Pratap Chandra Mishra

Inspirational

4  

Pratap Chandra Mishra

Inspirational

ସମୟ

ସମୟ

4 mins
247



ଅରୁନ୍ଧତୀ; ବୟସ ର ଅପରାହ୍ନ ରେ ଏକୁଟିଆ ହୋଇ ଯାଇଥିବା ବେଳେ, ପଡୋଶୀ ଙ୍କ ଘର କୁ ଆସିଥିବା ଅତିଥିଙ୍କୁ ଦେଖି ହତବାକ୍ ହୋଇଯାଇଛି।ସେ ଗାଆଁ ରୁ ବାହାରି ପ୍ରାୟ ବାର ବରଷ ହେବ ନିକଟ ସହର ରେ ରହି ଆସୁଛି। ଗୁଜୁରାଣ ମେଣ୍ଟାଇବା ପାଇଁ ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନ ରେ କର୍ମ ଯୋଗାଡ଼ କରି ଜନତା ଙ୍କ ସେବା ରେ ବ୍ରତୀ।କିନ୍ତୁ ପଡିଶା ଘର ର ଚଳ ଚଞ୍ଚଳ ପରିବେଶ ହୋ ହାଲ୍ଲା ବିବ୍ରତ କରିଦେଇଥିବା କାରଣ ଖୋଜିଲା ବେଳେ ସେ ଜାଣିବାକୁ ପାଇଲା , ଅତୀତ ର ସ୍ମୃତି ରୁ କିଛି ମୁହୁର୍ତ ପୁଣି ତା ଆଖି ସାମ୍ନା ରେ ଉଦ୍ଭାସିତ ହେବାକୁ ଲାଗୁଛି, କାରଣ ସେ ଜଡ଼ିତ ଥିବା ପୂର୍ବ ଘଟଣା ବଳି ଯେତେ ଭୁଲି ବାକୁ ଚାହୁଁଛି ପୁଣି ସେ ବିଗତ ଘଟଣା ତା ମନ ମତିଷ୍କ କୁ କାବୁ କରି ନେଉଛି। ତଥାପି ମନର ଚାପ କୁ ସମୟ ର ଘୂର୍ନାୟ ମାନ ପରିସ୍ଥିତି ରେ ଚାପି ଜୀବନ କୁ ଆଗେଇ ନେବାକୁ ପ୍ରୟାସ କରୁଛି ଅରୁନ୍ଧତୀ। ଅରୁନ୍ଧତୀ ଯେତେବେଳେ କଲେଜ ପଢା ସାରିଥିଲା ସେତେବେଳେ ସେ ମେଧାବୀ ଛାତ୍ରୀ ଭାବେ ବେଶ ସୁନାମ ଅର୍ଜନ କରିଥିଲା ଓ ନିଜର ଦକ୍ଷତା ବଳରେ ରେଳ ବିଭାଗ ରେ ବରିଷ୍ଟ କିରାଣୀ ପଦ ରେ ଚାକିରୀ ପାଇଥିଲା।କିନ୍ତୁ ଗାଁ ପରିବେଶ ଓ ଅନଗ୍ରସର ସ୍ଥିତି ଏବଂ ପରିବାର ମୁଖ୍ୟ ମାନଙ୍କ ଭିରୁ ଦିଗ ଦର୍ଶନ ବଢ଼ୁ ଥିବା ପାଦ କୁ ପଚ୍ଛକୁ ନେଇଯାଇ ଥିଲା। ସଂକୁଚିତ ଚିନ୍ତା ଧାରା ସୁବର୍ଣ୍ଣ ସୁଯୋଗ ଓ ଉଜ୍ବଳ ଭବିଷ୍ୟତ କୁ ପ୍ରଶମିତ କରାଯାଇଥିଲା।ଜୀବନ କୁ ନେଇ ଅମାପ ସ୍ବପ୍ନ ଦେଖୁଥିବା ଅରୁନ୍ଧତୀ ,ଅଟକି ଯାଇଥିଲା ହଠାତ୍।ଶକ୍ତ ଧକ୍କା ର ଆଘାତ ଓ ମାନସିକ ଯନ୍ତ୍ରଣା ଅରୁନ୍ଧତୀ କୁ ବିକାର ଗ୍ରସ୍ତ ଓ ମାତ୍ରାଧିକ ଚାପ ଗ୍ରସ୍ଥ ଯୋଗୁଁ ଗଭୀର ଅବସାଦ ଅବସ୍ଥା କୁ ଚାଲିଯାଇଥିଲା। ବାପା ଓ ମା ଗାଆଁ ପରିବେଶ ରେ ଜୀବନ ବିତାଇଥିଲେ , ଅପାଠୁଆ ତଥା ଅନୁନ୍ନତ ପୁରାତନ ଚିନ୍ତା ଧାରା ସାମାଜ ର ନୀତି ନିୟମ ର ଦ୍ୱାହି ର ଶିକୁଳି ରେ ଅରୁନ୍ଧତୀ ପେଶି ହୋଇଯାଇଥିବା ବେଳେ ତା ଉପରେ କନ୍ୟା ସନ୍ତାନ ହୋଇ ଜନ୍ମି ଥିବା ଅଭିଶାପ ରୂପେ ଉଭା ହୋଇଥିଲା। ସାମ୍ପ୍ରତିକ ସମୟରେ ଏକାକୀ ମହିଳା ବା ବଢିଲା ଝିଅ କୁ ଗାଆଁ ଠାରୁ ଦୂରରେ ରହି ପୁରୁଷ ସମାଜ ରେ ପୁରୁଷ ମାନଙ୍କ ସହ ମିଳିମିଶି କାମ କରିବା ଅରୁନ୍ଧତୀ ର ପରିବାର ସରକାରୀ ଚାକିରି କାଟି ଗାଆଁ ଓ ଘର ଠାରୁ ଦୂରରେ ରହି ଚାକିରୀ କାଟିବା ସ୍ଵୀକୃତି ପ୍ରଦାନ କରି ନଥିଲେ କିନ୍ତୁ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଗୁରୁମୂର୍ତ୍ତୀ ଆଜ୍ଞା ଏ ପ୍ରସଙ୍ଗ ରେ ହସ୍ତକ୍ଷେପ କରି ଥିଲେ। ଅରୁନ୍ଧତୀ ଚାକିରୀ କରୁ। ଦୁନିଆ ଆଗୁଆ ହେଲାଣି। ସରକାର କେତେ ସବୁ ସୁବିଧା ସୁଯୋଗ କନ୍ୟା ବା ନାରୀ ମାନଙ୍କ ଥଇଥାନ ପାଇଁ ନୀତି ପ୍ରଣୟନ କରିଛନ୍ତି।ଅରୁନ୍ଧତୀ ନିଜ ପାରିବା ପାଣିଆ ଯୋଗୁଁ କୌଣସି ବାଧା ବିଘ୍ନ ନଥାଇ ଭଲ ଚାକିରି ପାଇଛି। ଯାହା ଅନ୍ୟ ମାନଙ୍କ ପାଇଁ ସ୍ବପ୍ନ। ଏବଂ ଏହି ଚାକିରୀ ସୁଯୋଗ ଅରୁନ୍ଧତୀ ଙ୍କ ପରିବାର କୁ ଉନ୍ନତି ଦିଗକୁ ବେଶ୍ ସହାୟକ ହୋଇପାରେ ବୋଲି ଦୃଢ ଭାବେ ବୁଝାଇଥିଲେ। କିନ୍ତୁ ସବୁ ବେକାର। 


ବାପା ଓ ଘର ଲୋକ ଙ୍କ ସହମତି ଆଗରେ ଅରୁନ୍ଧତୀ ଗଭୀର ଅବସାଦ କୁ ଯାଇ ଏକପ୍ରକାର ସ୍ଥାଣୁ ହୋଇଯାଇଥିଲା। ଗୁରୀମୂର୍ତ୍ତୀ ଆଜ୍ଞା ଙ୍କ ପ୍ରେରଣା ଓ ହସ୍ତକ୍ଷେପ ଯୋଗୁଁ ଅରୁନ୍ଧତୀ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଥିଲା ଓ ସେହି ଦୁସ୍ଥ ସମୟ ଅତିକ୍ରାନ୍ତ ହୋଇ ଯାଇଥିଲା । ଅନେକ ସମୟ ଅତିବାହିତ ହେଲା ବେଳକୁ ଗୁରୁମୁର୍ତୀ ଆଜ୍ଞା ବିଦ୍ୟାଳୟ ରୁ ଅବସର ନେଇ ସ୍ଵଗୃହ କୁ ଚାଲି ଯାଇଥିଲେ। ଅରୁନ୍ଧତୀ ତାର ନିଜ ପୂର୍ବ ସ୍ଥିତି ଫେରି ପାଇଲା ବେଳକୁ ଯୌବନ ଅତିକ୍ରାନ୍ତ ହୋଇସାରିଥିବ ବେଳେ ଅନ୍ୟ ସାହାରା ରେ ତା ଜୀବନ ପରିଚାଳିତ ହେବାକୁ ବାଧ୍ୟ କରିଦେଉଥିଲା। ଭାଇ ଓ ଭାଉଜ ଙ୍କ ଆଶ୍ରା ରେ ବାପା ମା ଛେଉଣ୍ଡ ହୋଇ ଯିବା ସହ କୌଣସି ଭଦ୍ର ପୁରୁଷ ବିବାହ କରିବାକୁ ଅରୁନ୍ଧତୀ କୁ ସହଜ ମଣୁ ନ ଥିଲେ।


ଡାକ୍ତର ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଠାକୁର ଙ୍କ କୃପାରୁ ଅରୁନ୍ଧତୀ ଠିକ୍ ହୋଇଯାଇଥିଲା। କିନ୍ତୁ ଭାଇ ଓ ଭାଉଜ ଙ୍କ ଉପରେ ବୋଝ ହେବାକୁ ବି ପସନ୍ଦ କରୁ ନଥିଲା। ତେଣୁ ତାର କ୍ଷମତା ଶିକ୍ଷା ଉପରେ ବିଶ୍ୱାସ ରଖି କିଛି କରି ବଞ୍ଚିବା କୁ ନିଷ୍ପତି ନେଇ, ସରପଞ୍ଚ ଙ୍କ ପରାମର୍ଶ କ୍ରମେ ନିକଟ ରେ ଥିବା ସ୍ବେଛାସେବୀ ଅନୁଷ୍ଠାନ ରେ ନିଯୁକ୍ତି ପାଇ ପାଇଥିଲା। ଏବଂ ସେଠାରେ ଏକ ପ୍ରକାର ଜୀବନକୁ ସମୟ ସହ ତାଳ ଦେଇ ଚଳାଇବାକୁ ଯୋଗାଡ଼ କରି ଥିବା ବେଳେ ପଡିଶା ଘରେ ବୃଦ୍ଧ ଗୁରୁମୁର୍ତିି ଆଜ୍ଞା ଙ୍କୁ ଚିହ୍ନି ପାରି ଥିଲା। ତାଙ୍କ ନିକଟ କୁ ଯାଇ ଭୂମିଷ୍ଠ ପ୍ରଣାମ କରି ଆ ସହ ଢେର ସାରା ଅଶ୍ରୁ ବୁହାଇ ବିଗତ ସମୟ ଓ ବର୍ତ୍ତମାନ ସମୟ ର ଗୁରୁତ୍ଵ ଚିନ୍ତା ପ୍ରକଟ କରିବାକୁ ବାଧ୍ୟ ହୋଇଥିଲା। ଗୁରୁମୂର୍ତ୍ତି ଆଜ୍ଞା ଅରୁନ୍ଧତୀ କୁ ଦେଖି ଅତି ପ୍ରସନ୍ନ ହୋଇଯାଇଥିଲା ବେଳେ ସାନ୍ତ୍ଵନା ଦେଇ କହୁ ଥିଲେ ମଣିଷ ଯୁଗୋପଯୋଗୀ ନ ହୋଇ ସମୟ ର ସାନ୍ଧ୍ରତା ଓ ସୂଚନା ନ ବୁଝି ଜିଦ୍ଦି ହେଲେ ସମୟ ବି ତାର ବାଟରେ ଚାଲିଯିବା ସହ ଅସଲ ରୂପ ଠିକ୍ ସମୟରେ ପ୍ରାଣୀ ଙ୍କୁ ଦେଖାଇ ଥାଏ। ସେତେବେଳକୁ ମଣିଷ ହାତରେ ଆଉ କିଛି ଶେଷ ବାକି ନ ଥାଏ। ସମୟ ଦଉଡ଼ି ଯୁଆଡେ ଟାଣେ ମଣିଷ ସେ ଦିଗ କୁ ଯିବାକୁ ଅନିଚ୍ଛା ସତ୍ତ୍ୱେ ବାଧ୍ୟ ହୋଇଥାଏ। ତେଣୁ ନାଚାର ଅରୁନ୍ଧତୀ ପରିସ୍ଥିତି ର ଦ୍ୱାହି କାହାକୁ ଦେବ ?


ଜୀବନ ର ଏ ଅବସ୍ଥା ରେ ଅନ୍ତତଃ ନୂତନ ଜୀବନ ପାଇଥିବା ଗୁରୁମୁର୍ତ୍ତୀ ଆଜ୍ଞା ଓ ତା ପାଇଁ ସଂଘର୍ଷ କରିଥିବା ଗୁରୁମୁର୍ତ୍ତି ଆଜ୍ଞା ଙ୍କୁ ସେ ବାସ କରୁଥିବା ଘର ପଡୋଶୀ ଙ୍କ ଠାରେ ପାଇ ବେସ୍ ଆତ୍ମହରା ହୋଇଯାଇଥିଲା। ଭାବୁକ ସାଜି ଆଜ୍ଞା ଙ୍କ ଚରଣରେ ବସି ପୂର୍ବ ସମୟ ଓ ବର୍ତ୍ତମାନ ସମୟ ର ବାସ୍ତବତା ବିଷୟରେ, ଏ ଜନ୍ମ ରେ ତ୍ରୁଟି କିଭଳି ସୁଧାରି ହେବ ଭାବୁ ଥିଲା ବେଳେ, ଗୁରୂମୂର୍ତ୍ତି ଆଜ୍ଞା କହୁଥିଲେ, ଅରୁନ୍ଧତୀ; ମା '' ଆଉ କାହିଁକି ସେ ପୁରୁଣା ଅତୀତ କୁ ହେଜୁଛୁ। ବହି ଯାଇଥିବା ପାଣି, କହି ଦେଇଥିବା ବାଣୀ, ଧନୁ ରୁ ଛଡା ଯାଇଥିବା ତୀର ଓ ଅତି ବାହିତ ହୋଇଯାଇଥିବା ସମୟ ଆଉ କଣ ଫେରେ ?


ଯା ମାଆ ଯା, ଯାହା ଘଟିଛି ଘଟୁଛି ଭଲ ପାଇଁ, ମୁଁ ବି ଆଉ ଅଳ୍ପ ଦିନର ଅତିଥି ଏ ଦୁନିଆ ପାଇଁ । ତେଣୁ ପୁଣି ମନ ଦୁଃଖ କରନା......ଖୁସିରେ ବାକି ଦିନ ବର୍ତ୍ତମାନ କୁ ନେଇ ଚଳ।


Rate this content
Log in

Similar oriya story from Inspirational