Pratap Chandra Mishra

Inspirational

4  

Pratap Chandra Mishra

Inspirational

ଅଂଶୁଘାତ

ଅଂଶୁଘାତ

2 mins
326



ଡ଼ହ ଡହ ଖରା। ଗାଆଁ ର ଆମ୍ବ ତୋଟା ରେ ବଂଶୀ ଦୌଡ଼ିଆ ଖଟରେ ଏପଟ ସେପଟ ହେଉଥାଏ। ଭୀଷଣ ଗରମ। କୁଲର୍ , ଫ୍ରିଜ୍ ଅଛି। ହେଲେ ବିଦ୍ୟୁତ୍ ସରବରାହ ବନ୍ଦ। ମରଦ ପୁଅ ବୋଲି ସିନା ଲୁଙ୍ଗି ଗାମୁଛା ନେଇ ଘରୁ ପଳାଇ ଆସିଥିଲା ହେଲେ ମାଇପୀ ଗୁଡ଼ାକ ଯିବେ କୁଆଡେ ?? ସେହି ଘର ଭିତରେ ଖାଲି ଛଟପଟ । ଆଗରୁ ବାଡି ରେ ଗଛ ବୃକ୍ଷ ଥିଲା। ଶୀତଳ ଛାୟା ଘରକୁ ଆସ୍ଵସ୍ଥି ଯୋଗାଉଥିଲା। କିନ୍ତୁ ଆଧୁନିକ ଢାଞ୍ଚା ସୌଖିନ ଜୀବନ ଯାପନ ଗଛ ଗୁଡ଼ାକ କାଟି କୁଟି ସଫା କରିଦେଲେ ପୁଣି ପରିବେଶ ପ୍ରଦ୍ୟୁଷଣ ବିଶ୍ୱତାପନ ପ୍ରକ୍ରିୟା ଯୋଗୁଁ ଅସାମାନ୍ୟ ବିମାର ମାନବ ଙ୍କ ଉପରେ ବୋଝ ହୋଇ ଦାଉ ସାଜିଛି।


ଏସବୁ ଭାବି ବଂଶୀ କୁ ନିଦ କି ଆରାମ ଲାଗୁନି ଖାଲି ଖରା ବେଳ କୁ ଅତିବାହିତ କରିବା ବାହାନା। ହଠାତ୍ ଶହେ ଆଠ ଗାଡ଼ି ଗାଆଁ କୁ ଦଉଡ଼ି ଆସୁଥିଲା। ବଂଶୀ ସଚେତ ହୋଇ ଭୁଲି ଗଲା ଗରମକୁ। ସେହି ଗାଡ଼ି ପଛେ ସେ ବି ଦୌଡ଼ିଲା। ଗାଁରେ ନାରୁ ମାଷ୍ଟର ଙ୍କ ଅବସ୍ଥା ସାଙ୍ଘାତିକ। ସ୍କୁଲ ରୁ ଆସି ବେହୋସ୍। ତାଙ୍କ ସହଧର୍ମିଣୀ ଗାଡ଼ି କୁ ଫୋନ୍ କରି ଡାକି ଥିଲେ। ତେଣୁ ହେଳା ନ କରି ଯେତେ ଶୀଘ୍ର ସମ୍ଭବ ସେ ସାହି ପଡିଶା ଙ୍କ ସାହାଯ୍ୟ ଲୋଡ଼ି ନିକଟ ହସ୍ପିଟାଲ କୁ ନେଇଗଲେ। ବଂଶୀ ବି ଥିଲା ।

ନାରୁ ମାଷ୍ଟ୍ରେ ଭଦ୍ର ବ୍ୟକ୍ତି ଥିଲେ, ପ୍ରାୟ ଛାତ୍ର ଙ୍କ ପ୍ରିୟ । କର୍ତ୍ତବ୍ୟ ରତ ଆଦର୍ଶ ଶିକ୍ଷକ ଥିଲେ। ଶିକ୍ଷା ଦାନ କାରିବାକୁ ପିଲା ଙ୍କୁ ସେ ସବୁ କିଛି ଭୁଲି ଯାଉ ଥିଲେ।ତେବେ ହସ୍ପିଟାଲ ହତା ରେ ଡାକ୍ତର ଘୋଷଣା କଲେ ଆଜ୍ଞା ଙ୍କୁ ଅଂଶୁଘାତ ହୋଇଛି। କିନ୍ତୁ ବିଳମ୍ବ ହୋଇଥିଲେ ଅବସ୍ଥା ସଙ୍କଟାପନ୍ନ ହୋଇଥାନ୍ତା। ଚିକିତ୍ସା ସଠିକ୍ ସମୟ ରେ ହୋଇଯାଇଥିବା ଯୋଗୁଁ ସେ ଅଳ୍ପକେ ବଞ୍ଚି ଗଲେ।ହେଲେ ଡାକ୍ତର ପଚାରୁ ଥିଲେ ସବୁ ଜଣା ଶୁଣା ଜ୍ଞାନୀ ଏଭଳି ଅବସ୍ଥା ର ଶିକାର କାହିଁକି ହେଲେ ? ଟେଲିଭିଜନ, ମୋବାଇଲ, ବିଭିନ୍ନ ଗଣ ମାଧ୍ୟମ ରେ ଗ୍ରୀଷ୍ମ ଦାଉରୁ ବଞ୍ଚିବା ପାଇଁ ଓ ମାରାତ୍ମକ ଅଂଶୁଘାତ ରୁ ମୁକ୍ତି ପାଇବା କୁ ତୁହା କୁ ତୁହା ଘୋଷଣା କରାଯାଉଛି ହେଲେ କେମିତି ହେଲା ଏ ପରିସ୍ଥିତି ?? ସହଧର୍ମିଣୀ କଇଁ କଇଁ କାନ୍ଦି ଉପର ବାଲା ଙ୍କୁ କୋଟି ପ୍ରଣାମ କରି ଉତ୍ତର ଦେଇଥିଲେ , ସାର୍ ଆଜି ବିଳମ୍ବ ରେ ସ୍କୁଲ ରୁ ଘରକୁ ଆସିଥିଲେ। ସେ ଫୋନ୍ ରେ ସଚେତନ କରି କହିଥିଲେ, ଖରା କମିଯାଉ ଯେଉଁଠି ଅଛ ସେଇଠି ରହିଯାଅ ସରକାର ସଚେତନ କରାଇଛନ୍ତି ଅଂଶୁଘାତ ହୋଇଯିବ କିନ୍ତୁ ଉପର ହାକିମ ଙ୍କ ଆଦେଶ ,,ବ୍ଲକ ରେ କାଗଜ ପତ୍ର ଦାଖଲ କରିବା ନିହାତି ଜରୁରୀ। ନହେଲେ ବିଦ୍ୟାଳୟ ର ସମ୍ମାନ ରେ ଆଞ୍ଚ ଆସିଯିବ କହି ମୋ କଥା ଏଡାଇ ଦେଇ ସେ କାର୍ଯ୍ୟ ସମାପନ କରି ଖରା ବେଳ ରେ ହିଁ ଘରକୁ ଆସିଥିଲେ ।


ଉପସ୍ଥିତ ଡାକ୍ତର କହୁଥିଲେ ସେଠି;ଚାକିରି କରୁଛେ ସତ କର୍ମ କର୍ତ୍ତବ୍ୟ ଆଗ କିନ୍ତୁ ଆତ୍ମ ରକ୍ଷା ବି ଜରୁରୀ। ଯିବାର ଥିଲା ତେବେ ମଥାରେ ଓଦା ଗାମୁଛା, ସାଥିରେ ପାଣି ବୋତଲ, ପୁଣି ଛତା ଓ ହାଲୁକା ବସ୍ତ୍ର ଯାହା ଅଂଶୁଘାତ ର ପ୍ରତିଷେଧକ ପ୍ରକ୍ରିୟା ସେ ସବୁ ଆପଣେଇ ଯିବାର ଥିଲା ଜରୁରୀ। ଅନ୍ୟଥା ବିପଦ ହାତେ ଥୁଆ। ଏବେ ଯାହା ଘଟିଲା। 


ସେ ଯାହାହେଉ ଏ ଘଟଣା ତୁମ ଗାଆଁ ବାସିନ୍ଦା ଓ ଅନ୍ୟ ପାଇଁ ନିହାତି ସଚେତନ କାରାଇବ।


ନାରୁ ଆଜ୍ଞା ଙ୍କ ହୋସ୍ ଆସିଯାଇଥିଲା, ଆଇ.ସି.ୟୁ. ରୁ ହାତ ଠାରୁ ଥିଲେ। ଡାକ୍ତର ଙ୍କ ପଛରେ ବଂଶୀ ଓ ଆଜ୍ଞା ଙ୍କ ସହଧର୍ମିଣୀ ନାରୁ ଆଜ୍ଞା ଙ୍କ କକ୍ଷ ଦିଗକୁ ଯାଉଥିଲେ .।


Rate this content
Log in

Similar oriya story from Inspirational