ଅକୁହା କଥା
ଅକୁହା କଥା
ମନ ଚାହୁଁଥିଲା କରିବାକୁ ଯାହା
ଘୁଞ୍ଚି ଘୁଞ୍ଚି ଗଲା ପଦ୍ମ
ଭବ ସାଗରରେ ନାହିଁ ଥଳକୂଳ
ଉବୁଟୁବୁ ହୁଏ ପ୍ରାଣ ।
ଶତ ବାଧାବିଘ୍ନ ପଥ କରେ ରୋଧ
ହାତଗୋଡ଼ ଦିଏ ବାନ୍ଧି
ସ°ସାର ଜଞ୍ଜାଳ ଲୈ।ହର ଶୃଙ୍ଖଳ
ମଣିଷ ବିଚରା ବନ୍ଦୀ ।
ଦୁ:ସହ କଷଣ ଜୀବିକା ଅର୍ଜନ
ସତ୍ୟ ଗଳା ହୁଏ ଚାପି
କହିହୁଏ ନାହିଁ ସହିହୁଏ ନାହିଁ
ମଣିଷ ଅଣନିଶ୍ୱ।ସୀ ।
ଅନ୍ୟାୟ ଅନୀତି ଚାଲେ ବେଧଡ଼କ
ପାପାଚାରୀ ବଳବାନ
ଆଇନ ଆଖିରେ ଜମା ଧୂଳିମଳି
ଜମାଖୋର ଧନବାନ ।
ବିଷୟର ବିଷ କଳୁଷିତ ପଙ୍କ
ନୀରବ ବିଧି ବିଧାନ
ପ୍ରଖର ସ୍ରୋତରେ ଭାସିଯାଏ ସତ୍ୟ
ଯେସନକ ଶୁଷ୍କ ତୃଣ ।
ଧର୍ମ ନାମେ ଭଣ୍ଡ ମାରେ ଆଖିଠାର
ଆଚରେ ଭୋଗ ବିଳାସ
ପ୍ରକୃତି ଦୂଷିତ ଉତ୍କଟ ସଙ୍କଟ
ଅଭିଶପ୍ତ ପରିବେଶ ।
ନାହିଁ ସ୍ନେହପ୍ରେମ ଅମୃତ ସରାଗ
ଘର ବୈକୁଣ୍ଠ ସମାନ
ବୃଦ୍ଧ ମାତାପିତା ବୃଦ୍ଧ ଆଶ୍ରମରେ
କାଟନ୍ତି ଶେଷ ଜୀବନ ।
ଯନ୍ତ୍ରର ଦାସ ଆଜିର ମଣିଷ
ପଶୁ ହୃଦୟ ବିହୀନ
ବିନା ପରିଶ୍ରମେ ପ୍ରତିପତ୍ତିଶାଳୀ
ବ୍ୟଭିଚାର କାଟେ ଦିନ ।
ଭେଦିଯାଏ ମର୍ମ ଅକୁହା ବେଦନା
ଅବ୍ୟକ୍ତ କୋହ ଯନ୍ତ୍ରଣା
ଜଳାଏ ଅନ୍ତର ବିଦାରେ ହୃଦୟ
ଅନୁଭବି ବୁଝେ ସିନା ।
ଜୀଇଁଛି ମଣିଷ ନାମକୁ କେବଳ
ମାତ୍ର ସେ ଜୀଅନ୍ତା ଶବ
ଅସାର ଜୀବନ ବହୁ ଦୂର ସ୍ୱପ୍ନ
ସତ୍ୟ ଓ ସୁନ୍ଦର ଶିବ ।