ନବଜନ୍ମ
ନବଜନ୍ମ
ମଦନ ରତି ବାଣ
କାମାଗ୍ନି ଜ୍ବଳନ
ଅମଣିଷ କରେ
ନାରୀ ଧର୍ଷଣ,
ତେଣୁ ତ ରାକ୍ଷସ ଜନ୍ମ ।
ସହିଛି ଧର୍ଷଣ ପିଡା
ଏ ମାଟି ମା'
ପଡିଛି ଚିହ୍ନ ଛାତିରେ
ଲକ୍ଷଣ ଗାର ନଙ୍ଗଳ ମୂନ ସମ
ଜାଣିବି ପୁତ୍ର ମୁଁ କେମନ୍ତ
ସେ ଅମାନୁଷିକ ଅତ୍ୟାଚାର କଷ୍ଟ
ହେ ଈଶ୍ୱର କରେ ନିବେଦନ!
ପୌରୁଷତ୍ଵ ନାଶ କର
ଦେଇ କ୍ଷଣେ ନାରୀଜନ୍ମ
ବହୁବାର ଧର୍ଷିତା ହେବି
ଏହି ମୋର ପଣ
ଯଦି କେହି ଆଉ ନକରିବେ
ମୋ ପୃଥିବୀ ମାତା କୋଳେ
ସକଳ ନାରୀ ଧର୍ଷଣ।
ସହି ଯିବି ପିଡନ କଷ୍ଟ
କିନ୍ତୁ ଯଦି ନକରନ୍ତି
ଆଉ ଧର୍ଷଣ ନପୁଂଷକ
ସାଜି ପୁରୁଷଗଣ
ତେବେ ତ ମୋ ଆରମ୍ଭ
ନେବି କାଳି ଦୂର୍ଗା ରୂପ
ନିଶ୍ଚୟ କର ଦେବ ଯଦି
ଖଣ୍ଡା ଖର୍ପର ସକଳ ଦେବତା
ବ୍ରହ୍ମା ବିଷ୍ଣୁ ମହେଶ୍ବର
ନଗ୍ନ ଶରୀର ଧାରଣ
ନାଶିବି ସକଳ ପାପାଚାରି ଗଣ
ପୁରୁଷ ଶୂନ୍ୟ ହେବ
ତେଣୁ ନାଶ ଯିବ
ଏ ନରକଭୁବନ।
ଶେଷ ହେବ ବିଶ୍ବେ
କଳିକାଳ ନ ଥିବ
ବଳାକ୍ତାରୀ ଓ ଧର୍ଷଣ
ନାରୀ ଜନନୀ ଓ ଜାୟା
ଭଗିନୀ ବିଶ୍ବମୋହିନୀ
ଚିର ପୂଜ୍ୟା ନାରାୟଣୀ
ବିଶ୍ବ ବନ୍ଦିତା ଜଗତଜନନୀ।