Pratap Mishra

Fantasy

4.0  

Pratap Mishra

Fantasy

ଭୁଲ୍ କାହାର

ଭୁଲ୍ କାହାର

4 mins
194



ରଙ୍କ ବାବୁ ସକାଳୁ ଖବର ପଢ଼ାରେ ବ୍ୟସ୍ତ।ଅଫିସ ଆଜି ଛୁଟି।ଚାହା ପାଇଁ ବରାଦ ହୋଇଛି,ଆସିନି।କିନ୍ତୁ ଖବର ପଢ଼ା ତ ଚାଲିବ ଆଉ ଚାଲିଛି ମଧ୍ୟ।ବାହାରେ ସବୁଦିନିଆ ଭଳି ପାରିବା ବାଲା ପାରିବା ଠେଲା ଗାଡ଼ିରେ ପରିବା ଆଣି ପରିବା ବିକ୍ରୀ କରୁଛି।ତାର ସ୍ୱର ଫୁଙ୍କୁ ନଳା ଦେଇ ଆସିଲା ପରି ରଙ୍କ ବାବୁଙ୍କ କାନରେ ବାଜୁଛି।ବୋଧେ ସେ ରଙ୍କ ବାବୁଙ୍କ ଘର ପାଖାପାଖି ଅଛି।ଏତିକି ବେଳେ ରଙ୍କ ବାବୁଙ୍କ ସ୍ତ୍ରୀ ଚାହା କପେ ଆଉ ବିସ୍କୁଟ ପାଞ୍ଚ ଖଣ୍ଡ ଧରି ରୋଷେଇ ଘରୁ ଆଦି ଡ୍ରଇଂ ରୁମ ରଙ୍କ ବାବୁଙ୍କ ପାଖକୁ ନିକଟ ତର ହେଉ ହେଉ ରାଗରେ ଗର ଗର ହୋଇ ଆସୁଛନ୍ତି।ରଙ୍କ ବାବୁ ଖବର କାଗଜ ଥୋଇ ଆଚମ୍ବିତ।ହଠାତ୍ ଏ ଶାନ୍ତ ସକାଳଟା ଅଶାନ୍ତ କାହିଁକି ହେଲା?

ସ୍ତ୍ରୀଙ୍କ ଦାମୀ ଶାଢ଼ୀ,ଲୁଗା ପଟା ଗୁଡ଼ାଏ ଚୁଟିଆ ମୂଷା କାଟି ନଷ୍ଟ କରିଦେଇଛନ୍ତି।ଘରେ ଥିବା ଯୌତୁକ ଆଲମାରୀ ଏବେ ପୁରୁଣା ହୋଇ ମୂଷା ମାନେ ପଶିଲା ଭଳି ରାସ୍ତା କରି ଆଲମାରୀରେ ପ୍ରବେଶ କରି ଲୁଗା ପଟା ନଷ୍ଟ କରିଦିଅନ୍ତି।ଏକଥା ବହୁତ୍ ଥର ରଙ୍କ ବାବୁଙ୍କୁ କୁହା ଗଲାଣି।କିନ୍ତୁ ସେ ଭଲ ଆଲମାରୀ ଗୋଟେ ଘରକୁ ଆଣୁ ନାହାନ୍ତି।ଏବଂ ଏ ବିଷୟ ନେଇ ବହୁତ୍ ଥର କଳି ଝଗଡା ମଧ୍ୟ ହୋଇସାରିଛି।ଆଜି ଘରଣୀ ଆଉ ଛାଡ଼ିବାର ନାହିଁ।ତାଙ୍କ ରାଗ ଆଜି ପଞ୍ଚାମରେ। ଏତେ ପାଟି ଯେ ବାହାରେ ଥିବା ପରିବା ବାଲାର ସ୍ୱର ଆଉ ଶୁଭୁନାହିଁ। ରଙ୍କ ବାବୁ ସବୁ ବୁଝିଲେ।ସ୍ତ୍ରୀ ଙ୍କୁ ଗେଲରେ ଡାକି ଚେୟାରରେ ବସାଇ ବୁଝାଇଲେ।କିନ୍ତୁ ସେ ଅବୁଝା।ରଙ୍କ ବାବୁ ଧୀରେ ଧୀରେ ଗରମ୍ ହେଉଥାନ୍ତି ।କିଛି ସମୟ ଧର୍ଯ୍ୟ ସହ ଏହାର ପ୍ରତିକାର କରିବା ପ୍ରତିଶ୍ରୁତି ଦେଇ ବୁଝଉ ବୁଝାଉ ସେ ବି ଅଣାୟ ତ ହୋଇଗଲେ।ଦୁହେଁ ପରସ୍ପରର ଦୋଷ ଦୁର୍ବଳତା ଆରୋପ ପ୍ରତ୍ୟାରୋପ କରିଚାଲିଛନ୍ତି।ରଙ୍କ ବାବୁ ଖବର ପଢୁଥିବା ଟେବୁଲ୍ ପାଖକୁ ଯାଇ ଗୁମ ମାରି ବସି ଗଲେ। ସ୍ତ୍ରୀ ତାଙ୍କର ଆରୋପ ପୂର୍ବ ଭଳି ଚଳାଇଥାନ୍ତି। ରଙ୍କ ବାବୁ ହାତ ମଳୁ ମଳୁ ତାଙ୍କ ହାତରେ ଥିବା ଦାମିକା ହୀରା ମୁଦିଟି ବାହାର କରି ଦେଇ ଥାଆନ୍ତି।ମନରେ କ୍ରୋଧ ଆସିଥାଏ। ଚାହା କଣ ପିଇବେ?ପାଣି ଗ୍ଲାସ୍ ପାଖକୁ ହାତ ବଢାଇଲେ ବାହାର କରିଦେଇଥିବା ମୁଦି କୁ ଟେବୁଲ୍ ଉପରେ ଥୋଇ। ଠିକ୍ ଏତିକି ବେଳେ ମୋବାଇଲ ବାଜି ଉଠିଲା।କଥା ହେବା ଉଦ୍ଦେଶ୍ୟରେ ମୋବାଇଲ ସହ ବାହାର କୁ ଚାଲିଗଲେ।ସ୍ତ୍ରୀ ମଧ୍ୟ ଫୋନ୍ ଆସିବା ଯୋଗୁଁ ଟିକେ ଥମି ଯାଇଥିଲେ।ସେ ଚିରା ପାଟ ସଜାଇବାକୁ ଯାଇଥିଲେ।

କିଛି ସମୟ ଗଲା।ଫୋନ୍ ସରିଲା। ରଙ୍କ ବାବୁ ପାଣି ଗିଲାସେ ପିଇ ସାରି ମୁଦି କଥା ଭାବି ଦେଖିଲେ ମୁଦି ରଖା ହୋଇଥିବା ସ୍ଥାନ ରେ ନାହିଁ। ଏତେ ଦାମିକା ମୁଦି।ଗଲା କୁଆଡେ? ସ୍ତ୍ରୀ ଙ୍କୁ ରଡ଼ି କରି କହିଲେ , ହଇହୋ ମୋ ମୁଦି କାହିଁ? ସ୍ତ୍ରୀ ଉତ୍ତର ଦେଲେ ନାହିଁ।ପୁଣି ରଡ଼ି କଲେ।ସ୍ତ୍ରୀ ପାଖ କୁ ଆସି ରାଗି କହିଲେ ,ମୋତେ କହି କି ତ ରଖି ନ ଥିଲ। ଦେଖ କୋଉଠି ରଖିଛ ଖୋଜ। ଖୋଜା ଖୋଜି ଚାଲିଲା। ଫଳ ଶୂନ।ପୁରୁଣା ଆରୋପ ସହ ସ୍ବାମୀ ଙ୍କ ଆରୋପ ମିଶି ପୁଣି କଥା କଟା କଟି ଚାଲିଲା।ରଙ୍କ ବାବୁ ଙ୍କ ମୂଲ୍ୟବାନ ମୁଦି ହଜିଯାଇଥିବା ଯୋଗୁଁ ସେ ନିଜ ସ୍ତ୍ରୀ ଙ୍କୁ ପ୍ରବଳ ଦୋଷ ଦେଉଥିଲେ,କାରଣ ସ୍ତ୍ରୀ ଙ୍କ ପାଟ ଲୁଗା ନଷ୍ଟ ହୋଇଥିବା ଯୋଗୁଁ ସେ ଯେଉଁ ଭଳି ଉତକ୍ଷିପ୍ତ ହୋଇଥିଲେ ନା ,ତାହା ଦେଖି ରଙ୍କ ବାବୁ ଆରୋପ ଦେଲେ ,ସେ ମୁଦି ତୁମେ ଆକ୍ରୋଶରେ ଆସି କୁଆଡେ ଫୋପାଡି ଦେଇଛ।ଖୋଜି ଆଣି ଦେବାକୁ ଜୋର୍ କରୁଥିଲେ କିନ୍ତୁ ସ୍ତ୍ରୀ ଏଭଳି କଦର୍ଯ୍ୟ କାମ କରିବା ବାରଣ ଜାରି କରି ଚାଲିଥିଲେ।ସେପଟେ ପରିବା ବିକାଳୀ ପରିବା ଦେବାପାଇଁ ଘର ଭିତରକୁ ଆସି ଯାଇଥାଏ। ଦୁହେଁ କଳି ବନ୍ଦ କରିବା ଭଳି ପରିସ୍ଥିତି ରେ ନଥିଲେ।ଜଣେ ଆଉ ଜଣଙ୍କୁ ଦୋଷ ଦେଇ ପୁରୁଣା କଥାକୁ ନେଇ ଦ୍ୱାହି ଦେଇ ଚାଲିଥିଲେ।ଯେମିତି ପରିବା ବାଲାକୁ ଦେଖିଲେ ସେମାନେ ନିଜ ଅବସ୍ଥିତି ହୃଦବୋଧ କଲେ,ସେହି ସୋସାଇଟିରେ ସେମାନଙ୍କ ଇଜ୍ଜତ ନିଲାମ ହେଉଥିବା ଅନୁଭବ କରି ଚୁପ୍ ରହିଲେ।କିନ୍ତୁ ରଙ୍କ ବାବୁ ବିଚଳିତ।ଘରଣୀଙ୍କ ବସ୍ତ୍ର ଓ ନିଜର ଅଳଙ୍କାର ହାନି।ମୁଣ୍ଡ ଟି ଯେମିତି ପଥର ହୋଇଗଲା। ସ୍ତ୍ରୀ ବି ସ୍ତମ୍ଭିଭୂତ।ପ୍ରକୃତରେ କିଏ ନେଲା।ତଥାପି ମନରେ ରିଶା ଥାଇ ଦୈନିକ ପରିବା ଯୋଗାଉ ଥିବା ପରିବା ବାଲା ଠାରୁ ପରିବା କିଣା ସରିଲା।ପଇସା ଦେଇ ଫାଟକ ବନ୍ଦ କରି ରଙ୍କ ବାବୁ ଘର ଭିତରକୁ ପ୍ରବେଶ ହେଲା ବେଳକୁ ପରିବା ବାଲା ବାବୁ,ବାବୁ ବୋଲି ଡାକ ଛାଡ଼ିଲା ରଙ୍କ ବାବୁ ପଛକୁ ଫେରି ଦେଖିଲେ, ପରିବା ବାଲା ବାହାରକୁ ଗୋଟିଏ ନିର୍ଦ୍ଧିଷ୍ଟ ଦିଗକୁ ଆଙ୍ଗୁଳି ପ୍ରଦର୍ଶନ କରି କିଛି କହୁଛି। ସେ ଦିଗ ଡ୍ରଇଂ ରୁମର ଡାହାଣ ସମ୍ମୁଖ ,ଯେଉଁଠି ରଙ୍କ ବାବୁ ମୁଦିଟି ଟେବୁଲ୍ ଉପରେ ରଖିଥିଲେ ।

ବାବୁ ପାଖକୁ ଗଲେ। ପରିବା ବାଲା କହିଲା,ବାବୁ ମୁଁ ସବୁ ଶୁଣିଛି ଆପଣଙ୍କ ଝଗଡା ମୋ ଶ୍ରବଣ ଯନ୍ତ୍ରରେ ପଡ଼ିଛି ।ଆପଣ ମା ଙ୍କୁ ଯୋଉ କାରଣ ପାଇଁ ଦୋଷ ଦେଉଥିଲେ ସେ ଜିନିଷ ଦେଖନ୍ତୁ ତୁଳସୀ ମୂଳେ ଝଲସୁ ଅଛି।ଆପଣଙ୍କ ମୁଦି ସେଇଠି।ବାବୁ ଦେଖିଲେ ସତରେ ସେହି ଅମୂଲ୍ୟ ଜିନିଷ ପାଇଁ ଆଜି ଘୋର ଝଗଡା।ହେଲେ ଏଠାକୁ ଆସିଲା କେମିତି? ପରିବା ବାଲା ଅଛି।ବାବୁ ସେଠାରେ ଚତୁର୍ଦ୍ଦିଗ ଅନୁଧ୍ୟାନ କରିବାରେ ଲାଗିଲେ।ଦେଖିଲେ ଚୌକି ପଛପଟୁ ବାହାର ପର୍ଯ୍ୟନ୍ତ ଆସିବାକୁ କାନ୍ଥ ଦେଇ କ୍ଷୁଦ୍ର କ୍ଷୁଦ୍ର ରନ୍ଧ୍ର ହୋଇଛି।ଏବଂ ସେ ଠିଆ ହୋଇଥିବା ବେଳେ ଚୁଟିଆ ମୂଷା ମାନେ ନିରୋଳା ଦେଖି ନିରନ୍ତର ଆତଯାତ ହେଉଛନ୍ତି ।ସେ ଭାବିଲେ ମୁଦି ରଖିବା ଠାରୁ ଫୋନ ଆସିବା ଓ କଥା ହେବା ମଧ୍ୟରେ ଯାହା ଘଟୁ ଥିଲା।  ନିଜେ ଭାବି ମନ ପକାଇଲେ ଫୋନ୍ ଯେତେବେଳେ ଆସିଲା ତତକ୍ଷଣାତ୍ ଫୋନ ଉଠାଇ ଚାଲିଗଲେ ଓ ମୁଦି ଟି ହାତ ବାଜି ଚଉକି ତଜକୁ ଛିଟିକି ଯାଇଥିଲା।ସେ ଫୋନ୍ ଆସିଥିବାରୁ ତାକୁ ଆଣିବାକୁ ଯାଇ ଭୁଲି ଯାଇ ଥିଲେ ଓ ପରେ ଅଶାନ୍ତି ହୋଇଥିଲା ।ଏବେ ବହୁତ୍ ଖୁସି।ସ୍ତ୍ରୀ ବି ପାଖକୁ ଆସି ଥିଲେ ରାଗ ବି ଥମି ଯାଇ ଥିଲା।ଗହଣା ମିଳିବା ଶୁଣି ସେ ବି ପ୍ରସନ୍ନ।

ଉଭୟେ ପରିବା ବାଲାକୁ ଅତି ଆଦରରେ ଘରକୁ ଡାକିଲେ।ସରବତ ଗିଲା ସେ ଦେଲେ।ଦୁହେଁ ଲଜ୍ୟା ଅନୁଭବ କରୁଥିଲେ,କାରଣ ସବୁ ଝଗଡା ପରିବା ବାଲା ଜାଣିଛି।ଏବଂ ଝଗଡା ସମାପନ ବି ତାରି ଯୋଗୁଁ ସମ୍ଭବ ହୋଇ ପାରିଛି।ବର୍ତ୍ତମାନ ସବୁ ଶାନ୍ତ।ସ୍ବାମୀ ସ୍ତ୍ରୀ ଦୁହେଁ ଯେମିତି ଏକ ଆରେକ ପାଇଁ ହିଁ ଗଢା।ସେଭଳି ଦୃଶ୍ୟ ପରିବା ବାଲା ଦେଖି ଆଚମ୍ବିତ ଓ ନିର୍ବାକ ।ମନେମନେ ଭାବି ଥାଏ ଏତେ ଝଗଡା ; ସାହି ପଡିଶା ତ ଟ ସ୍ତ୍। କିନ୍ତୁ ସେ ଅବୁଝା; ଏସବୁ କାଣ୍ଡ ପାଇଁ ଭୁଲ୍ କାହାର ??


ପରିବା ବିକାଳୀ ଦୁହିଁଙ୍କ ମିଶ୍ରଣ ଦେଖି ଉଚିତ୍ ସମ୍ମାନ ପାଇ ସ୍ୱ ବୃତି ଆଦର ହେତୁ ବିଦାୟ ନେଇ ଆସୁଥାଏ। ତା କର୍ଣ୍ଣ ପଟଳ ରେ ସୁଭୁଥା ଏ ,ରଙ୍କ ବାବୁ ରଶିକ ସାଜି ନିଜ ସ୍ତ୍ରୀଙ୍କୁ ଆଦର ସହ କହୁଥାନ୍ତି,ପ୍ରିୟେ ପୁରୁଣା ଜିନିଷ କଣ ସଦା ରହେ?ତୁମେ ବ୍ୟସ୍ତ ହୁଅ ନା,ମୁଁ ଆଜି ଭଲ ଦାମିକା ଆଲମାରୀ ଆଉ ନୂଆଁ ଡିଜାଇନ୍ ର ପାଟ ତୁମ ପାଇଁ ଆଣି ଦେବି।ଆଜି ଉପର ବେଳା ଦୁହେଁ ଯିବା।ଆବଶ୍ୟକ ଚିଜ ସାଉଁଟି ଆଣିବା। ହଉ ମତେ ଚାହା ଟିକେ ଏଥର ଦିଅ।


ସ୍ତ୍ରୀ ବି ସ୍ବାମୀଙ୍କ ଆଜ୍ଞା ମାନି ପୁଣି ରୋଷେଇ ଘର କୁ ପ୍ରବେଶ ହେଲେ ଓ ରଙ୍କ ବାବୁ ଖବର କାଗଜ ସଜାଡି ପଢିବା ଆରମ୍ଭ କଲେ। ମନେ ମନେ ଚିନ୍ତା କଲେ ଆଜି କି ବେଳା ରେ ସକାଳ ହେଲା କେଜାଣି? ଭାରିଯା ସହ କଳହ।ହେଲେ ଭୁଲ୍ କାହାର?


ପରିବା ବାଲା ଫାଟକ ଖିଡିକି ଠକ୍ କରି ବନ୍ଦ କଲା।ସେ ଆଗକୁ ହୁରି ଛାଡି ଯାଉ ଥାଏ।ମା ପାରିବା ନିଅ, ସଜ ପରିବା............।






Rate this content
Log in

Similar oriya story from Fantasy