କ୍ରୋଧର ନିଆଁ
କ୍ରୋଧର ନିଆଁ
ସଇତାନ ଆଖି ଜଳଇ କ୍ରୋଧରେ
ଅନ୍ଧକାରେ ପାରେ ଦେଖି
ତା ମନ ମିଜାଜ ଚକ୍ରବାତ ପ୍ରାୟ
ନ ଥାଏ ଜୀବନେ ଶାନ୍ତି ।
କ୍ରୋଧ ଦାବାନଳ ଅଟଇ ଭୀଷଣ
ଜଳିଯାଏ ଜାଳିପାରେ
ଦୁର୍ବଳ ହିଁ କରେ କ୍ରୋଧର ପ୍ରକାଶ
ଆୟତ୍ତ କରି ନ ପାରେ ।
ବୁଦ୍ଧି ଓ ବିବେକ ହରାଏ ମଣିଷ
ଆସିଲେ ମନରେ କ୍ରୋଧ
ପଶୁତୁଲ୍ୟ ସିଏ ଆଚରଇ ହି°ସା
କରେ ହତ୍ୟା ବଳାତ୍କାର ।
ନିମିଷକେ ମୁର୍ଖ ପାଷାଣ୍ଡ ପିଶାଚ
କରିଦିଏ ସର୍ବନାଶ
ହୁତୁହୁତୁ ଜଳେ କ୍ରୋଧର ନିଆଁଟି
କରଇ ପୋଡା ପାଉଁଶ ।
ଆଚରି ସ°ଯମ ଧୈର୍ଯ୍ୟ ଶୀଳ ଜନେ
କ୍ରୋଧକୁ କରନ୍ତି ଶାନ୍ତି
ହରାନ୍ତି ନାହିଁ ସେ ଆତ୍ମ ନିୟନ୍ତ୍ରଣ
ଆସୁ ଯେଉଁ ପରିସ୍ଥିତି ।
ପ୍ରତି କ୍ଷେତ୍ରେ ସାଧୁ ଲଭନ୍ତି ବିଜୟ
ଆଶା ବିଶ୍ୱାସର ପାତ୍ର
ଧନ୍ୟ ତାଙ୍କ ଜନ୍ମ ଜୀବନ ସାର୍ଥକ
ବର୍ଜନୀୟ ରିପୁ କ୍ରୋଧ ।