝିଅ

ସେଠି ଵି ନାହଁ ତୁମେ

ମହତାବ ସ୍କୁଲର ଫାଟକ

ଏପଟ ସେପଟ ହୋଇ ତୁମେ ବି,

କାହାକୁ ସେଇଠି ଖୋଜ?


ବଜାର ଏମୁଣ୍ଡରୁ ସେ ମୁଣ୍ଡ

ଦେବୀଙ୍କ ଆବିର୍ଭାବ

କୋଉଠି ଅଛନ୍ତି?

ମୂର୍ତ୍ତିରେ ନାଁ ମନରେ?

କିଏ ଆସେ କେଉଁ ଉଦ୍ଦେଶ୍ୟରେ

ତୁମେ ଆସ ମୋ ପାଇଁ

ମୁଁ କିନ୍ତୁ ଖୋଜି ଖୋଜି ନୟାନ୍ତ l


ତୁମେ ତୁମ ସାଙ୍ଗଙ୍କ ମେଳରେ

ହସା ହସି ଆଉ ଗପରେ ଯାଇଛ ମାତି

ମତେ ଦେଖି ହସିଦେଲ

ଦୂରେ ଥାଇ ଶୁଣିଲି

ଅନର୍ଗଳ ଗପୁଛ

ନୂଆ କଲେଜର ନୂଆ ଅନୁଭୂତି l


ମୁଁ ସେଠୁ ଚାଲିଆସିଲି

ନାନୀ ର ହାତ ଧରି

ପଛେ ପଛେ ତୁମର ଡାକ

ହୃଦୟରେ ବର୍ଦ୍ଧିତ କମ୍ପନ

ଗୋଡ଼ ତଳୁ ମାଟି ଯାଉଛି ଖସି

ତଣ୍ଟି ଶୁଖି ଅଠା ଅଠା

ଡର ଲାଗେ ଚାହିଁବାକୁ ଫେରି l


ବଜାର ରୁ ନାନୀ ଘର ସରୁଆ ରାସ୍ତା

ଆଲୁଅ ରୁ ଖାଲ ଢିପ ଅମା ଅନ୍ଧାର

ମୋ ଠିକ ପଛପଟେ କାହାର ସ୍ୱର

କାନ ପାଖେ ଚୁପି ଚୁପି କହେ

"କାଲି ପୁଣି କେତେବେଳେ?

ଆସିବ ନିଶ୍ଚୟ

ଅପେକ୍ଷାରେ ଥିବି ତୁମର " ॥

ଲୋପାମୁଦ୍ରା ମିଶ୍ର

ମାନସିଂହପାଟଣା, ମଙ୍ଗଳପୁର

ଯାଜପୁର l


Rate this content
Log in