Pratap Chandra Mishra

Inspirational

4  

Pratap Chandra Mishra

Inspirational

ଅଜଣା ସମ୍ପର୍କ

ଅଜଣା ସମ୍ପର୍କ

4 mins
376



ଗଙ୍ଗା ନଦୀ କୂଳରେ ଗୋବିନ୍ଦ ପଦ ଚାରଣ କରୁଥିଲା। ସନ୍ଧ୍ୟା ଆସୁଛି। ସୂର୍ଯ୍ୟ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ସୁଲୁ ସୁଲୁ ବାଆ ଗୋବିନ୍ଦ କୁ ଛୁଇଁ ଆଗକୁ ମାଡି ଯାଉଛି। ଗୋବିନ୍ଦ ର ଦେହରେ ପବନ ବାଜି ଅଜଣା ରୋମାଞ୍ଚିତ ଶିହରଣ ଜାଗି ଉଠୁଛି।ବସନ୍ତ ର ଆଗମନ ରେ ଶୀତ ଅନ୍ତର୍ଦ୍ଧାନ ହେବାକୁ ଯାଉଛି। ଗଙ୍ଗା ଆଳତି ପାଇଁ ସହବାଜ ଓ ଘଣ୍ଟ କାହାଳୀ ର ଧ୍ଵନି ରେ ସମଗ୍ର ଅଞ୍ଚଳ ଆଧ୍ୟାତ୍ମିକ ପରିବେଶ ରେ ଜଣା ଯାଉଛି ଯେମିତି ମର୍ତ୍ତ୍ୟ ରେ ବୈକୁଣ୍ଠ ଆସି ଯାଇଛି। ଗୋବିନ୍ଦ ଭଗବାନ ଙ୍କୁ ଭଜି ଭଜି ଘରକୁ ଫେରୁଛି । ଏତିକି ବେଳେ କାହାର ଚିତ୍କାର ଗୋବିନ୍ଦ ର କାନ ରେ ପଡିଲା। ବୁଢ଼ୀ ର କଣ୍ଠ ସ୍ବର ଭଳି ଲାଗୁଛି।ଆକୁଳ ହୋଇ ସାହାଯ୍ୟ ଭିକ୍ଷା କରୁଛି। ବଞ୍ଚାଅ ବୋଲି। ନିକଟରେ ଥିବା ଘର ଭିତରୁ କରୁଣ ଚିତ୍କାର ସୁଭୁ ଥାଏ। ଗୋବିନ୍ଦ ସରଳ ମନା ବ୍ୟକ୍ତି। କିଏ ସାହାଯ୍ୟ ମାଗିଲେ ସେ କାହାକୁ ନିରାଶ କରେନି। ହେଲେ କିଏ ଏବଂ ଘଟଣା କଣ ? ଅନୁସନ୍ଧାନ କରୁ କରୁ ସେହି ଘର ପାଖରେ ପହଞ୍ଚି ଯାଇଥିଲା ଗୋବିନ୍ଦ। ସେହି ବସ୍ତି ର ଶେଷ ରେ ଥିବା ଘର ଭିତରୁ କ୍ରନ୍ଦନ ସୁଭୁଛି। ବାହାର କୁ ତାଲା ପଡିଛି। ପାଖ ପଡିଶା କିଏ ବି ଆସି ନଥାନ୍ତି। ଗୋବିନ୍ଦ ଅସ୍ତ ବ୍ୟସ୍ତ ହୋଇ ଚାରିଆଡ଼େ ଚାହୁଁଛି। କାହାକୁ ଡାକି ପୀଡ଼ିତ କୁ ଉଦ୍ଧାର କରିବ କିଛି ଭାବି ପାରୁନାହିଁ।ତେବେ ମଧ୍ୟ ବୟସ୍କ ବ୍ୟକ୍ତି ଟିଏ ସେହି ରାସ୍ତା ଦେଇ ଆସୁଥିଲେ। ଗୋବିନ୍ଦ ଜାଣିବାକୁ ପାଇଲା ସେହି ବ୍ୟକ୍ତି ଙ୍କ ଠାରୁ, ସେଘର ର ବୁଢୀ ମା ପାଗଳୀ। ଘର ଲୋକ ମାନେ କୌଣସି କାମରେ ବାହାରକୁ ଚାଲି ଯାଇଛନ୍ତି। ରାତି କୁ ଆସି ଯିବେ କହି ଯାଇଛନ୍ତି। ତାଙ୍କ ସମ୍ପର୍କିତ ଲୋକ ବୁଢ଼ୀ ମା ଙ୍କ ଦାଇତ୍ୱ ଦେଇ ଯାଇଛନ୍ତି।ତେଣୁ ବ୍ୟସ୍ତ ହେବାର କିଛି ନାହିଁ ବୋଲି କହି ସେ ବ୍ୟକ୍ତି ଚାଲି ଯାଇଥିଲେ। ହେଲେ ଗୋବିନ୍ଦ ର ମନ ବୁଝେ ନାହିଁ। ସେ ଅନୁସନ୍ଧାନ କରି ସେହି ଗାଆଁ ର ସମ୍ପର୍କୀୟ କୁ ଖୋଜି ପାଇଲା। ଏବଂ ତାଙ୍କ ସହାୟତା ରେ ଘର ଭିତରକୁ ଯାଇ ଦେଖି ବାକୁ ଇଚ୍ଛା ପ୍ରକାଶ କଲା। କିନ୍ତୁ ସେଠାରେ ସେ ଦୃଢ ପ୍ରତିବାଦ ର ଶିକାର ହେଲା । ଗୋବିନ୍ଦ କୁ ଅନୁମତି ମିଳିଲା ନାହିଁ। ବସ୍ତି ରେ ଭିଡ଼ ଜମି ଯାଇଥିଲା। ଗୋବିନ୍ଦ ବି ସେଠାରୁ ପୀଡ଼ିତ କୁ ଉଧାର ନ କରି ଆସିବା କୁ ଚାହୁଁ ନ ଥିଲା। ତେଣୁ ପରିସ୍ଥିତି ଦେଖି ସେ ସ୍ଥାନୀୟ ପୋଲିସ କୁ ଖବର ଦେଲା। ପୋଲିସ ପହଞ୍ଚି ସେଠାରେ ତାଙ୍କ ଉପସ୍ତିତି ରେ ଘର ଖୋଲା ଗଲା। ଅତି ନିର୍ମମ ଭାବେ ବୁଢ଼ୀ ଜଣକ ଶକ୍ତ ରଶି ରେ ବନ୍ଧା ଯାଇଥିଲା। ପୋଲିସ ମୁକୁକାଇ ତାଙ୍କୁ ଘଟଣା ବିଷୟରେ ଜାଣିଲା ସେ ପାଗଳ ନୁହନ୍ତି। ସେ ଜଣେ ଧନୀକ ମହିଳା। ଯେଉଁ ଘରେ ସେ ବନ୍ଧା ହୋଇଥିଲେ , ସେ ଘର ର ବ୍ୟକ୍ତି ବୁଢ଼ୀ ଙ୍କ ର ପୁତୁରା ହେବ। ଧନୀ ବୁଢ଼ୀ ଙ୍କ ସ୍ଵାମୀ ମୃତ୍ୟୁ ପରେ ସଂପତ୍ତି ହାତେଇବା ପାଇଁ ପୁତୁରା ସେହି ବୁଢ଼ୀ ଙ୍କୁ ଫୁସୁଲା ଫୁସୁଲି କରି ନିଜ ଘର କୁ ନେଇ ଆସିଥିଲା। ଘରେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ସଂପତ୍ତି କୁ ନିଜ ନାମ ରେ ଲେଖିବାକୁ ପୁତୁରା ବୁଢ଼ୀ ଙ୍କୁ କହୁଥିଲା। ବୁଢ଼ୀ ରାଜି ନ ହେବାରୁ , ପୁତୁରା ସେହି ବୁଢ଼ୀ ଙ୍କୁ, ସ୍ଵାମୀ ଙ୍କ ବିରହ ରେ ପାଗଳ ହୋଇ ଯାଇଛନ୍ତି କହି, ଲୋକ ଙ୍କୁ ଘରେ ବନ୍ଦୀ କରି ରଖିଛନ୍ତି। ଦୁର୍ଭାଗ୍ୟ ବଶତଃ ବୁଢ଼ୀ ଙ୍କ ର କନ୍ୟା ସନ୍ତାନ ଟିଏ ହୋଇଥଲା କିନ୍ତୁ ଅଜଣା ମହାମାରୀ ଯୋଗୁଁ ସେ ସଂସାର ଛାଡି ଚାଲି ଯାଇଥିଲା। ତେଣୁ ନିରାଶ୍ରୟ ହୋଇ ପଡିଥିବା ବୃଦ୍ଧା , ଦୂର ସମ୍ପର୍କିୟ ପୁତୁରା ର ସହାୟତା ଲୋଡ଼ି ଥିଲା। କିନ୍ତୁ ବିଧାନ ଅଲଗା ଥିଲା। ସ୍ୱାର୍ଥ ପର ପୁତୁରା ର କ୍ରୂର ଚକ୍ରାନ୍ତ ରେ ଅସହାୟ ବୃଦ୍ଧା ଫସି ଯାଇଥିଲେ। ପୁତୁରା ର କଥା ରେ ସହଯୋଗ କରି ନ ଥିବା ଯୋଗୁଁ ଅକଥନୀୟ ମାଡ଼ ଓ ପାଗଳ ରୂପ ଦେବା କୁ ଯାଇ ସେହି ରୁଦ୍ଧ ଘରେ ବର୍ଷେ ହେବ ବାନ୍ଧି ରଖିଥିବା ଘଟଣା ପୋଲିସ କୁ ବୃଦ୍ଧା ଜଣାଇଥିଲେ। ଉପସ୍ଥିତ ବସ୍ତି ର ଲୋକ, ଗୋବିନ୍ଦ ଓ ପୋଲିସ୍ ଏ ସବୁ ଶୁଣି ଆଶ୍ଚର୍ଯ୍ୟ ହେବା ସହ ପୁତୁରା କୁ ଧରି ବା ପାଇଁ ଜାଲ ବିଛେଇ ଥିଲେ। ବୁଢ଼ୀ ଙ୍କୁ ସେଠାରୁ ଉଦ୍ଧାର କରି ପୋଲିସ ସ୍ଥାନୀୟ ଡାକ୍ତର ଖାନା କୁ ଚିକିତ୍ସା ପାଇଁ ନେଇଥିଲେ। ଗୋବିନ୍ଦ ପାଖେ ପାଖେ ରହି ବୁଢ଼ୀ ମାଆ ଙ୍କ ସେବା ଯତ୍ନ ରେ ଲାଗି ପଡ଼ିଥିଲା। ବୁଢ଼ୀ ସତେଜ ଓ ନିଜକୁ ସୁସ୍ଥ ମନେ କରୁଥିଲେ। ଡାକ୍ତର ଖାନା ରେ ଦୁଇ ଦିନ ରହିଲା ପରେ , ପୋଲିସ ସେହି ବୃଦ୍ଧା ଙ୍କୁ ଜରାସ୍ରମ୍ ରେ ଥଇଥାନ କରିବା ପାଇଁ ସବୁ ବନ୍ଦୋବସ୍ତ କରୁ ଥିଲେ। ବୁଢ଼ୀ ର ପୁତୁରା କୁ ପୋଲିସ ହେଫାଯତ୍ କୁ ନେଇ ମାମଲା ରୁଜୁ କରି କେଶ ଚାଲିଥିଲା , ଦଣ୍ଡ ବିଧାନ ପାଇଁ। ଗୋବିନ୍ଦ ର ସେବା ଯତ୍ନ ରେ ବୃଦ୍ଧା ଅତ୍ୟନ୍ତ ପ୍ରୀତ ହୋଇଥିଲେ। ଗୋବିନ୍ଦ ବି ବୃଦ୍ଧା ଙ୍କ ଅସହାୟ ଦେଖି ତାଙ୍କ ପ୍ରତି କୋମଳ ହୃଦୟ ପରଷି ବ୍ୟାକୁଳ ହୋଇଥିଲା। 

ସତେଯେମିତି ଗୋବିନ୍ଦ ଓ ବୃଦ୍ଧା ଜନମ ଜନମ ର ସମ୍ପର୍କ ରେ ଯୋଡ଼ି ହୋଇଥିଲେ। ସେମିତି ଅନୁଭବ କରୁଥିଲେ ଦୁହେଁ । 


ପୋଲିସ୍ ବୃଦ୍ଧା ଙ୍କୁ ଜରାଷ୍ରମ୍ ରେ ଛାଡି ବା ପ୍ରସ୍ତୁତି କୁ ତ୍ଵରାନିତ କରି ଥିଲା ବେଳେ ବୃଦ୍ଧା, ଗୋବିନ୍ଦ କୁ ଛାଡି ଯିବାକୁ ଅମଙ୍ଗ ଥିଲେ। ଗୋବିନ୍ଦ ବି ବୃଦ୍ଧା ଙ୍କୁ ମନରେ ନିଜ ଜେଜେ ମା ବୋଲି ଅନୁଭବ କରୁ ଥିଲେ। ଏକ ଅଜଣା ମୋହ ବନ୍ଧନ ରେ ଦୁହେଁ ଯେମିତି ବାନ୍ଧି ହୋଇଯାଇଥିଲେ। ଗୋବିନ୍ଦ ନିଜ ଘର ର ଲୋକ ଙ୍କ ସହମତି ନେଇ ବୁଢ଼ୀ କୁ ନିଜ ପାଖରେ ରଖିବା କୁ ନିଷ୍ପତ୍ତି ନେଇଥିବା କଥା ପୋଲିସ କୁ ଜଣାଇଥିଲେ। ବୁଢ଼ୀ ମା ଙ୍କୁ ବି ନେହୁରା ହୋଇ ତାଙ୍କ ର ଅନୁମତି ନେଇ ନିଜ ଘର କୁ ନେଇ ଆସିଥିଲା । ପୋଲିସ ଆଇନ ଗତ ସବୁ କାଗଜ ପତ୍ର ପ୍ରସ୍ତୁତ କରି ଥିଲେ। ଗୋବିନ୍ଦ ପ୍ରତିଶ୍ରୁତି ଦେଇଥିଲା ପୋଲିସ ଉପସ୍ଥିତି ରେ ସେ ବୁଢ଼ୀ ମା ଙ୍କ ଜୀବନ ଥିବା ପର୍ଯ୍ୟନ୍ତ ତାଙ୍କ ର ସେବା କରିବ। ତାଙ୍କ ର ଥିବା ସଂପତ୍ତି ସବୁ ବୃଦ୍ଧା ଙ୍କ ନାମ ରେ ଯେମିତି ଥିଲା ସେମିତି ରହିଥାଏ। ପୋଲିସ ର ସେହି ଉପସ୍ଥିତି ରେ ବୁଢ଼ୀ ଜଣ କ ଆରୋଗ୍ୟ ଲାଭ କରିଥିବା ଡ଼ାକ୍ତର ଖାନା କୁ ତାଙ୍କ ମୃତ୍ୟୁ ପରେ ତାଙ୍କର ସବୁ ସଂପତ୍ତି ଦାନ କରାଯିବ ବୋଲି ଦଲିଲ ପ୍ରସ୍ତୁତି କରିଦେଇଥିଲେ। ସେ କହିଥିଲେ, ମୋର ସଂପତ୍ତି ଅସହାୟ ଙ୍କୁ ସହାୟତା କରିବା କାର୍ଯ୍ୟ ରେ ବ୍ୟୟ କରିବାକୁ ଧାର୍ଯ୍ୟ କରିଥିଲେ। ଗୋବିନ୍ଦ ଏଭଳି ମହାନ୍ ଚିନ୍ତା ଧାରା କୁ ସମ୍ମାନ ଦେଇ ଖୁସି ର ସହ ଉଦାର ଥିବା ବୁଢ଼ୀ ଙ୍କୁ ଆଶ୍ରା ଦେବାକୁ ଭଗବାନ ଙ୍କ ଆଶୀର୍ବାଦ ମନେ କରି ମରଣ ମୁହଁ ରୁ ଜୀବନ ଗୋଟିଏ ଉଦ୍ଧାର କରିଥିବା ଯୋଗୁଁ ନିଜକୁ ଆସ୍ଵସ୍ଥ ମନେ କରୁଥିଲା।

ବୁଢ଼ୀ ମା ଙ୍କୁ ନିଜ ଘର ପ୍ରାଙ୍ଗଣ ରେ ଦେଖି ସବୁ ସଦସ୍ୟ ମାନକ ସହ ଖୁସି ରେ ଜୀବନ ବିତାଉ ଥିଲା ଗୋବିନ୍ଦ।


ବୁଢ଼ୀ ମା ଆତ୍ମହରା ହୋଇଯାଇଥିଲା ଏ ଅଜଣା ସମ୍ପର୍କ କୁ ବଞ୍ଚିବା ର ରାହା ପାଇ ।


Rate this content
Log in

Similar oriya story from Inspirational