STORYMIRROR

Pratap Chandra Mishra

Others

4  

Pratap Chandra Mishra

Others

ନୀରବ ବେଦନା

ନୀରବ ବେଦନା

3 mins
289

ବୟସର ଅପରାହ୍ନରେ ପହଞ୍ଚି ଯାଇଛନ୍ତି ସରୋଜ ବାବୁ। ଜୀବନ ର କେତେ ଅନୁଭୂତି ଓ ଅଭିଜ୍ଞତା ନେଇ ଦୁନିଆ ବୁକୁ ରେ ପଡ଼ି ରହିଛନ୍ତି। ଯୌବନ ର ଡୋର ରେ ସେ ଚପଳ ମନା ଥିଲେ।ମକର ବେଳା ରେ ଗୁଡ଼ି ଉଡା ସଉକ ବେଶ୍ ଥିଲା ତାଙ୍କ ଭିତରେ। ବାପାଙ୍କ ଅନୁଶାସନ ଓ ଆଭିଜାତ୍ୟ ପରମ୍ପରାକୁ ପ୍ରାଧାନ୍ୟ ଦେଇ ସମାଜ ରେ କେମିତି ଚାଲିବାକୁ ହେବ ଟିକି ନିଖି ସବୁ ଜ୍ଞାନ ଘର ଲୋକ ମାନେ ଶିଖାଇଥିଲେ। 

ସରୋଜ ବାବୁ ,କଲେଜ ପଢ଼ା ସାରିଲା ପରେ ବାପା ଙ୍କ ଚିହ୍ନା ଜଣା ନାମୀ କମ୍ପାନୀ ରେ ମ୍ୟାନେଜର ଚାକିରୀ ଟିଏ କରୁଥିଲେ। ହେଲେ ପ୍ରାଇଭେଟ୍ ଚାକିରୀ ସରୋଜ ବାବୁ ଙ୍କୁ ଶାନ୍ତି ପ୍ରଦାନ କରି ନଥିଲା।ତେଣୁ ସେ ସାମ୍ବାିଦିକ ପେଶା କୁ ଆପଣେଇ ଥିଲା ବେଳେ ବର୍ତ୍ତମାନ ବି ସେହି ମକର ପର୍ବ ଆସିଛି। ସରୋଜ ବାବୁ ଛାତ ଉପରେ ଖବର କାଗଜ ଟିଏ ଧରି ବସିଛନ୍ତି।

ଘର ଓ ସାହି ପଡିସା ର ଛୁଆ ମାନେ ଗୁଡ଼ି ଉଡାଇବା କୁ ହୋ ହାଲ୍ଲା କରିଛନ୍ତି ।

ନୀରବ ରେ ନିରୀକ୍ଷଣ କରୁ ଥିବା ସରୋଜ ବାବୁ ସେହି ଛୁଆ ମାନଙ୍କୁ ଦେଖୁ ଦେଖୁ, ଖିଆଲି ଦୁନିଆ ରେ ମଜ୍ଜି ଗଲେ। ନିସଙ୍ଗ ଜୀବନ ବିତାଉଥିବା ସରୋଜ ବାବୁ,ଘରେ ରହୁଛନ୍ତି କିନ୍ତୁ ତାଙ୍କର ଦାୟାଦ ବା ସହଧର୍ମିଣୀ ବୋଲି କିଏ ପାଖରେ ନାହାନ୍ତି। ଯୌବନର ସ୍ପର୍ଶ ପାଇଲା ବେଳେ ସେହି ଗୁଡ଼ି ଉଡା ପର୍ବ ରେ ମନସ୍ଵିନୀ କୁ ଭଲ ପାଈ ବସିଥିଲେ। ମନସ୍ଵିନୀ ବି ଭାବ ର ସମ୍ମାନ ଦେଖାଇ ସରୋଜ ବାବୁ ଙ୍କୁ ବି ହୃଦୟ ଦେଇ ଥିଲା। ସେହି ଛାତ ଉପରେ ମନଖୋଲି ଗୁଡ଼ି ଉଡ଼ାଉଥିଲେ ସରୋଜ ବାବୁ ଓ ମନସ୍ଵିନୀ। କେତେ ହସ ମଜ୍ଜା ଓ ଖୁସି ର ଚାଦର ରେ ଦୁହେଁ ଲୁଚ କାଳି ଖେଳ ଖେଳୁ ଥିଲେ।ଏବଂ ଜୀବନ ର ନାଆ ରେ ଅନେକ ରଙ୍ଗୀନ ସ୍ବପ୍ନ ଦେଖୁଥିବା ପ୍ରେମି ଯୁଗୋଳ ସମସ୍ୟା ଘେରରେ ବୁଡି ଯାଇଥିଲେ। ବାପା ଙ୍କ ସ୍ଵୀକୃତି ପରେ ଉଭୟ ବିବାହ ବନ୍ଧନ ରେ ଆବଦ୍ଧ ହୋଇଥିଲେ। କିନ୍ତୁ ସାମାଜିକ ଚଳଣୀ ଓ ଘର ର ପରମ୍ପରା ସଂସ୍କୃତି ଓ ସ୍ୱାଧୀନ ଚେତା ସରୋଜ ବାବୁ ଓ ମନସ୍ଵିନୀ ଚାରି କାନ୍ଥ ଭିତରେ ସୀମିତ ହୋଇଯାଇଥିଲେ। ମନସ୍ଵିନୀ ଘର କାମ ରେ ସଦସ୍ୟ ଙ୍କ ସେବାରେ ନିଷ୍ଠା ର ସହ ନିୟୋଜିତ ଥିଲା ବେଳେ ସରୋଜ ବାବୁ ସେତେବେଳେ କମ୍ପାନୀ ଚାକିରୀ କରି ଜୀବନ ବିତାଉଥିଲେ। ଖୁସି ଖୁସି ଜଞ୍ଜାଳ ମୟ ଦୁନିଆ ରେ ଗୁଜୁରାଣ ମେଣ୍ଟାଇ ଚାଲିଥିଲା ବେଳେ ଇର୍ଷାଳୂ ହୋଇଯାଇଥିବା ସରୋଜ ବାବୁ ଙ୍କ ଭାଉଜ ନା ନା ପ୍ରକାର କୁଟ ପାଞ୍ଚି ସରୋଜ ବାବୁ ଓ ମନସ୍ଵିନୀ ଙ୍କ ମଧ୍ୟରେ ଫାଟ ସୃଷ୍ଟି କରାଇ ଦେଇଥିଲେ। ପ୍ରେମ ଡୋର ରେ ଭାସୁଥିବା ଦୁଇ ଜଣ ମନ ମାଳିନ୍ୟ ଆରମ୍ଭ ହୋଇଯାଇଥିଲା। ସରୋଜ ବାବୁ କମ୍ପାନୀ ଚାକିରୀ ଛାଡ଼ି ଦେଇଥିଲା ବେଳେ ମନସ୍ଵିନୀ ବାପ ଘରକୁ ଚାଲି ଯାଇଥିଲେ । ସରୋଜ ବାବୁ ଘର ଛାଡ଼ି  ମୁମ୍ବାଇ ଚାଲିଗଲେ। ବାପା ବେଶ୍ ଭଲ ପାଉଥିବା ସରୋଜ ବାବୁ ଙ୍କ ଚିନ୍ତା ରେ ରୋଗାକ୍ରାନ୍ତ ହୋଇ ଦେହ ତ୍ୟାଗ କଲେ। ଓ କିଛି ଦିନ ପରେ ମା ବି ଆରପାରି କୁ ଚାଲି ଯାଇଥିଲା ବେଳେ, ସରୋଜ ବାବୁ ଫେରି ଆସିଥିଲେ ମୁମ୍ବାଇରୁ। ସେ ଜୀବନ ର ବାକି ଅଂଶ ରେ ସମାଜ ସେବା କରିବା କୁ ଆଗେଇଆସିଥିଲା ବେଳେ ସାମ୍ବାଦିକ ପେଶା କୁ ଆଦରି ଥିଲେ। ଅତ୍ୟନ୍ତ ଭଲ ପାଉଥିବା ମନସ୍ଵିନି ଙ୍କ ର ଚିନ୍ତା ଯେପରି ଘାରୁଥିଲା ଘର ଲୋକ ଙ୍କ ଦୁଇଜଣଙ୍କୁ ଯୋଡିବା ପାଇଁ କିଏ ବି କିଛି ପଦକ୍ଷେପ ନେଉ ନ ଥିଲେ। ବାପା ଓ ମା ଥିଲା ବେଳେ ପିଲା ଟା ଅସହାୟ ହୋଇ ଯିବା କିଛି କରି ଦୁହିଁଙ୍କୁ ମିଶାଇବା ବୋଲି କେତେ ଥର ପ୍ରୟାସ କରିଥିଲେ।କିନ୍ତୁ ଯିଏ ଯାହାର ଜିଦ୍ଦୀ ରେ ଅଟଳ। ସରୋଜ ଓ ମନସ୍ଵିନୀ ଙ୍କ ଆଉ ସଂଯୋଗ ହୋଇପାରି ନ ଥିଲା।ମନସ୍ଵିନୀ ସ୍ଵାବ ଲମ୍ବୀ ହୋଇ ଗୋଟିଏ କ୍ଲିନିକ୍ ରେ ଷ୍ଟାଫ୍ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ସରୋଜ ବାବୁ ମୁମ୍ବାଇ ରୁ ଫେରି ଥରେ ସେ ମନସ୍ଵିନୀ ଙ୍କୁ ଫେରାଇ ଆଣିବାକୁ ଚେଷ୍ଠା କରିଥିଲେ କିନ୍ତୁ ମନସ୍ଵିନୀ ଆଉ ଫେରିବା କୁ ଅମଙ୍ଗ ବୋଲି କହିଦେଇଥିଲେ। ନିରାଶ ସରୋଜ ମନ ର କଥା କୁ ହୃଦୟ ରେ ଭରି ଫେରି ଆସିଥିଲେ। ଏଇ ବିଗତ ବର୍ଷ ର ଘଟଣା, ମନସ୍ଵିନୀ କ୍ଲିନିକ୍ ରେ କାମ କରୁଥିବା ବେଳେ ମାନସିକ ରୋଗୀ ର ଚିକିତ୍ସା ସମୟରେ ସେ ରୋଗୀ ଅଣାୟତ୍ତ ହୋଇ ପଡ଼ିଲା। କ୍ଲିନିକ୍ ରେ ସେହି ରୋଗୀ କୁ କିଏ ବି ଥୟ କରି ରଖିପାରିବା ଭଳି କ୍ଷମତା ଆଉ ନଥିଲା। ସେ ରୋଗୀ ର ହାତ ରେ ସର୍ଜରି ସାମାନ ଯେମିତି, ଚାକୁ,ଚୁରି ଇତ୍ୟାଦି ପଡ଼ିଯାଇଥିଲା।ସମସ୍ତେ ଭୟଭୀତ ହୋଇ ପଡ଼ିଥିଲେ। ତାକୁ ଅଟକାଇବାକୁ ମନସ୍ଵିନୀ ନିଶା ଇଞ୍ଜେକ୍ସନ ନେଇ ଆଗଭର ହୋଇଥିଲା। ମାନସିକ ରୋଗୀ କୁ କୌଶଳ ରେ କାବୁ କରିଥିବା ବେଳେ ରୋଗୀ ହାତରେ ଥିବା ଛୁରୀ ମନସ୍ଵିନୀ କୁ ବହୁ ବାର ଆଘାତ ଦେଇଥିଲା। ମନସ୍ଵିନୀ ସେଇଠି ଟଳି ପଡ଼ିଥିବା ବେଳେ ସେ ଆଉ ଜୀବନ ଫେରି ପାଇ ନ ଥିଲେ। ସରୋଜ ବାବୁ ଙ୍କ ପାଖରେ ଏ ଖବର ପହଞ୍ଚି ଯାଇଥିଲା। ଦୁଃଖ ରେ ମ୍ରିୟମାଣ ହୋଇ ସରୋଜ ବାବୁ ଏକୁଟିଆ ହୋଇଯାଇଥିଲେ। ବାକି ଜୀବନ ର ଆଶା କୁ ସାକାର କରିବା ପାଇଁ ଆଉ କିଛି ବି ନ ଥିଲା ତାଙ୍କ ପାଖରେ।

ଆନମନା ସରୋଜ ବାବୁ ଙ୍କୁ ସେହି ଛାତ ରେ ଗୁଡ଼ି ଉଡ଼ାଉଥିବା ଛୁଆ ଙ୍କ ଗୁଡ଼ି ତାଙ୍କ ଉପରେ ପଡ଼ି ଯାଇଥିଲା । ସରୋଜ ବାବୁ ସତେଜ ହୋଇ ପଡ଼ିଥିଲେ। ଏବଂ ମନସ୍ଵିନୀ ଙ୍କ ସ୍ନେହ ଓ ଭଲ ପାଇବା କୁ ସାଉଁଟି ଛାତ ଉପରୁ ତଳ ଘରକୁ ଯିବା ପାଇଁ ଚେୟାର ରୁ ଉଠୁଥିଲେ।


Rate this content
Log in