STORYMIRROR

Pratap Chandra Mishra

Romance Inspirational

3  

Pratap Chandra Mishra

Romance Inspirational

ମୁଁ ସେହି ପଥର ପଥିକ

ମୁଁ ସେହି ପଥର ପଥିକ

6 mins
210


ଝରଣା ରୁ ଅନବରତ ପାଣି ଝରି ଯାଉଛି। ବେଶ ମନୋରମ ଦୃଶ୍ୟ, ଗାଆଁ ଠାରୁ ତିନି କିଲୋମିଟର ପାହାଡ ର ମଧ୍ୟ ଭାଗରେ ଝରଣା ର ଆଶ୍ରୟ। ସେହି ଝରଣା କେଉଁଠୁ ବାହାରୁଛି ଓ କେବେ ଠାରୁ ବହୁଛି,ରହସ୍ୟ ଭିତରେ ରହି ଯାଇଛି। ଝରଣା ଜଳ ପଡ଼ୁଥିବା ଚାଞ୍ଚଡା ପଥର ଉପରେ ସିଉଳି ମାଡ଼ି ବହଳିଆ ହୋଇଯାଇଛି। ଘନ ବନଭୂମି ସହ ପାହାଡିଆ ଜୀବ ଜନ୍ତୁ ବି ବସବାସ କରନ୍ତି। ସେଠାର ବିଶେଷ ଆକର୍ଷଣ ମୟୂର ମାନେ ଦଳ ଦଳ ହୋଇ ଝରଣା ପାଖରେ ବିଚରଣ କରନ୍ତି। ରହସ୍ୟ ମୟ ଝରଣା ଓ ତା ସାଙ୍ଗକୁ ଜାତୀୟ ପକ୍ଷୀ ର ଅବସ୍ଥାନ, ଦୂର ଦୁରାନ୍ତରୁ ଦର୍ଶକ ମାନଙ୍କୁ ଟାଣି ଆଣିଥାଏ। ବୋଷ ବାବୁ କଲିକତା ରେ ଥାଇ ଏ ମହତ୍ତ୍ଵ ବିଷୟରେ ଜାଣି ପାରିଲେ। ସେ ପ୍ରକୃତି ପ୍ରିୟ ବ୍ୟକ୍ତି ଅଟନ୍ତି। ଶୀତ ଛୁଟିରେ ପରିବାର ସହ ସେହି ଝରଣାକୁ ପରିଭ୍ରମଣ କରିବେ ବୋଲି ମନସ୍ଥ କଲେ। ପାଗ ର ଅବସ୍ଥା ବି ଠିକ୍ ଅଛି। ତେଣୁ ବିଳମ୍ବ ନ କରି ସେ ପରିଭ୍ରମଣ ଦିନ ଠିକ୍ କଲେ ଓ ନିଜ କାର୍ ରେ ବାହାରି ପଡ଼ିଲେ। ଛୁଆଁଙ୍କ ଖୁସି କହିଲେ ନ ସରେ। ବୋଷ ବାବୁ ବି ଉତ୍କଣ୍ଠା ର ସହ ଗାଡ଼ି ରେ ଗମନ କରୁଥାନ୍ତି। ଉପଯୁକ୍ତ ସମୟ ରେ କୋଲକାତା ରୁ ଝରଣା ନିକଟ କୁ ଯିବା ରାସ୍ତା , ବୋଷ ବାବୁ ପାର କରି ନେଲେ। ଖୁସି ଖୁସି ଝରଣା ଓ ମୟୂର ଦେଖିବାକୁ ଯାଇ ମନ ର ତୃଷ୍ଣା ମେଣ୍ଟାଇ ପ୍ରତ୍ୟାବର୍ତ୍ତନ କରି ଫେରୁ ଥିଲେ। ଅପରୂପ ଝରଣା ର ସ୍ରୋତ, ମୟୂର ଙ୍କ ତାନ, ଦର୍ଶକଙ୍କ ଭିଡ଼ ଓ ପାହାଡ ର ଶାନ୍ତ ବଳୟ କିଛି ସମୟ ପାଇଁ ବୋଷ ବାବୁ ଙ୍କ ଭାବୁକ କରି ଦେଇଥାଏ। ସେ ଫେରିବାକୁ ଈଛା ନ ଥିଲେ ବି ଆଗାମୀ କାଲି ଅଫିସର କାର୍ଯ୍ୟ ଭାର ଓ ଛୁଆଙ୍କ ପଢା ବାରମ୍ବାର ମନରେ ଚେତାଇ ଦେଉଥାଏ। କର୍ମ ଆଗ। ତେଣୁ ସ୍ତ୍ରୀ ଙ୍କ ଆଗୁଆ ସଚେତନ ବୋଷ ବାବୁ ଙ୍କୁ ଜାଗ୍ରତ କରାଇ ଝରଣା ତଳ ଗାଡ଼ି ପାଖକୁ ନେଇ ଆସିଥିଲା। କିନ୍ତୁ କୋଳାହଳ ଓ ଜନରବରେ ସେ ଶାନ୍ତ ପାହାଡ ତଳ ତା ଅଶାନ୍ତ ହୋଇ ପଡ଼ିଛି। ଘଟଣା କଣ ଜାଣିଲା ବେଳକୁ ବୋଷ ବାବୁ ଦେଖିଲେ ଜଣେ ବୃଦ୍ଧା ମା କୁ ତା ର ଯୋଗ୍ୟ ପୁଅ ପିଟୁଛି। ବୁଦ୍ଧି ଜଣକ ଗଡ଼େଇ ତଡେଇ ହୋଇ ମାଡ଼ ଖାଉଛି। ଦୁଇ ହାତ ଯୋଡ଼ି ନେହୁରା ହେଉଛି ମତେ ମାର ନାହିଁ। ଛାଡି ଦିଅ। କିନ୍ତୁ କେହି ଜଣେ ବି ବୁଢ଼ୀ କୁ ଆୟତ କୁ ଆଣିବା ପାଇଁ ଆଗଭର ନୁହଁନ୍ତି ।


ବୋଷ ବାବୁ ଧସେଇ ପଶିଲେ ସେହି ଭିଡ଼ କୁ। ବୁଦ୍ଧି ମା କୁ ଜାବୁଡୀ ଧରି ପକାଇଲେ। କ୍ରୂର ପୁଅ ବୋଷ ବାବୁ ଙ୍କ ଉପରେ ବି ପାହାରେ ଦେଲା। ତା ପରେ ଅନ୍ୟ ଦର୍ଶକ ମାନେ ବି ଘଟଣା ସ୍ଥଳ କୁ ଯାଇ ମାଡ଼ କୁ ଅଟକାଇଲେ। ବୁଢ଼ୀ, ବୟସର କଷାଘାତେ ଓ ମାଡ଼ ର ପ୍ରଭାବ ରେ ମୂର୍ଚ୍ଛିତ। ତାକୁ ସଚେତନ କରାଇ କାରଣ ବୁଝିଲେ ବୋହୂ ବୋଲକରା ପୁଅ, ଅଶିକ୍ଷିତ। ନିକଟ ଗାଆଁର। ଗରିବ ଘର। ନିଅଣ୍ଟିଆ ଦୁନିଆ ରେ ସ୍ତ୍ରୀ ଛୁଆ ମିଶି ପାଞ୍ଚ ଜଣ। ଏକ ମାତ୍ର ବୁଢ଼ୀ ର ପୁଅ ରୋଜଗାରିଆ। ସେଦିନ ବୁଢ଼ୀ ମାଆ ଶୀତ ଦାଉ ରୁ ରକ୍ଷା ପାଇବାକୁ ନିଆଁ ଜାଳି ବସି ଥାଏ ଘର ସନ୍ନିକଟ ସମତଳ ଜାଗାରେ। ଚଗଲା ନାତି ଟୋକା ଟା ବୁଢ଼ୀ ର ଆଲକ୍ଷ ରେ କେମିତି କେଜାଣି ନିଆଁ ଝୁଲ ଟିକେ ନେଇ ଘର ଚାଳ ରେ ଥୋଇଦେଲା। ସଂପୂର୍ଣ୍ଣ ଝାଟୀ ମାଟୀ ଘର ଆସବାବ ପତ୍ର ପୋଡି ନଷ୍ଟ ହୋଇଗଲା। ଶେଷ ରେ ବୁଢ଼ୀ କୁ ଦାଇ କରି ବୋହୂର କଟାକ୍ଷରେ ଜନ୍ମିତ ପୁଅ ଦାରିଦ୍ର୍ୟର ବଳୟରେ ଆସି ମା କୁ ମାଡ଼ ମାରୁଥିଲା। ଆକୁଳ ବିକଳ ମାର କ୍ରନ୍ଦନ, ବୋଷ ବାବୁ ଙ୍କୁ ଅତିଷ୍ଠ କରାଇ ଦେଇଥିଲା। ସେହି ପରିସ୍ଥିତି ରେ ବାହାର ଲୋକ ଓ ବୋଷ ବାବୁ ପରିସ୍ଥିତି କୁ ନିୟନ୍ତ୍ରଣ କରି ପୁଅ କୁ ବୁଝାଇ ଥିଲେ। ପୁଅ ର ରାଗ ଶାନ୍ତ ହୋଇ ଆସିଥିଲା। ମା ମଧ୍ୟ ସଚେତନ ହୋଇ ପଡ଼ିଥିଲେ। ମାଆ ର ନିଜର ପୁଅ ର ରକ୍ତ ଜର୍ଜରିତ ଗୋଡ ଉପରେ ପଡ଼ି ଯାଇଥିଲା। ଉତ୍ୟକ୍ତ ଲୋକେ ମା କୁ ମାରୁଥିବା ର ଦେଖି ପୁଅ ,ସେହି ଲୋକ ମାନେ ଛଡାଇବା ଆଳରେ ପୁଅ କୁ ଆଘାତ ଦେଇ ଥିଲେ। ପୁଅ କଷ୍ଠ ପାଉଥିବା ମା ଦେଖିଥିଲେ। ଦେହରେ ବଳ ନାହିଁ। ନିଜେ ମାଡ଼ ଖାଇ ନୟାନ୍ତ। ତଥାପି ଜନଗହଳି ରେ ବହୁ କଷ୍ଟ ରେ ପଡ଼ି ଥିବା ଜାଗା ରୁ ଉଠି ଛିଣ୍ଡା ଖଦୀ ରୁ ଖଣ୍ଡିଏ ଚିରୀ ପୁଅ ର ମାଡ଼ରେ ଭିଡ଼ି ବାକୁ ଯାଇ ତା ମୁଣ୍ଡ ରେ ମମତାର ଶୀତଳ ହସ୍ତ ବୁଲାଇ ଆଉଁସି କହୁ ଥାଏ। ଆହା, ମୋ ଯୋଗୁଁ କେତେ ଯାତନା ପାଇଲୁରେ ଧନ। ତୋର କିଛି ଭୁଲ ନାହିଁ। ମୋର ଅଜ୍ଞାନତା ଯୋଗୁଁ ଆଜି ଏ ଦାଣ୍ଡ ରେ ଆମେ ନିନ୍ଦା ର ପାତ୍ର।ଅର୍ଥ ର ଅଭାବ ଓ ପରିସ୍ଥିତି କୁ ଗମ୍ଭୀର କରିବାକୁ ଉସୁକାଇବା ଭଳି ନିଜ ଲୋକ ଙ୍କ ସ୍ୱାର୍ଥ ରହିତ ଗଞ୍ଜଣା ଅଶାନ୍ତ ମନକୁ ବିଚଳିତ କରି କ୍ରୋଧ ଜାଗ୍ରତ କରାଇ ଥାଏ। ସେ ଭଳି ପରିସ୍ଥିତିରେ ବୁଦ୍ଧିମାନ ବ୍ୟକ୍ତି ନିଜ ବିବେକକୁ ଖଟାଇ କାମ କରିବା ଦରକାର। ମୋର କର୍ମ ବଳ ଯୋଗୁଁ ତତେ ସତ୍ ମାର୍ଗ ଦେଖାଇବା କୌଶଳ ଶିକ୍ଷା ଦେଇ ନ ପାରି ଥିବା ଯୋଗୁଁ ଆଜି ଆମ ଅବସ୍ଥା ଏମିତିରେ ଧନ। ଚାଲ ଘରକୁ ଫେରି ପୁଣି ବଞ୍ଚିବା ର ରାହା ଖୋଜିବା। କହି ପୁଅ କୁ କୋଳେଇ ନେଉଥାଏ ମାଆ ବୁଢି। ପୁଅ ବି ଉପସ୍ଥିତ ଲୋକ ଙ୍କ ଧିକ୍କାର ଶୁଣି ନିଜ ଭୁଲ ଯାଣିଥାଏ। ଅନ୍ତରରେ ଭରୁ ଥିବା କପଟ, କପଟୀ ସ୍ତ୍ରୀର ମନ୍ତ୍ରଣାକୁ  ବେଶ ହୃଦୟଙ୍ଗମ କରୁଥାଏ ପୁଅ। ମାଆ କୁ ଦୟନୀୟ ଭାବେ ମାରିଥିବା ପୁଅ ଅନ୍ତର ଭିତର କୁହୁଳୀ ଉଠିଥିଲା। ମାଆ ର ପାଦ ତଳେ ସର୍ବ ସମ୍ମୁଖରେ କ୍ଷମା ପାଇଁ ଗୁହାରି କରୁଥାଏ। ମାଆ ପୁଅର ସବୁ ଯନ୍ତ୍ରଣା ଭୁଲି ତା ପଣତ ରେ ନିଜ କଲିଜା ର ଟୁକୁଡ଼ା କୁ ଆଦରି ନେଇ ମଥାକୁ ଚୁମ୍ବନ ଦେଉଥାଏ।


ବୋଷ ବାବୁ ଓ ଅନ୍ୟ ଜନତା ମା ପୁଅର ଅନାବିଳ ସ୍ନେହ ଓ ମମତା ଦେଖି ତଟସ୍ଥ।

କିଏ କିଏ ବି ଆକ୍ରୋଶ ବଶତଃ ପୁଅ କୁ ଆହୁରି ମାଡ଼ ମାରିବାକୁ ଝପଟି ଆସୁଥିଲା ବେଳେ କିଏ କିଏ ମା ପୁଅ ଙ୍କ ଟଙ୍କା ରୋଜଗାର ପାଇଁ ନାଟକ ଏହା ବୋଲି କହୁଥିଲେ। କିନ୍ତୁ ଭାବ ବିହ୍ବଳ୍ ବୋଷ ବାବୁ ସମସ୍ତ ଙ୍କୁ ସେଠାରୁ ହଟି ଯିବାକୁ ଅନୁରୋଧ କଲେ। ଫେରୁ ଥିବା ମା ପୁଅ ଙ୍କୁ ଅଟକାଇ ବୋଷ ବାବୁ ନିଜ ଗାଡ଼ି ରେ ବସାଇ ସେମାନଙ୍କ ଘରେ ଛାଡ଼ି ବାକୁ ଅନୁରୋଧ କରୁଥିଲେ ।

ବୋଷ ବାବୁ ଙ୍କ ସ୍ତ୍ରୀ ବୋଷ ବାବୁ ଙ୍କ ଏତାଦୃଶ କାର୍ଯ୍ୟ କଳାପ ଦେଖି ଗର ଗର ହେଉଥିଲେ। କାହିଁକି ଏ ଦରଦ ବୋଲି ରାଗ ରେ ତମ ତମ ହେଲା ବେଳେ ବୋଷ ବାବୁ , କଷ୍ଟ ରେ ଜର୍ଜରିତ ମା ଓ ପୁଅ ଙ୍କୁ ବୁଝାଇ ସୁଝାଇ ଗାଡ଼ି ରେ ବସାଇ ସେମାନଙ୍କର ଉଜୁଡ଼ି ଯାଇଥିବା ବସା ନିକଟ କୁ ନେଇ ଯାଇଥିଲେ। ସତରେ ଗରିବ ଘର ଟି ଅଗ୍ନିଁରେ ପୋଡି ଛାର ଖାର ହୋଇ ଯାଇଥିଲା। ବୁଢ଼ୀ ର ବୋହୂ; ପୁଅ ଓ ବୁଢୀ କୁ ଦେଖି ନିଆଁ ବାଣ ହୋଇଥିଯାଇଥିଲା। ଉତ୍ୟକ୍ତ କଥା କହିବା ଆରମ୍ଭ କରି ପରିସ୍ଥିତି କୁ ପୁଣି ଜଟିଳ କରିବା କୁ ଚେଷ୍ଠା କଲା ବେଳେ ପୁଅ ର ଶକ୍ତ ବଚନ ଓ ତାଗିଦ୍ ସ୍ତ୍ରୀ କୁ ଶାନ୍ତ କରାଇ ମା କୁ ଉପଯୁକ୍ତ ସମ୍ମାନ ଦେବାକୁ ପ୍ରବାର୍ତ୍ତାଉଥିଲା। ବୋଷ ବାବୁ ନିଜ ସ୍ତ୍ରୀ ଓ ଛୁଆ ଙ୍କୁ ଅପୂର୍ବ ଅଙ୍ଗେ ନିଭା କଥା କୁ ଚେତାଇ କହୁ ଥିଲେ, ମଣିଷ ଜନ୍ମ ତା ଭୁଲ କରିବା ପାଇଁ ହୋଇଥାଏ। କିନ୍ତୁ ଜୀବନ ଜଞ୍ଜାଳ ଭିତରେ ଯିଏ ନିଜ ଭୁଲ କୁ ସ୍ବୀକାର କରି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହୋଇ ଜୀବନ ଚଳାଇ ଥାଏ ସେ ହିଁ ପ୍ରକୃତ ଅମୃତ ର ସନ୍ତାନ। ଏଇ ଯେଉଁ ଘଟଣା ଘଟିଲା ବିନା ଦୋଷ ରେ ଅକଥନୀୟ ମାଡ଼ ଖାଉଥିବା ମା ପୁଅ ର ଆଘାତ ଦେଖି ମମତା ର ଡୋର ରେ ସବୁ ଦୋଷ ନିଜେ ଆଦରି ନେଲା ଓ ରାକ୍ଷସ ରୂପୀ ପୁଅ କୁ ମାଡ଼ ସତ୍ବେ ଆପଣେଇ ନେଇ ନିଜ ସନ୍ତାନ କୁ ଭୁଲ୍ ବାଟରୁ ମୁଖ୍ୟ ରାସ୍ତା କୁ ଆଣିବା କୁ ସଫଳ ହେଲା। ଆଧୁନିକ ସହରୀ ସଭ୍ୟତା ଏଭଳି ସ୍ଥିତି ରେ ବୟୋଜ୍ୟେ୍ଷ୍ଠ ଙ୍କୁ ନିଜ ଠାରୁ ଦୂରେଇ ଜରାବାସ ରେ ଛାଡି ଦିଅନ୍ତି। କିନ୍ତୁ ଏହି ଗାଆଁ ରେ ଅଶିକ୍ଷିତ ହେଲେ ବି ନିଜ ମା କୁ ସମସ୍ତେ ଆଦରି ନେଲେ। ବୋଷ ବାବୁ ସ୍ତ୍ରୀ ଙ୍କୁ କହିଲେ ଆହୁରି , ଦେଖିଲ ତୁମେ ଖାଲି ଟା ରେ ଗର ଗର ହେଉଥିଲ। ଏ ଗାଆଁ କୁ ଯଦି ଆମେ ସେମାନଙ୍କୁ ଛାଡି ବାକୁ ଆସି ନ ଥାନ୍ତେ ତେବେ ସେ ଦୁହିଁଙ୍କ ଘର କୁ ଫେରିବା ଓ ସ୍ୱଜନ ଙ୍କ ମିଶିବା ଖୁସି କଣ ଆମେ ଉପଲବ୍ଧ କରି ପାରନ୍ତେ?

ଆମେ ବି ମଣିଷ। ଆମର ବଳ ବୟସ ଅଛି। ଆସନ୍ତା କାଲି ମୁଁ ବି ସେହି ପଥର ପଥିକ ଟିଏ ନ ହେବି ବୋଲି କ'ଣ ମାନେ ଅଛି?

ଆମେ ବାପା ଓ ମା ହୋଇ ଆମ ଛୁଆ ଙ୍କୁ ସବୁ ଶିକ୍ଷ୍ୟା ଦେଇ ଦେବା ବୋଲି କିଛି କହିପାରିବା? ଜୀବନ ଯାତ୍ରା ର ପ୍ରତିଟି ମୁହୂର୍ତ୍ତ ଆମ ପାଇଁ ଓ ଏହି ଛୁଆ ଙ୍କ ପାଇଁ ଶିକ୍ଷଣୀୟ ମଇଦାନ। ଝରଣା ଅନବରତ ବହୁଛି, ଉତ୍ପତ୍ତୀ ଅଜଣା। ଅନେକ ଜୀବ ମନୁଷ୍ୟ, ଗଛ ଲତା ତାହାରି ପ୍ଲାବିତ ଜଳ ଧାରା କୁ ନେଇ ବଞ୍ଚି ଆସୁଛନ୍ତି ।ସେ ତା କାମ ରୁ ବିରତ ହୁଏ ନି କି ବାଧା ପ୍ରତିବାଦ କୁ ଭ୍ରୁକ୍ଷେପ କରୁନି ବରଂ ଅନବରତ ବହି ଚାଲିଛି ଓ ସଂସାର ର ସବୁ ପ୍ରାଣୀ ଙ୍କୁ ନିଜ ପାଖକୁ ଡାକି ଆତ୍ମ ସନ୍ତୋଷ ପ୍ରଦାନ କରୁଛି।ସେମିତି ଅଜଣା ଉତ୍ପତ୍ତି ଭଳି ଝରଣା ର , ଉତ୍ୟକ୍ତ ପୁତ୍ର ମା ର କୋମଳ ପରଶ ପାଇ ଥଣ୍ଡା ପଡ଼ିଗଲା, ମମତା ଆଗରେ ସବୁ ଫିକା ହୋଇଯାଇଥିଲା। ସେ ମା ଚାହିଁ ଥିଲେ ଜନତା ଙ୍କ ଆଶ୍ରୟ ନେଇ ପୁଅ ର ଅନିଷ୍ଠ କରି ଉଚିତ୍ ଶିକ୍ଷ୍ୟା ଦେଇ ପାରନ୍ତା। ମାଡ଼ ର ପ୍ରତିଦାନ କଣ ମାଡ଼ ଦେଇ ପାରନ୍ତା ନାହିଁ ?


ବୋଷ ବାବୁ ଛୁଆ ଙ୍କ ମନରେ ସମ୍ପର୍କ ର ସେତୁ କିପରି ଆନନ୍ଦ ଦିଏ ସେହି ଗାଆଁ ରେ ଉପଲବ୍ଧ କରାଇ ଥିଲେ। ରାତି ମାଡି ଆସୁଥିବାରୁ ବୋଷ ବାବୁ ମା ବୁଢ଼ୀ ପାଖକୁ ଯାଇ ନିଜ ସାଧ୍ୟ ମତେ କିଛି ଅର୍ଥ ଦାନ ଦେଇ ସେହି ଗାଆଁ ରୁ କୋଲକାତା ଅଭିମୁଖେ ଫେରୁଥିଲେ। 


ମନରେ ଭାବୁ ଥିଲେ ମୁଁ ବି କଣ ସେହି ଏକା ପଥର ପଥିକ ହେବି? ଏତେ ସବୁ ହେଲା ପରେ ?


ସତରେ କଣ ବାର୍ଦ୍ଧକ୍ୟ ଟା ଏତେ ଦାରୁଣ ?


ବୁଢ଼ୀ ମା ର ଉଦାର ହୃଦୟ ରେ ଜମାଟ ବାନ୍ଧିଥିବା ସ୍ନେହ, ମମତା ତା ଛୁଆ ପ୍ରତି ଯେମିତି ଉଛୁଳୁ ଥିଲା, ଯଦି ମୋ ଜୀବନ ରେ ଆସେ ସେଭଳି ପରିସ୍ଥିତି ତେବେ, ପରିବାର ଆୟତ କରିବା ଓ ଏକ ସୂତ୍ର ରେ ବାନ୍ଧି ରଖିବା ଭଳି ମୁଁ ବି ସେ ପଥର ପଥିକ ଟିଏ କଣ ହୋଇ ପାରିବି ?


Rate this content
Log in

Similar oriya story from Romance