STORYMIRROR

Pratap Chandra Mishra

Comedy

4  

Pratap Chandra Mishra

Comedy

କସ୍ତୁରୀ ମୃଗ

କସ୍ତୁରୀ ମୃଗ

2 mins
13


ସୁଗନ୍ଧ ପ୍ରତିଯୋଗିତା ହେବାକୁ ଥିଲା ବେଳେ ଅପାଠୁଆ ଘନ ସବୁ ଭିତ୍ତିଭୂମି ଯୋଗାଡ଼ କରିବାରେ ଆୟୋଜକ ଙ୍କୁ ସାହାଯ୍ୟ କରୁଛି।ଗାଆଁ ର ଇଛୁକ ପ୍ରତିଯୋଗୀ ଙ୍କ ଭିତରେ ଧଣ୍ଡ ଅଜା ଅଣ୍ଟା ଭିଡ଼ି ଛନ୍ତି। ଶ୍ରେଷ୍ଠ ସୁଗନ୍ଧ ଯୋଗାଡ ଚିନ୍ତା ରେ ରସିକ ମନ ଓ ପ୍ରତିଯୋଗିତା ର ଜିତିବା ମୋହ ଘାରିଛି ଓ ହଠାତ୍ ମନକୁ ମୃଗ ଦେହର କସ୍ତୁରୀ ଲେପନ ହେବାକୁ ସେ ସ୍ଥିର କରିଛନ୍ତି କାରଣ ଏହାଦୁନିଆ ର ସର୍ବ ଶ୍ରେଷ୍ଠ ସୁଗନ୍ଧ ଯାହା କି ସ୍ଵୟଂ ଶ୍ରୀ ଜଗନ୍ନାଥ ଙ୍କ ପାଇଁ ସୁଦୂର ନେପାଳ ରୁ ଆଣି ଶ୍ରୀ ଅଙ୍ଗ ସୁବାସିତ ପାଇଁ ଲାଗି ହୋଇଥାଏ। ଏହାର ତୁଳନା ରେ ଅନ୍ୟ ସୁଗନ୍ଧ ଫିକା। ଅଜା ପୂର୍ବ କାଳ ର ଅଭିଜ୍ଞ ବ୍ୟକ୍ତି ସେ ଆସୁଥିବା ପ୍ରତିଯୋଗୀ ଙ୍କ ସୁଗନ୍ଧ ତୁଳନା ରେ କସ୍ତୁରୀ ନିଶ୍ଚିତ ଉର୍ଦ୍ଧ ରେ ରହିବ ମନସ୍ଥ କଲେ। ହେଲେ କସ୍ତୁରୀ ମିଳିବ କେଉଁଠି? ଭାବିଲା ବେଳକୁ ଘନ; ଅଜା ଙ୍କ ନଜର କୁ ଆସି ସାହାଯ୍ୟ କରିବ କହିଲା। ଅଜା କହିଥିଲେ କସ୍ତୁରୀ ମିରିଗ ପାଖରେ ଥାଏ। ସଠିକ୍ କସ୍ତୁରୀ ; ଉତ୍ପାଦନ କାରି ମୃଗ ଦେହ ରୁ ବାହାର କରି ଆଣିଥାନ୍ତି ଓ ଚଢ଼ା ଦରରେ ବିକ୍ରୀ କରୁ ଥାନ୍ତି।ଅଜା ପେନସନ ରେ ଜୀବିକା ନିର୍ବାହ କରୁଥିବାବେଳେ ବୃଦ୍ଧବୟସରେ ରସିକ ଚିତ୍ତ ଦାମିକା କସ୍ତୁରୀ ହାତେଇବା କୁ ଘନ ଦମ୍ଭ ଦେଲା ମୁଁ ଆଣିଦେବି। ଉତ୍କଣ୍ଠା ର ସହ ଅଜା ଆଗପଛ ବିଚାର ନ କରି ଘନ ଉପରେ ଭରସା କରି ବଇନା ପାଞ୍ଚ ସହ ଟଙ୍କା ବଢାଇ ଦେଲେ କହିଲେ ଆଉ ଯାହା ଦରକାର ହେଲେ ଟଙ୍କା ମାଗି ନେବୁ। ଆଶ୍ବସ୍ତ ଅଜା ଘରକୁ ପ୍ରତ୍ୟାବର୍ତ୍ତନ କଲେ।ପ୍ରତିଯୋଗିତା ଦିନ ପ୍ରସ୍ତୁତି ସହ ଘନ କୁ ପ୍ରତୀକ୍ଷା କରିଥିବା ଅଜା ବ୍ୟସ୍ତ ହୋଇ ପଡୁଥିଲା ବେଳେ ଘନ ତଳ ମୁହାଁ ହୋଇ ଆସୁଥିବା ର ଦେଖି ବିଷର୍ଣ୍ଣ ହୋଇ ଗଲେ। ଘନ କହୁଥାଏ ଆଜ୍ଞା ଏଇ ପାଞ୍ଚ ଖଣ୍ଡ ଗାଆଁ ବୁଲି ଦେଖିଲି। ମିରିଗ ନାଆଁ ଧରିଥିବା ମହିଳା ଦୁଇ ଜଣ କୁ ଭେଟିଲି ହେଲେ ତାଙ୍କ ଦେହରେ କସ୍ତୁରୀ ବୋଲି କିଛି ମିଳିଲା ନାହିଁ,ତେଣୁ ଖାଲି ହାତରେ ଫେରିଲି।ଆପଣ କହିଲେ ମିରିଗ ଦେହରେ କସ୍ତୁରୀ ଥାଏ ବୋଲି.... ତେଣୁ .......।


ଚମକି ପଡ଼ିଲେ ଧଣ୍ଡ ଅଜା।ପରିଣତ ବୟସରେ ଚାଲିବା ଅକ୍ଷମ ସେ,ତଥାପି ଦୃଢ଼ ମନୋବଳ ଯୋଗୁଁ ବଞ୍ଚିବା ର ସ୍ପୃହା ତାଙ୍କୁ ଯୁବାବସ୍ଥା କୁ ନେଇପାରିଥିଲା।କିନ୍ତୁ ଆବେଗ ଭରା ପ୍ରତିଯୋଗିତା ର ଜିତିବା ମୋହ ଯୋଗୁଁ ଅଜ୍ଞାନୀ ହୋଇ ଉପଯୁକ୍ତ ବିଷୟ ଜ୍ଞାନ ରଖି ନ ଥିବା ବ୍ୟକ୍ତି ଉପରେ ଭରସା କରିବାର ଏଭଳି ଦୁର୍ଦ୍ଦଶା ଭୋଗ୍ୟ ହୁଏ ବୋଲି ଅନୁଭବ କରୁଥିଲେ ଅଜା।ମ୍ରିୟମାଣ ହୋଇଥିବା ଅଜା ଘନ କୁ କଣ କହିବେ ଚିନ୍ତା କଲା ବେଳକୁ ଘର ଭିତରୁ ଆଇ ରଙ୍କୁଣି ଦେବୀ କଟାକ୍ଷ କରୁଥିଲେ ଦେଖ ବୁଢ଼ା ରସିକ ହେବାକୁ ଯିବ କସ୍ତୁରୀ ମୃଗ ପରି.........।ଉଁ.......…..।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy