Pratap Chandra Mishra

Inspirational

4  

Pratap Chandra Mishra

Inspirational

ପ୍ରେମର ମହକ

ପ୍ରେମର ମହକ

4 mins
417


ଶିବାନୀ ଖୁସିରେ ଅଧୀର ହୋଇ ମନୋହରକୁ ଅପେକ୍ଷା କରିଛି। ପ୍ରେମ ଦିବସ ଉପଲକ୍ଷେ ମନୋହର ଓ ଶିବାନୀ ଦୁହେଁ ଲମ୍ବା ଡ୍ରାଇଭିଂ ରେ ଯିବେ ଓ ବଡ଼ ରେଷ୍ଟୁରାଣ୍ଟ ରେ ଭୋଜନ କରିବେ। ଦୁହେଁ ଦୁହିଁଙ୍କୁ ନିବିଡ଼ ଭାବେ ଭଲ ପାଆନ୍ତି। ପ୍ରେମୀ ଯୁଗୋଳ ଙ୍କ ପାଇଁ ଖାସ ଏହି ଦିବସ ପାଳନ ହୁଏ। ତେଣୁ ଶିବାନୀ ସ୍ଥିର ହୋଇଥିବା ସମୟ ରେ ଅପେକ୍ଷା ରତ ମନୋହର ଡାକ ନାମ ମନୁଆ କୁ।


ବ୍ୟସ୍ତ ହୋଇ ପଡୁଛି। ମନୁଆ ଆସୁନି। ବିଳମ୍ବ ହେଉଛି।ବାରମ୍ବାର ଫୋନ୍ କଲେ ମନୁଆ ଯାଉଛି ,ରାସ୍ତା ରେ ଅଛି , ଏଭଳି ଉତ୍ତର ଦେଉଛି କିନ୍ତୁ ଆସୁନି। ତେବେ ପ୍ରାୟ ତିରିଶି ମିନିଟ୍ ଡେରି ହେଲା , ମନୁଆ ଶିବାନୀ ସମ୍ମୁଖ କୁ ଆସିବା ପାଇଁ ।ସମୟ ଅପଚୟ ଯୋଗୁଁ ଶିବାନୀ ମୁହଁ ଫୁଲାଇଥିଲା। ହେଲେ ପ୍ରେମ ର ଗଭୀରତା ଏଭଳି ଛୋଟିଆ ଛୋଟିଆ କଳି ରୁ ହିଁ ଆହୁରି ନିବିଡତର କରାଇଥାଏ ଓ ଉଭୟ ଉଭୟ ଙ୍କୁ ନିକଟ କୁ ଆଣିବା ପାଇଁ ପ୍ରେରଣା ଦେଇଥାଏ। ମନୋହର ସୁନ୍ଦର୍ ଗୋଲାପ ଗୁଚ୍ଛ ଦେଇ ଶିବାନୀ ର ରାଗ କୁ ଶାନ୍ତ କରାଇ ପାରିଥିଲା। ସେମାନେ ନିଜ ଯୋଜନା ମୁତାବକ ବାଇକ୍ ରେ ସିନେମା ର ହିରୋ ହିରୋଇନ୍ ଭଳି ଆଗକୁ ଲମ୍ବା ଡ୍ରାଇଭ୍ ରେ ବାହାରି ପଡ଼ିଲେ।


ରାସ୍ତା ରେ କିଛି ବାଟ ଆଗକୁ ଗଲା ପରେ ସେମାନେ ଅଟକି ଗଲେ ବେଶ୍ ଆଦୃତ ଓ ନାମୀ ହୋଟେଲ ସାମନାରେ ଯେଉଁଠି ପ୍ରେମୀ ଙ୍କ ପାଇଁ ଖାସ ମିଠା ପ୍ରସ୍ତୁତି ହୋଇ ବିକ୍ରି କରାଯାଉଛି। ଗ୍ରାହକ ଙ୍କ ଭିଡ଼ ଜମିଛି।ଲମ୍ବା ଲାଇନ୍। ସମସ୍ତେ ନିଜ ନିଜ ମନର ମଣିଷ କୁ ଖୁସି କରିବାକୁ ସଦ୍ୟ ଚେଷ୍ଟିତ। ସୁସ୍ୱାଦୁ ମିଷ୍ଟାନ୍ନ ଉପହାର ଦେଇ ପରସ୍ପରକୁ। ଶିବାନୀ ଓ ମନୁଆ ସେଇଠି ଅପେକ୍ଷା ରତ ଥିଲା ବେଳେ , ଶିବାନୀ ର ନଜର ପଡିଗଲା ଦୁଇଟି କୁନି ଛୁଆ ଉପରେ । ନୁଖୁରା ଚୁଟି।ଛିଣ୍ଡା ପୋଷାକ। ଝିଅ କୁ ଦଶ ବାର ବର୍ଷ ହେବ।କାଖରେ ତାର ପାଞ୍ଚ ବର୍ଷ ର ଭାଇ ଓ ତା ଦେହରେ ସୂତା ଖଣ୍ଡିଏ ବି ନାହିଁ। ସେ ଫୁଙ୍ଗୁଳା ଦେହରେ ଭୌଣି ର କାଖରେ ଅପଲକ ଚାହାଣି ରେ ପ୍ରେମୀ ଙ୍କ ଭିଡ଼ କୁ ଅନାଇ ରହିଛି। ହାତରେ ଥିବା ମଳି ଧୂସର ଷ୍ଟିଲ ପାତ୍ର ଟି ଆଗକୁ ବଢାଇ ଝିଅ ଟି ଭିକ୍ଷା ମାଗୁଛି। ସେ ପେମିକ ଙ୍କ ଗହଳି ରେ ବାଧା ଦେବାକୁ ନ ଚାହିଁଲେ ସୁଦ୍ଧା ପେଟର ଭୋକ ଓ ଭାଇ ର ଦାଇତ୍ୱ ତାର ବୋଝ ହୋଇଯାଇଛି। ପ୍ରେମ ଓ ତା ମହକ ବିଷୟରେ କିଛି ନ ଜାଣିଥିବା ଝିଅ ଟି ବୟସ ର ଆଦ୍ୟ ସୋପାନ ରେ ଥାଇ ବି ତା ଭାଇ ପ୍ରତି ତାର ସ୍ନେହ ଓ ସୁରକ୍ଷା ଯେମିତି ଏକ ପରୀକ୍ଷା ହୋଇ ତା ପାଇଁ ଉଭା। ତାକୁ ବଞ୍ଚାଇବ। ସେ ପଛେ ଯନ୍ତ୍ରଣା ପାଉ କିନ୍ତୁ ବାପା ଓ ମାଆ ଙ୍କ ଅକାଳ ବିୟୋଗ ତା ଜୀବନ ସାମ୍ନା ରେ ଭାଇ ର ସୁରକ୍ଷା ପାଇଁ ଲକ୍ଷ ଥୋଇ ଦେଇଛି। ବସ୍ତି ରେ ଖୁମ୍ପୁଡ଼ି କୁଡିଆ ,ବାୟା ବସା ସିନା ଅଛି। କିନ୍ତୁ ପେଟ ଚାଖଣ୍ଡକ କୁ ତ ସମ୍ଭାଳିବାକୁ ପଡ଼ିବ। ଏ କୁନି ବୟସରେ ସେ ଆଉ କରିବ ବା କଣ? କିଛି ଉପାୟ ନଥିବା ଯୋଗୁଁ ସେ ଭିକ୍ଷା ବୃତ୍ତି ଆଦରି ନେଇଛି। ଦିବସ ସାରା ମାଗି ଜାଚି ଯାହା ପାଏ ସେଥିରେ କଷ୍ଟେ ମଷ୍ଟେ ସଂସାର ରେ ତିଷ୍ଟିବା ହୋଇଯାଉଛି। କିନ୍ତୁ ଆଜି ସେ ବେଶ୍।ଖୁସି। ଆଜି କଣ ଗୋଟେ ବଡ ଦିନ। ସବୁ ଆଡ଼େ ଲୋକ ଙ୍କ ଭିଡ଼। ଆଜି ଭଲ ଖାଇବା ଟିକେ ମିଳିବ ବୋଲି ମନରେ ଦୃଢ଼ ବିଶ୍ୱାସ । ତେଣୁ ସେହି ହୋଟେଲ ସାମ୍ନା ରେ ଗହଳି ଭିତରେ ଧିକ୍କାର ପାଇ ସୁଦ୍ଧା ହାତ ପତେଇ ଚାଲିଛି। କାହାଠୁ ଗାଳି ତ କାହାଠୁ ଚାପୁଡ଼ା, କିଏ ଘୃଣା କରୁଛି ତ କିଏ ଛି ଛି କାର । କୁନି ଭାଇର ଉଲଗ୍ନ ଶରୀର ଦେଖି କିଏ ଥଟ୍ଟା କରୁଛି ତ କିଏ ଆଗାମୀ ଦିନର ସଫଳ ପ୍ରେମ ଫଳ ଏଇଆ ବୋଲି ମନେ କରୁଛି। କିନ୍ତୁ ସମସ୍ତେ ପ୍ରେମ ଦିବସ ରେ ରଙ୍ଗୀନ ସ୍ବପ୍ନ ଓ ଖୁସି ମଜାରେ ମସଗୁଲ। ଏହି ଅସହାୟଙ୍କୁ କିଏ ବି ବୁଝୁନାହାନ୍ତି।

ମିଠା ବାସ୍ନା ସହ ଦେହର ଅତର ମହକ ପ୍ରେମୀ ଙ୍କ  ପେଟର କ୍ଷୁଧା ଓ ଭାଇର ଆହାର ଯୋଗାଡ଼ ଚିନ୍ତାରେ ଝିଅ ଟି ବ୍ୟତିବ୍ୟସ୍ତ। ଏତିକି ବେଳେ ଶିବାନୀ ସେମାନଙ୍କୁ ଦେଖି ଅଟକି ଗଲା । ପାଖକୁ ଡାକି ନାଆଁ, କୋଉଠି ରହୁଛି, କିଏ ଅଛନ୍ତି ବୁଝିଲା। ଝିଅ ଟି ଭାଇ କୁ କାଖେଇବା ବୋଝ ସହ କ୍ଷୁଧା ଓ ତିରସ୍କାର ପାଇଁ ଦୁର୍ବଳ ହୋଇଥାଏ। ବଡ଼ କଷ୍ଟ ରେ ତା ପାଟିରୁ କଥା ପଦେ ବାହାରୁ ଥାଏ। ତେବେ ଶିବାନୀ ର ମନରେ ଦୟା ଜାଗ୍ରତ ହେଲା। ସର୍ବ ପ୍ରଥମେ ମନୋହର କୁ କହି ସେମାନଙ୍କ ପାଇଁ ଖାଦ୍ୟ ଯୋଗାଇ ଦେଲା। ଝିଅ ଟି ନିଜେ ଖାଇବା ପୂର୍ବରୁ ତା ଭାଇ କୁ ଆଗେ ଖୁଆଉ ଥାଏ। ପୁଣି ସେ। ସେମାନଙ୍କ ର ଅନ୍ତର ପ୍ରେମ କୁ ଇଶ୍ଵର ସତ୍ତା ଭଳି ଅନୁଭବ କରୁଥାଏ ଶିବାନୀ। କିଛି ସମୟ ପରେ ଖାଦ୍ୟ କ୍ରିୟା ସରିଲା। ଶିବାନୀ ମନୋହର କୁ କହି ସରକାର ଙ୍କ ଚାଇଲ୍ଡ ଲାଇନ ସହ ଯୋଗାଯୋଗ କରିଥିଲା। ଏବଂ ଅସହାୟ ଛୁଆ ଙ୍କ ଥଇଥାନ ନିମନ୍ତେ ସରକାର ଙ୍କ ଯୋଜନା ଅନୁଯାୟୀ ସେମାନଙ୍କୁ ବାଳ ସୁରକ୍ଷା ଆଶ୍ରମ ରେ ରଖାଇବା ବନ୍ଦୋବସ୍ତ କରାଇ ବା ସଫଳ ହୋଇଥିଲା। 

ମନୋହର କିନ୍ତୁ ପ୍ରେମ ଦିବସ କୁ ଶିବାନୀ ସହ ମନଭରି ଉପଭୋଗ କରିବାକୁ ଚାହୁଁ ଥିଲା। କିନ୍ତୁ ଶିବାନୀ ର ଏହି ଅନାଥ ଥଇଥାନ କାର୍ଯ୍ୟକ୍ରମ ପାଇଁ ଅତିଷ୍ଠ ହୋଇଉଠୁଥିଲା। କିନ୍ତୁ ଶିବାନୀ ବୁଝାଇଥିଲେ ମନୋହର କୁ, ପ୍ରେମ ସଦା ବେଳେ ଚିର ଶାଶ୍ଵତ,ଚିରନ୍ତନ ସତ୍ୟ,ଦୈହିକ ସୁଖରେ ସେ ସବୁ ନ ଥାଏ। ପୁଣି ପ୍ରେମିକ ଓ ପ୍ରେମିକା ଙ୍କ ଭିତରେ ସୀମିତ ନ ଥାଏ। ପ୍ରେମ ହେଉଛି ଆତ୍ମା ଓ ପରମାତ୍ମା ର ସମାହାର। ଜଣକ ପ୍ରତି ଅନ୍ୟ ଜଣକର ନିଃସ୍ଵାର୍ଥପର ହୋଇ ଦାଇତ୍ୱ ତୁଲାଇବାର ପ୍ରତିଶ୍ରୁତି । ତେଣୁ ଏଥିରେ ବିରକ୍ତ ବା ମୁହଁ ଫେରାଇବା ଭଳି କିଛି କାର୍ଯ୍ୟ କରିବା ଅନୁଚିତ୍। 

ନିରୀହ ଅସହାୟ ଝିଅ ତା ଭାଇ ପାଇଁ ଯାହା ବଳିଦାନ ଦେଉଛି ସେ କଣ ପାଇଁ? ବାପା ଓ ମା ଗଲା ପରେ ସେ ବି ନିରନ୍ତର କୋଉଠି ରହି ପାରନ୍ତା ଭାଇ କୁ ଛାଡି।କିନ୍ତୁ କାହିଁକି ସେପରି କରିନି ? ସେ କୁନି ବୟସ ରେ ପରିପକ୍ବତା ହୋଇନି ସତ, କିନ୍ତୁ ବଡ଼ ମଣିଷ ଙ୍କ ଭଳି ଦୂର ଦୃଷ୍ଟି ସମ୍ପନ୍ନ। ଅଦେଖା ସ୍ନେହ ଓ ପ୍ରେମ ଡୋର ରେ ବାନ୍ଧି ହୋଇଥିବା ଝିଅ ଟି ତା ଭାଇ ପ୍ରତି ଆବେଗ ଭରା ଚିତ୍ତ ରେ ସହାୟତା କରି ଚାଲିଛି। ସେ ଜାଣିନି ସେହି ଭାଇ ବଡ଼ ହେଲେ ଏହି ଭଉଣି ପ୍ରତି କି ସରାଗ ରଖିବ। ତଥାପି ଅନବରତ ତା କାର୍ଯ୍ୟ ସାଧ୍ୟମତେ କରି ଚାଲିଛି। 

ପ୍ରେମ ଦିବସର ମୂର୍ଚ୍ଛନାରେ ଦୁନିଆ ରେ ବସବାସ କରୁଥିବା ମାନବ ସମାଜ ପ୍ରେମ ଦିବସ ପାଳନ କରି ପାଦ ତଳେ ଏମିତି ଅନେକ ଅସହାୟ ମାନଙ୍କୁ ଅଣଦେଖା କରି ଦେଶ ର ଭବିଶ୍ୟତ୍ କୁ ନଷ୍ଟ କରିବାକୁ ପଛାଉ ନାହାନ୍ତି। ସେ ଭଳି କ୍ଷେତ୍ର ରେ ଆମ ନଜରରେ ଆସିଥବା ଏହି ପ୍ରେମ ମହକ ର ଛୋଟିଆ ସେବା ରେ କିଛି ସହାୟତା ପ୍ରଦାନ କଲେ ଅସୁବିଧା କଣ ? ଆଜିର ସ୍ମୃତି ରେ ବରଂ ଆମ ମିଳନ ,ଆତ୍ମା ଓ ପରମାତ୍ମା ମିଳନ ସଦୃଶ ଏକ ସ୍ମାରକୀ ହୋଇ ରହିବ । ପ୍ରେମ ଦିବସ ପୁଣି ଆଗାମୀ ଦିନରେ ଆସିବ। କାହାର ଭବିଷ୍ୟତ ଗଠନ ହୋଇଗଲେ ଯେଉଁ ଆତ୍ମ ତୃପ୍ତି ଆସିବ ସେ ମିଠା, ପୁଷ୍ପ ଗୁଚ୍ଛ, ଗୋଲାପ ବଣ୍ଟାରେ କଣ ମାପି ହେବ ? ମନୋହର ହୃଦୟକୁ ନେଇ ଚିନ୍ତା କଲା। ଶିବାନୀ କଥାରେ ସ୍ଵୀକୃତି ଦେଇ, ସେମାନେ ଆଗାମୀ ରାସ୍ତାକୁ ବଢ଼ିବାକୁ ପ୍ରୟାସ କରୁଥିଲେ।


Rate this content
Log in

Similar oriya story from Inspirational