STORYMIRROR

Lopamudra Mishra

Others Tragedy

3  

Lopamudra Mishra

Others Tragedy

ସଖୀ ସୁନିତା ପରିହାର

ସଖୀ ସୁନିତା ପରିହାର

2 mins
25.5K



ମାଆ ବାପାଙ୍କ ସ୍ନେହଶ୍ରଦ୍ଧା

ଭାଈ ଭଉଣୀଙ୍କ ସହଯୋଗୀତା

ସ୍ୱାମୀଙ୍କ ବୁଝାମଣା ପ୍ରେରଣା,

ଓ ଶ୍ବଶୁରଶାଶୁଙ୍କ ଶୁଭାକାଂକ୍ଷା ସଚେତନତା

ସବୁ ଫେଣ୍ଟା ଫେଣ୍ଟି ସମ୍ପର୍କରେ ଖୋଜିପାଇଥିଲି

ଅପୂର୍ବ ଏକ ଅନାବିଳ ବନ୍ଧୁତା ll


କିଛି ତ ପାରିବାରିକ କର୍ତବ୍ୟରେ ବନ୍ଧା

ପୁଣି କିଛିଜଣ ରକ୍ତର ବନ୍ଧନରେ ଛନ୍ଦା l

ଛନ୍ଦି ବାନ୍ଧି ଅଣନିଶ୍ୱାସୀ ହେଲା ପରେ

ଦୃଶ୍ୟମାନ ମୁକ୍ତ ପୁଣି ଜଳ ଠୁ ସ୍ୱଚ୍ଛତା

ତୁମର ମୋର ସମ୍ପର୍କର ଉଜ୍ଜ୍ୱଳ ଶିଖା ll


ହଁ ତୁମେ ମୋର ସଖୀ, ବାନ୍ଧବୀ, ସମାନୁଭଵୀ

ବନ୍ଧୁତାର ପ୍ରତିଦାନ ସ୍ୱରୂପ ନିଜକୁ ତୁମଠି ପାଇଲି

ଭାଙ୍ଗି ଚୁରମାର ହୋଇଯାଇଥିବା ସ୍ୱପ୍ନକୁ ସାଉଁଟିଲି,ସଜାଇଲି

ମନୋବଳ ଦମ୍ଭକଲି, ପୁନଃ କ୍ଷୀପ୍ରବେଗେ ଅଗ୍ରସର ହେଲି l

ଜୀବନ ମୋର, ମାତ୍ର ପ୍ରେରଣା ତୁମର

ବ୍ୟର୍ଥତାର ପ୍ରଶ୍ନ ନାହିଁ, ତୁମ ଅବଦାନ ଅବଶ୍ୟାମ୍ଭଵୀ ll


ମୁଁ... ତୁମ କବିତ୍ବରେ ବିହୋଳିତ୍ବ

କବିତାର ଜୀବନ୍ତ ଶବ୍ଦରେ ନିମଜ୍ଜିତ

ମାନବିକତାର ସକଳ ଉନ୍ନତି, ତୁମ କାମ୍ୟ

ପରକୁ ଆପଣେଇବାରେ ତୁମେ ଉତ୍ସର୍ଗୀକୃତ

ମହାନ ଏକ ବନ୍ଧୁତାର ବନ୍ଧନରେ ତୁମ ସହ ମୁଁ ,

ଯୁଗ ଯୁଗକୁ ବନ୍ଧିତ ll


କବୟିତ୍ରୀ ସୁନିତା ପରିହାର !!

ପରିହାରି ସୁଖ,ସ୍ଵାଚ୍ଛନ୍ଦ, ଆଶା ଅନେକ କିଛି ପାଇବାର

କଲମରୁ ଝରାଇଲ ଅମୃତର ଧାରା

ତେଜିୟାନ କଲ ଉଜ୍ଜ୍ୱଳ ପ୍ରଦୀପ ତ୍ୟାଗ ର ll


ସଖୀ ତୁମେ କରି ଅନୁପ୍ରାଣିତ

ନବଦିଗନ୍ତର ସନ୍ଧାନେ କଲ ମୋତେ ପ୍ରେରିତ l

ଚିନ୍ତା ଚେତନାର ବନ୍ଦ କୋଠରୀକୁ କଲି ଉନ୍ମୁକ୍ତ

ପୁନର୍ଜନ୍ମ ଲାଭ କଲି ଶୁଣି ତଵ ଜୀବନ ଚରିତ

ମୋ ନବଜୀବନର ପ୍ରତିଟି କଣିକାରେ,

ତୁମ ଆହ୍ୱାନ ପ୍ରବାହିତ ll


ବିଜୟିନୀ ତୁମେ କର୍କଟକୁ କଲ ପରାଜିତ

ହସ୍ପିଟାଲ ବେଡରେ ଏକାକିନୀ

ଚତୁଃପାର୍ଶ୍ଵରେ ଶୂନ୍ୟତା ବିରାଜିତ l

ବନ୍ଧୁ ପରିଜନଙ୍କ ନଜରେ ଅସ୍ପୃଶ୍ୟା ଅବହେଳିତ

ରକ୍ତ କର୍କଟର ଯନ୍ତ୍ରଣାରେ ଜର୍ଜରିତ

ପଥ ତୁମ ପାଇଁ ଭୀଷଣ ବନ୍ଧୁର କଣ୍ଟକିତ

ତଥାପି ଶକ୍ତ କରି ନିଜକୁ ସମ୍ଭାଳି ପାଦବଢେଇଲ

ଚାଲିଲ ଏକ୍ଲା ଅନବରତ

ଦୁଇପାଦ ପୁଣି କ୍ଷତାକ୍ତ ରକ୍ତାକ୍ତ ll


ସଂଘର୍ଷମୟ ତମାମ ଜୀବନଟା ସଖୀ

ଅବଶୋଷ ନାହିଁ କର୍ମ କରିଗଲ

କ୍ଳେଶ କଷ୍ଟ ପାଶ୍ଚାତପଦେ ରଖି ଲୁକ୍କାୟିତ l

ବନ୍ଧୁତ୍ୱର ହସ୍ତ ମୋର ତୁମଆଡକୁ ପ୍ରସାରିତ

ଉଜ୍ଜ୍ୱଳିଲା ତୁମ ଚକ୍ଷୁ ଦୁଇ,

ମୋ ନୟନୁ ଅଶ୍ରୁ ବିଗଳିତ

ସଦା ପ୍ରସନ୍ନ ମୁଖଶ୍ରୀରେ ସ୍ମିତହାସ୍ୟର ଅପୂର୍ବ ରେଖା

ବନ୍ଧୁତାକୁ ନକଲ ଉପେକ୍ଷିତ ll


ହାତ ଥାପି ଦେଲ ପ୍ରତିଶୃତି ନିର୍ଦ୍ୱନ୍ଦ ନିର୍ମଳ ବନ୍ଧୁତାର

ମୁଁ ରହେ ବା ନରହେ

ତୁମେ ଥାଅ ବା ନଥାଅ

ଆମ ବନ୍ଧୁତା ରହିବ ଚୀରକାଳ

ସେହି ପାହାଡର ଧୂମାଭ ଦିଗବଳୟକୁ ଛୁଇଁ,

ଫେରିଆସୁଥିବ ପ୍ରତିଥର

ମୋ କାନେ ରହି ରହି କହୁଥିବ

ଜୀଇଁଛି ଜୀଇଁବ... ଅହରହ ପ୍ରତି ମୁହୂର୍ତ୍ତ

ମୋ ସଖୀ ସୁନିତା ପରିହାର ll


ଲୋପାମୁଦ୍ରା ମିଶ୍ର


Rate this content
Log in