STORYMIRROR

Pratap Chandra Mishra

Comedy

3  

Pratap Chandra Mishra

Comedy

ବିଚାର

ବିଚାର

4 mins
118


ସୃଷ୍ଟିରେ ବିଭିନ୍ନ ଧରଣର ପ୍ରାଣୀ ଜୀବନ ଧାରଣ କରିଛନ୍ତି। ସେମାନଙ୍କ ବଞ୍ଚିବା ଶୈଳୀ ବି ନିଜ କର୍ମ ଅନୁସାରେ ସ୍ଵତନ୍ତ୍ର।ସବୁଠାରୁ ଉତ୍କୃଷ୍ଟ ପ୍ରାଣୀ ହେଉଛି ମନୁଷ୍ୟ । ଉନ୍ନତ ମତିସ୍କ। ଅସମ୍ଭବକୁ ସମ୍ଭବ କରିବା କ୍ଷମତା ଥାଏ ତାର। କିନ୍ତୁ ଏ ସବୁ ଭିତରେ ଏମିତି ବି ଲୋକ ଅଛନ୍ତି,ବିନା ଶ୍ରମରେ ରାତା ରାତି ଧନୀ ହେବାର ସଉକ ପୂରଣ କରିବାକୁ ଯାଇ ଅନେକ ଅସାଧୁ ପନ୍ଥା ଅବଲମ୍ବନ କରିଥାନ୍ତି।ପରିଶ୍ରମର ଫଳ କଣ ଜାଣିଲା ବେଳକୁ ନେଡି ଗୁଡ଼ କହୁଣିକୁ ଝରି ପଡ଼ିଥାଏ। ଜୀବନ ଦୁର୍ବିସହ ହେବାରୁ ନିଜକୁ ଆଉ କିଏ ରୋକି ପାରେ ନାହିଁ।ପିଲା ବେଳୁ ଦୁଷ୍ମନ୍ତ ଦୃଷ୍ଟ ପ୍ରକୃତିର। ବଡ଼ ହେଲା। ତାର ସଉକ ଆଧୁନିକତାର ଚିଜ ପ୍ରତି ବେଶ ଆଗ୍ରହ ବଢ଼ିଲା। ପାଠ ପଢାରେ ଆଗ୍ରହ ନଥିଲା। ଖଳ ଲୋକଙ୍କ ସହ ମିଶି ଟଙ୍କା ରୋଜଗାର ପାଇଁ ଦାଦା ବଟୀ ଆଦାୟ ଭଳି ଅନ୍ୟାୟ ପନ୍ଥା ଆଦରି ନେଲା।କାଳକ୍ରମେ ସେ ଗୁଣ୍ଡା ଗର୍ଦୀ ଓ ଚୋରି ଡକାୟତି ଭଳି ପନ୍ଥାରେ ନିଜକୁ ସାମିଲ କରାଇ ନେଲା। ଧୀର ଧିରେ ସହରରେ ତାର ପ୍ରଭୂତ୍ୱ ଜାହିର କରିବା ଆରମ୍ଭ କରିଦେଲା। ସହରର ଭିତିରି ଦୁନିଆରେ ଦୁଷ୍ମନ୍ତ ଦାଦା ନାମରେ ଭୟ ଓ ଆତଙ୍କର ଛାୟା ଖେଳାଇ ଅନୈତିକ ଉପାୟରେ ଟଙ୍କା ପଇସା ହାତେଇ ଚର୍ଚ୍ଚିତ ଗୁଣ୍ଡା ହୋଇଗଲା। ସଭ୍ୟ ସମାଜ ଦୁଷ୍ମନ୍ତ ନାଆଁ ଶୁଣିଲେ ଭୟ କଲେ। ପୋଲିସ ପ୍ରଶାସନର ନିଦ ହଜାଇ ଦୁଷ୍ମନ୍ତ ତାର କାୟା ବିସ୍ତାର କରି ଚାଲିଲା। ଧିରେ ଧିରେ ମନର ଝରଣାରେ ଯୌବନ ଓ ଅର୍ଥ ପ୍ରବଳର ଭିତ୍ତି ଭୂମିକୁ ନେଇ ବଳାତ୍କାର ଓ ସୁରା ସାଗରରେ ଜୀବନକୁ ଭସାଇ ଅୟସ କରିବାକୁ ଲାଗିଲା। କିନ୍ତୁ ସବୁ ବେଳେ ଅମାବାସ୍ୟା ନ ଥାଏ। ପୂର୍ଣ୍ଣମୀର ଜହ୍ନ ବି ଆସେ। ସାରା ସଂସାର ସେହି ଟିକି ଜହ୍ନର ଆଲୋକରେ ଆଲୋକିତ ହୋଇ ଅନ୍ୟାୟ ଓ ନ୍ୟାୟକୁ ଦୁନିଆରେ ଦଣ୍ଡାୟମାନ କରାଇ ଦେଇଥାଏ। ଦୁଷ୍ମନ୍ତ ,ସହର ଉପକଣ୍ଠ ବସ୍ତିରେ ସୁନ୍ଦର୍ ଶିଖିତା ସଂଯୁକ୍ତା ଉପରେ ଲୋଲୁପ ଦୃଷ୍ଟି ରଖି, ଅପହରଣ ସହ ବଳାତ୍କାର କରି ତାକୁ ରାସ୍ତା କଡ଼ରେ ଫୋପାଡି ଦେଲା। ବସ୍ତି ଲୋକ ଓ ମିଡ଼ିଆ ବାଲା ମିଶି ଦୃଢ ପ୍ରତିବାଦ କରି ରାସ୍ତା ରୋକ କଲେ। ପ୍ରଶାସନ ପ୍ରତିଶ୍ରୁତି ଦେଲେ ଅପରାଧୀକୁ ନିଶ୍ଚୟ ଧରି ଦଣ୍ଡ ପ୍ରଦାନ କରି ସଂଯୁକ୍ତାକୁ ନ୍ୟାୟ ନିଶ୍ଚୟ ମିଳିବ। 


ପୋଲିସ ଅଧିକାରୀଙ୍କ ସ୍ବଚ୍ଛତା ଓ ପ୍ରଶାସନର ତତ୍ ପରତ ଯୋଗୁଁ ଦୁଷ୍ମନ୍ତ ହାଜତକୁ ଆସିଗଲା। କୋର୍ଟରେ ବିଚାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଗଲା । ପ୍ରଧାନ ବିଚାରପତି ବିମଳ ପ୍ରସାଦ ରାୟ ଥାନ୍ତି। ସେ ଜଣେ ନ୍ୟାୟ ବନ୍ତ ଓ ପୋଖତ ଆଇନ ରକ୍ଷକ। ସଂଯୁକ୍ତାକୁ ନ୍ୟାୟ ଦେବା ପାଇଁ ସେ ସମସ୍ତ ତଥ୍ୟକୁ ଓ ଦୁଷ୍ମନ୍ତର ପୂର୍ବ କାରନାମାକୁ ଟିକିନିଖି ଅନୁଧ୍ୟାନ କରି ଥିଲେ। ଶକ୍ତ ଦଣ୍ଡ ବିଧାନ ପାଇଁ ନିଷ୍ପତ୍ତି ନେବା ଆଗରୁ ଦୁଷ୍ମନ୍ତର ଲୋକମାନେ ବିମଳ ବାବୁଙ୍କ କୁନି ଝିଅକୁ ଅପହରଣ କରି ନେଇଥିଲେ। ବିମଳ ବାବୁଙ୍କୁ ଧମକ ବି ଦିଆ ଯାଇଥିଲା,ଯଦି ଦୁଷ୍ମନ୍ତର କିଛି ଅସୁବିଧା ହୁଏ ତେବେ ଝିଅର ଜୀବନ ଶେଷ ହୋଇଯିବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ବିମଳ ବାବୁ ପୋଲିସର ସହାୟତା ନେଲେ। ପୋଲିସ ବି ବୁଦ୍ଧି ଖଟାଇ କୌଶଳ କ୍ରମେ ଗୁଣ୍ଡାଙ୍କ କବଳରୁ ବିମଳ ବାବୁଙ୍କ ଝିଅକୁ ସୁରକ୍ଷିତ ବଞ୍ଚାଇ ପାରିଥିଲେ। ନ୍ୟାୟର ରାସ୍ତାରେ ଥିବା ମଣିଷକୁ ଭଗବାନ ନିଶ୍ଚେ ସହାୟ ହୋଇଥାନ୍ତି। ବିମଳ ବାବୁ ଯେ କୌଣସି ପ୍ରତିକୂଳ ପରିସ୍ଥିତି ଆସିଲେ ବି ସେ ତାଙ୍କ ପେଶାକୁ ଉଚିତ୍ ନ୍ୟାୟ ଦେବାକୁ ଚେଷ୍ଠା କରନ୍ତି। ଅପରାଧୀ ତାଙ୍କ କବଳରୁ ଫିଟି ପାରି ନଥାଏ। ନ୍ୟାୟ ପାଇବା ବ୍ୟକ୍ତି ସଠିକ୍ ନ୍ୟାୟ ପାଇଥାଏ। ତେଣୁ ସ୍ବୟଂ ଭଗବାନ ବି ତାଙ୍କ ଉପରେ ସଦା ପ୍ରସନ୍ନ। ଦୁନିଆ ଓ କୋର୍ଟ କଚେରୀର ମହୋଲରେ ବିମଳ ବାବୁଙ୍କ ସ୍ଵତନ୍ତ୍ର ସମ୍ମାନ ରହିଥାଏ। ତେଣୁ ସଂଯୁକ୍ତା ଓ ତା ପରିବାର ଉଚିତ ନ୍ୟାୟ ପାଇବାରୁ ବଞ୍ଚିତ ହୋଇନଥିଲେ। ବିମଳ ବାବୁ ଦୁଷ୍ମନ୍ତକୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ଅନ୍ୟାୟରେ ଅର୍ଜିଥିବା ସବୁ ସଂପତ୍ତି ବାଜ୍ୟାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ନାଚାର ଦୁଷ୍ମନ୍ତ ଓ ତା ଦୂର୍ଦ୍ଧଶ ଗୁଣ୍ଡା ଦଳ ପୋଲିସ ହେଫାଜତ୍ ରେ କାଳାତିପାତ କଲେ। ସମାଜରେ ଦୁଷ୍ମନ୍ତ ଭଳି ଆସାମୀକୁ ପୋଲିସ କବଜାରେ ରହିବା ଜାଣି , ସ୍ଥାନିୟ ସହର ଓ ଗାଆଁ ଗହଳିରେ ସମସ୍ତେ ଆସ୍ଵସ୍ଥି ଅନୁଭବ କରୁଥିଲେ। 


ଅନେକ ଦିନ ବିତି ଯାଇଥିଲା। ବିମଳ ବାବୁ ଶ୍ରୀକ୍ଷେତ୍ରକୁ ପରିଭ୍ରମଣ କରିବାକୁ ଯାଇଥିଲେ ।କାଳିଆ ଦର୍ଶନ ସହ ହସ ଖୁସି ଫେରୁଥିବା ବେଳେ ବଡ଼ ଦାଣ୍ଡରେ ଭିକ୍ଷା ବୃତ୍ତି କରୁଥିବା ଭିକ୍ଷୁକଙ୍କ ଭିଡ଼ରୁ ବିମଳ ବାବୁଙ୍କ ନାଆଁ ଧରି କିଏ ଡାକୁଥିବା ଶୁଣିବାକୁ ପାଇଲେ। ବିମଳ ବାବୁ ସର୍ବୋଚ୍ଚ ନ୍ୟାୟାଳୟର ଅବସର ପ୍ରାପ୍ତ ନ୍ୟାୟ ଅଧିକାରୀ। ତାଙ୍କ ସହ ସୁରକ୍ଷା ଅଧିକାରୀ ଅଙ୍ଗାଙ୍ଗୀ ଭାବେ ସଂଶ୍ଳିଷ୍ଟ। କ୍ଷମତା ସମ୍ପନ୍ନ ନ୍ୟାୟ ଅଧିକାରୀଙ୍କ ନାଆଁ ଧରି ଡାକିବା ଦୁଃସାହସ କିଏ କରୁଛି ବୋଲି ସୁରକ୍ଷା କର୍ମୀ ମାନେ ପଛକୁ ବୁଲି ଦେଖିଲେ। ତାଗିଦ୍ କରୁଥିବା ବେଳେ ସେମାନେ ଭିକାରିକୁ ; ବିମଳ ବାବୁ ସେହି ଭିକାରୀ ନିକଟକୁ ଗଲେ। ଲୋକଟି କୃଷ୍ଠ ରୋଗାକ୍ରାନ୍ତ। କହିବା ଶକ୍ତି କ୍ଷୀଣ। ଯେମିତି ବହୁତ୍ ଦିନ ହେବ ଭୋକିଲା ଅଛି । ସେଠି ବିମଳ ବାବୁଙ୍କୁ ଦେଖି ଭିକାରୀଟି ଯୋଡ଼ ହସ୍ତରେ ମୁଣ୍ଡିଆଟେ ମାରିଲା। କହିଲା ଆପଣ ନ୍ୟାୟର ପରିଧିରେ ସମାଜ ଆଗରେ ଦଣ୍ଡ ମତେ ସିନା ଦେଇଥିଲେ, କିନ୍ତୁ ଦୁନିଆ ଦାଣ୍ଡରେ କାଳିଆର ଦଣ୍ଡ ସବୁଠାରୁ ଉର୍ଦ୍ଧରେ। ମୋର ପବିତ୍ର ଜୀବନକୁ ଭୁଲ ମାର୍ଗରେ ନିଜକୁ ସାମିଲ କରାଇ ଐଶ୍ୱରିକ ଶକ୍ତିକୁ ଅଣଦେଖା କରି ଅନେକକୁ କରମ କରି ଯାଇଛି। ସେଥିପାଇଁ ଆଜି ପ୍ରାୟଶ୍ଚିତ କରିବା ପାଇଁ ଏହି ବଡ଼ଦାଣ୍ଡରେ ଜଗନ୍ନାଥଙ୍କ ଶରଣାପନ୍ନ ହୋଇଛି।ଏବଂ କାଳିଆ ଦଣ୍ଡରେ ବଡ଼ ରୋଗୁ ଟିଏ ହୋଇ ଅବଶେଷ ଜୀବନ ତା ଚିନ୍ତା ଓ ଚେତନାରେ ଏଠି ପଡ଼ିଛି। ଏ ଚେତନା ଜାଗ୍ରତ କରାଇବା ପାଇଁ ଆପଣ ହିଁ ପ୍ରେରଣା। ସେଥିପାଇଁ ଆପଣଙ୍କୁ କୋଟି ପ୍ରଣାମ ଜଣାଉଛି।


ବିମଳ ବାବୁ ସେହି ଅନୂତପ୍ତ କଣ୍ଠ ସ୍ୱରକୁ ଚିହ୍ନିଲା ଚିହ୍ନିଲା ଭଳି ଅନୁଭବ କରୁ କରୁ, ଭିକାରୀଟି ବିମଳ ବାବୁଙ୍କ ପାଦ ସ୍ପର୍ଶ କରିବାକୁ ଚେଷ୍ଟା କରୁଥାଏ । ଦେହ ରଖି ମାନେ ତାକୁ ଚରଣ ଛୁଇଁ ବାକୁ ଅଟକାଇଲା ବେଳେ କହୁଥାଏ, ବାବୁ ମାନେ ମୁଁ ଦୁଷ୍ମନ୍ତ, ବିଚାରପତିଙ୍କ ପାଦ ଛୁଇଁ ବାକୁ ଦିଅ। ଜୀବନ ଦଶାରେ କାଳିଆ ଦାଣ୍ଡରେ ପ୍ରାୟଶ୍ଚିତ ପାଇଁ ପଡ଼ିଛି। କେବେ କାଳିଆକୁ ଦେଖିନି। ମୋ ସାମ୍ନାରେ ନ୍ୟାୟର ଦେବତା କାଳିଆ ସଦୃଶ ଅଛନ୍ତି। ତାଙ୍କୁ ଟିକେ ଛୁଇଁ ଦେଲେ ମୁଁ ମୁକ୍ତି ପାଇବି। ଦିଅ ଛୁଇଁବାକୁ ସୁଯୋଗ ଟିକେ ଦିଅ। 


ଏତିକି ବେଳେ ଜନ ସମାଗମ ଓ ଗହଳି ହୋଇଯାଇଥିଲା। ବିମଳ ବାବୁଙ୍କ ସୁରକ୍ଷା ଚିନ୍ତାରେ ସୁରକ୍ଷା କର୍ମୀ ମାନେ ,ବିମଳ ବାବୁଙ୍କୁ ସେଠାରୁ ନିଜ ଗାଡ଼ିକୁ ନେଇ ଫେରୁଥିଲେ।


Rate this content
Log in

Similar oriya story from Comedy