Pratap Chandra Mishra

Inspirational

4  

Pratap Chandra Mishra

Inspirational

ମାତୃ ଭାଷା କବଚ

ମାତୃ ଭାଷା କବଚ

5 mins
393


ପ୍ରବୀର ଗାଆଁ ର ଭଲ ଛାତ୍ର। ସ୍କୁଲ ସ୍ତରରୁ କଲେଜ ଏବଂ ପରେ ବୈଷୟିକ ଶିକ୍ଷ୍ୟା ପାଇଁ ହାଇଦ୍ରାବାଦ ଗଲା। ସେଠାରେ ବି ଖୁବ୍ ମନ ଧ୍ୟାନ ଦେଇ ପାଠ ପଢିଲା। ସେଠାରେ ବି ସେ ଜଣେ ଆଗ ଧାଡ଼ି ର ଛାତ୍ର ଥିଲା। ପ୍ରବୀର ର ସୁନାମ ବେଶ୍ ବଢ଼ିଯାଇଥିଲା। ସେ ନିପଟମଫସଲ ରୁ ଯାଇ ଭଲ ଶିକ୍ଷା ପାଇ ଥିଲା। କିନ୍ତୁ ରୋଜଗାର ପାଇଁ ନାକେଦମ୍ ହେବାକୁ ପଡ଼ିଲା। ପାଠ ସିନା ଭଲ ପଢ଼ି ଉଚ୍ଚ ଡିଗ୍ରୀ, ଅଧିକ ମାର୍କ ହାସଲ କରି ଥିଲା ,କିନ୍ତୁ ଚାକିରୀ ଟେ ପାଇଁ ବୁଲି ବୁଲି ମନ ବିଚ୍ଛେଦ ହୋଇଯାଇଥିଲା। ସରକାରୀ ଚାକିରୀ ପାଇଁ ହାତଗୁଞ୍ଜା ତ ଜାତି ସଂରକ୍ଷଣ ର ଶିକାର ହୋଇ ସେଥିରୁ ବଞ୍ଚି ଯାଉଥାଏ। ସରକାରୀ ଚାକିରୀ ସାତ ସପନ ହୋଇଯାଇ ଥିଲା ତା ପାଇଁ, ଯେହେତୁ ସେ ଜଣେ ଉଚ୍ଚ ଜାତି ର ସାଧାରଣ ର ମଣିଷ ଟିଏ।ଯୋଗ୍ୟତା ଥିଲେ ବି ସଙ୍ଘର୍ଷ ପରେ ବି ଫାଇନାଲ ପରୀକ୍ଷା ରେ ଫେଲ୍ ମାରୁଥିଲା। 


ହତାଶ ହୋଇ ସେ ଶେଷ ରେ ଗୋଟିଏ ମଲ୍ଟି ନେସନାଲ କମ୍ପାନୀ ରେ ଜୁନିଅର ମ୍ୟାନେଜର ଭାବେ ତା ଶିକ୍ଷ୍ୟା ଅନୁସାରେ ଚାକିରୀ ଟିଏ ମୁମ୍ବାଇ ସହର ରେ ଯୋଗାଡ଼ କରି ନେଲା। ସେ ନିଜ ମାତୃ ଭାଷା ଓଡ଼ିଆ କୁ ସ୍ପଷ୍ଟ ଭାବେ କହେ ଓ ନିର୍ଭୁଲ ଲେଖିବାରେ ଦକ୍ଷତା ଅର୍ଜନ କରିଥାଏ।ଅନ୍ୟ ପ୍ରାନ୍ତ କୁ ଯାଇ ବଞ୍ଚିବାକୁ ହେଲେ ସ୍ଥାନୀୟ ଭାଷା କୁ ଜାଣିବା ନିହାତି ଆବଶ୍ୟକ। ତେଣୁ ହାଇଦ୍ରାବାଦ ରେ ରହଣି ବେଳେ ଅନ୍ୟ ଭାଷା ତେଲୁଗୁ ଓ ରାଷ୍ଟ୍ର ଭାଷା ହିନ୍ଦୀ କୁ ବି ଅକ୍ତିଆର କରି ବା ରେ ସିଦ୍ଧ ସାବ୍ୟସ୍ତ ନିଜକୁ କରି ଦେଖାଇ ଥିଲା। 


ନୂଆଁ ଚାକିରୀ ରେ ନିଯୁକ୍ତ ଥିବା ପ୍ରବୀର,କର୍ମଠ ପ୍ରବୃତ୍ତି ର। ଯେ କୌଣସି କାମ ହେଉ ସେ ନିଜର ଭାବି ସହଜ ରେ ସମ୍ପାଦନ କରିଥାଏ। କମ୍ ଦିନରେ ସେ ,ସେହି କାର୍ଯ୍ୟାଳୟରେ ଲୋକ ପ୍ରିୟ ହୋଇପାରିଥିଲା। ସମସ୍ତେ ଭଲ ପାଇବାସହ ପ୍ରବୀର କୁ ପ୍ରଶଂସା କରୁଥିଲା ବେଳେ ଅସନ୍ତୁଷ୍ଠ କର୍ମଚାରୀ ମାନେ ପ୍ରବୀର ର ଉପରିସ୍ଥ ଅଧିକାରୀ ଙ୍କ ସହ ମିଶି ପ୍ରରୋକ୍ଷ ରେ ନିନ୍ଦା ଓ ଅସହଯୋଗ କରିବା ଆରମ୍ଭ କରିସାରିଥିଲେ। ପ୍ରବୀର ଏ ସବୁ ଅନୁଭବ କରିଥାଏ। କିନ୍ତୁ ତା ନିଷ୍ଠା ଓ କାର୍ଯ୍ୟ ଦକ୍ଷତା ବଳରେ ସେ ସବୁ ବିପଦ ରୁ ବଞ୍ଚି ଯାଉଥାଏ। ଏମିତି ଦିନେ ଦିନ ବିନା ଦୋଷ ରେ ବି ତାକୁ ଗାଳି ଶୁଣି ବାକୁ ମିଳୁ ନ ଥିଲା,କପଟୀ ସହଯୋଗୀ ଙ୍କ କ୍ରୂର ଚକ୍ରାନ୍ତ ଯୋଗୁଁ ଉପରିସ୍ଥ ଅଧିକାରୀ ଙ୍କ ଠାରୁ ।

ମଫସଲିଆ ବୋଲି ପ୍ରବୀର ତାଛଲ୍ୟ ର ଶିକାର ହେଉଥାଏ। କାର୍ଯ୍ୟାଳୟ ରେ ପ୍ରଚଳିତ ଭାଷା ସହ ଅନ୍ୟ ଭାଷା କୁ ପ୍ରବୀର ବୁଝି ପାରୁଥାଏ। ଯେହେତୁ ବଡ଼ କମ୍ପାନୀ,ବହୁ ଭାଷା ଭାଷୀ ଲୋକ ଙ୍କ ଆତ ଜାତ ରହୁଥାଏ। ସେମାନଙ୍କ ଭାଷା କୁ ଅନୁବାଦ କରି କମ୍ପାନୀ ମୁଖ୍ୟ ଙ୍କୁ ବିସ୍ତାର ଭାବେ ଉପସ୍ଥାପନା କରିବା କୁ ଆବଶ୍ୟକ ହେଲେ ପ୍ରବୀର କୁ ଖୋଜା ଯାଏ।ଇର୍ଷାଳୁ କର୍ମଚାରୀ ମାନେ ପ୍ରବୀର ଠାରୁ ତଥ୍ୟ ସଂଗ୍ରହ କରି କମ୍ପାନୀ ମୁଖ୍ୟ କୁ ଜଣାଇ ଦିଅନ୍ତି। ପ୍ରବୀର କୁ ଏ ବାବଦରେ ପ୍ରୟୋଗ କରା ଯାଉଛି ବୋଲି ସେ ଜାଣେ।ବହୁ ସଙ୍ଘର୍ଷ ପରେ ସେ ନାମୀ କମ୍ପାନୀ ରେ ଚାକିରି ପାଇଛି। ନିଷ୍ଠା ଓ ନ୍ୟାୟ ରେ ଥିଲେ ଦିନେ ନା ସଫଳତା ନିଶ୍ଚେ ମିଳିବ ଭାବି କର୍ତ୍ତବ୍ୟ କରେ ।

ଉପରିସ୍ଥ ମାନେ ବାହାବା ନିଅନ୍ତି।ପ୍ରବୀର ମନ କୁ ଦୃଢ କରେ, ମଫସଲିଆ ହୋଇ ନିଜ ମାତୃଭାଷା ର ବଳିଷ୍ଠ ସିଡି ରେ ପାଦ ଥାପି ସେ ବହୁ ଭାଷା କୁ ଅକ୍ତିଆର କରିଛି । ତେଣୁ ସମ୍ମାନ ଆଦର କୁ କିଏ ଘୋଡାଇ ରଖିଲେ କେତେ ଦିନ ଯାଏଁ ଚାପି ରଖିବ? କର୍ତ୍ତବ୍ୟ ଓ ମାତୃଭାଷା ର ହିତ ହିଁ ଦୃଢ଼ତା ଓ ସଫଳ ତା ର ଚାବିକାଠି ।ତେଣୁ ହୃଦୟ ରେ ଓଡ଼ିଆ ମାଟି ଓ ସେ ମାଟିର କଥା କୁ ସସନ୍ମାନେ ହୃଦୟରେ ସାଇତି ତା କାର୍ଯ୍ୟ କରି ଚାଲେ। ମନରେ ଉତ୍ସାହ ଓ ନିଡର ହୋଇ ସବୁ ବାଧା ବିଘ୍ନ ଏଡ଼ାଇ ଉଚ୍ଚ ସ୍ବପ୍ନ ଦେଖୁଥାଏ। 


ସୌଭାଗ୍ୟ ଆସିଲେ ଓ କର୍ତ୍ତବ୍ୟ ପରାୟଣ ଥିଲେ ମାତୃଭାଷା ମମତା ବଳେ ଆଗାମୀ ଭାଗ୍ୟ ଖୋଲିବା ସୂଚନା ମିଳିଥାଏ।ପ୍ରବୀର କାମ କରୁଥିବା କମ୍ପାନୀ ସହ ଗୋଟିଏ ବିଦେଶ ର ବଡ଼ କମ୍ପାନୀ ସହ ବ୍ୟାପାର ପାଇଁ ଚୁକ୍ତି ହେବ ବୋଲି ଅଫିସ ରେ ଫୁସୁରୁ ଫାସର ଚାଲିଥିଲା। ଏବଂ ସେହି ବିଦେଶୀ କମ୍ପାନୀ ର ସି.ଇ.ଓ ହେଉଛନ୍ତି ଜଣେ ଓଡ଼ିଆ। ବହୁତ୍ ବର୍ଷ ତଳୁ ତାଙ୍କ ପରିବାର ବିଦେଶ ରେ ଥଇଥାନ ହୋଇଥିଲେ । ନିଜ ମାଟି ଓଡ଼ିଶା ଓ ନିଜ ମାତୃ ଭାଷା କୁ ଖୁବ୍ ଭଲ ପାଉଥିଲେ ।କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ବେଶୀ ଦିନ ବିଦେଶ ରେ ରହୁ ଥିବା ଯୋଗୁଁ ସ୍ଥାନୀୟ ଭାଷା ସହ ସଂଶ୍ଳିଷ୍ଟ ହୋଇ ଥିଲେ। ସେ ବ୍ୟକ୍ତି ଓଡ଼ିଆ ଲେଖି ପାରୁ ନଥିଲେ କିନ୍ତୁ ବୁଝିବା କୌଣସି ବାଧା ନ ଥିଲା ତାଙ୍କ ପାଇଁ। ସେ ସବୁ ବେଳେ ଚାହୁଁ ଥିଲେ ଓଡ଼ିଆ ଭାଷା ର ପ୍ରଚାର ଓ ପ୍ରସାର ହେଉ। ତେଣୁ ସେ ନିଜ ର ଭାଷା କୁ ସୁରକ୍ଷା ଦେବା ପାଇଁ ବିଦେଶ ମାଟିରେ ଥିବା ଓଡ଼ିଆ ଙ୍କୁ ନେଇ ଓଡ଼ିଶା ସଂଗଠନ କରିଥିଲେ। ସେହି ସଂଗଠନ ମାଧ୍ୟମ ରେ ସମାଜ ର ଉନ୍ନତି କଳ୍ପେ ସାହିତ୍ୟ କୁ ପ୍ରାଧାନ୍ୟତା ଦେଇ ତତ୍ ସମ୍ବନ୍ଧିତ ବ୍ୟାପାର କରନ୍ତି।ବହୁ ଭାଷା ର ପ୍ରଚାର ପାଇଁ ବିଭିନ୍ନ ପୁସ୍ତକ ଓ ଉନ୍ନତ ମାନ ର ଲେଖା ସଂଗ୍ରହ କରି ଦବି ଯାଇଥିବା ଓଡ଼ିଆ ଭାଷା କୁ ଉତ୍ଥାନ୍ କରିବା ଲକ୍ଷ୍ୟ ରେ ନିୟୋଜିତ ଥିଲେ। କମ୍ପ୍ୟୁଟର ଓ ବୈଷୟିକ ଜ୍ଞାନ କୌଶଳ ର ପ୍ରୟୋଗ ଦ୍ଵାରା ଅନାଲୋଚିତ ତଥ୍ୟ ଜନ ସମୁହ ରେ ବିସ୍ତାର କରି ବା ଇତ୍ୟାଦି। ପ୍ରବୀର ର କମ୍ପାନୀ ବିଦେଶୀ କମ୍ପାନୀ ସହ ଏକ ମତ ହୋଇ ପୁସ୍ତକ ମୁଦ୍ରଣ ଓ ଜ୍ଞାନ ର ପରାକାଷ୍ଠା କୁ ଆଦୃତ କରିବା ପାଇଁ ଆଗ୍ରହ ପ୍ରକାଶ କରି , ବିଦେଶୀ କଂପାନୀ କୁ ଆମନ୍ତ୍ରଣ କରି ଥିଲେ। ଦୁଇ ଟି ବଡ଼ କମ୍ପାନୀ ଭାଷା ପାଇଁ ସଚେତନ ହୋଇ ସେମାନଙ୍କ ର ଚୁକ୍ତି କରିବାକୁ ସ୍ଥିର କରୁ ଥାନ୍ତି। ହେଲେ ଚୁକ୍ତି ହେବ ଓଡ଼ିଆ ଭାଷା ରେ , ଏହା ବୈଦେଶିକ କମ୍ପାନୀ ମୁଖ୍ୟ ସ୍ଥିର କରିଛନ୍ତି। ଉଭୟ ବୁଝିଲା ଭଳି ଭାଷା ରେ ଚୁକ୍ତି ନାମା ହେବ ଓ ଏହାର ମୂଳ ଲେଖା ଇଂରାଜୀ ରେ ହେବ। ଉକ୍ତ ଲେଖା ର ଅନୁବାଦ ଓଡ଼ିଆ ରେ ସ୍ପଷ୍ଟ ଲିପିବଦ୍ଧ ହେବ।ସେଥିରେ ଉଭୟ କମ୍ପାନୀ ସ୍ୱାକ୍ଷର କରି ଆଗାମୀ ଯୋଜନା ସ୍ଥିର କରିବେ।

ନିର୍ଦ୍ଧାରଣ ସମୟରେ ବୈଠକ ଆୟୋଜନ ହେଲା। ଉଭୟ କମ୍ପାନୀ ମୁଖ୍ୟ ଙ୍କ ସମ୍ମୁଖ ରେ ଚୁକ୍ତି ନାମା ର ପତ୍ର ରଖାଗଲା। ଅନୁବାଦ କରିବା ପାଇଁ ଓଡ଼ିଆ ରେ ପ୍ରବୀର ର ଉପରିସ୍ଥ ଅଧିକାରୀ କୁ ଡକାଗଲା। ପ୍ରବୀର ବି ସାଥିରେ ଥାଏ।ଯେତେବେଳେ ଚୁକ୍ତି ନାମା ର ଇଂରାଜୀ ଫର୍ଦ୍ଦ ରଖାଗଲା ଅନୁବାଦ କରିବା ପାଇଁ ସେହି ଅଧିକାରୀ ଙ୍କୁ, ସର୍ବ ସମ୍ମୁଖ ରେ ନିରୁପାୟ ହୋଇ ଲଜ୍ଜ୍ୟା ରେ ମୁଣ୍ଡ ପୋତି ବସିଲେ।ବିଦେଶୀ କଂପାନୀ ମୁଖ୍ୟ ବିରକ୍ତ ହୋଇ ଉଠି କହିଲେ, ଯେଉଁ କମ୍ପାନୀ ରେ ଓଡ଼ିଆ ଭାଷା କୁ ଜାଣିବା ର ଜ୍ଞାନ ଥିବା କୁଶଳୀ କର୍ମକର୍ତ୍ତା କିଏ ନାହିଁ,ସେଇଠି କିଭଳି କାମ କରାଯିବ ? ଚୁକ୍ତି ନାମା କରିବା ବେକାର। ସମୟ ନଷ୍ଟ ଜରୁ ଥିବା ଯୋଗୁଁ ପ୍ରବୀର ର କମ୍ପାନୀ ମୁଖ୍ୟ ଙ୍କୁ ବିଦେଶୀ ମୁଖ୍ୟ ଅପମାନ ସୂଚକ କଥା କହୁ ଥାନ୍ତି। ପ୍ରବୀର ର ଉପରିସ୍ଥ ମ୍ୟାନେଜର , ପ୍ରବୀର କୁ ଦବାଉ ଥିବା ସୂଚନା ସେଠାରେ କମ୍ପାନୀ ମୁଖ୍ୟ ମାନେ ଦେଖିବା କୁ ପାଇଲେ। ପ୍ରବୀର କୁ ସେ ମ୍ୟାନେଜର କଟୁ କଥା କହୁଥାନ୍ତି। ଏଥର ପ୍ରବୀର ସତ୍ ସାହାସ କରି ତା ମାଲିକ୍ ଙ୍କ ଅପମାନ ଅସହ୍ୟ କରି ,ନିଜ ଅନ୍ତର କଥା ବୟାନ କରୁଥାଏ।ଏବଂ ଓଡ଼ିଆ ଭାଷା କୁ ବୁଝି ବା କହିବା,ଲେଖିବା କ୍ଷମତା, ତାର ଅଛି। ବଡ଼ କାମ କୁ ହାତ ଛଡା କରା ନ ଯିବାକୁ ସେ ଠାରେ ସେ ଅନୁରୋଧ କରି , ଇଂରାଜୀ ଭାଷା ରେ ଲିଖିତ ଚୁକ୍ତି କୁ ଶୁଦ୍ଧ ଓ ସୁନ୍ଦର୍ ଓଡ଼ିଆ ଭାଷା ରେ ଟିକିନିଖି ବୁଝାଇ ଥିଲା। ଏବଂ ସେ ସବୁ କୁ କଂପ୍ୟୁଟର ସହାୟତା ରେ ନିର୍ଭୁଲ ଭାବେ ଲେଖି ସର୍ବ ସମ୍ମୁଖ ରେ ଉପସ୍ଥାପନା କରାଇବା ସଫଳ ହୋଇଥିଲା। ପ୍ରବୀର ର କମ୍ପାନୀ ମୁଖ୍ୟ ଏଭଳି ଅସାଧାରଣ ବ୍ୟକ୍ତିତ୍ଵ କୁ ଆଜି ପର୍ଯ୍ୟନ୍ତ ଚିହ୍ନି ପାରି ନଥିଲେ। କ୍ଷୋଭ ପ୍ରକାଶ କରିବା ସହ କପଟୀ କର୍ମଚାରୀ ଙ୍କୁ ସେହି କମ୍ପାନୀ ରୁ ବହିଷ୍କାର କରି ଥିଲେ। ପ୍ରତିଭା ର ଦମନ ଅନ୍ତରାଳ ରେ ଥିବା କ୍ରୂର ଚକ୍ରାନ୍ତ କାରୀ ଦଳ ପ୍ରବୀର ସମ୍ମୁଖରେ ଲଜ୍ଜ୍ୟା ପାଇଁ କ୍ଷମା ଭିକ୍ଷା କରୁଥିବା ବେଳେ ବିଦେଶୀ କଂପାନୀ ମୁଖ୍ୟ ଅତ୍ୟନ୍ତ ପ୍ରୀତ ହୋଇ ଚୁକ୍ତି ସ୍ଵାକ୍ଷରିତ କରିଥିଲେ। ଏବଂ ମାତୃଭାଷା ର ଦୃଢ ପରାକ୍ରମୀ ସୈନିକ କୁ ନିଜ ସାଥିରେ ବିଦେଶ କୁ ତାଙ୍କ କମ୍ପାନୀ ରେ ଉଚ୍ଚ ପଦରେ ନିଯୁକ୍ତ କରି ନେଇ ଚାଲି ଯାଇଥିଲେ ।

ପ୍ରବୀର ର ଶ୍ରମ ଓ ଭାଷା ପ୍ରତି ଥିବା ଅନୁରାଗ, ମମତା,ଓ ନିଷ୍ଠାପରତା ଯୋଗୁଁ ସେ ବିରାଟ ସଫଳତା ହାସଲ କରିଥିବା ଖୁସି ମାଟି ମାଆ ଙ୍କୁ ବିଦେଶ ମାଟିରେ ଶତ କୋଟି ପ୍ରଣାମ କରୁଥାଏ। ସେ ମଧୁ ବାବୁଙ୍କ ଉକ୍ତି ମନେ ମନେ ହେଜୂ ଥାଏ

"ଉଚ୍ଚ ହେବା ପାଇଁ କର ଯେବେ ଆଶା

ଉଚ୍ଚ କର ଆଗେ ନିଜ ମାତୃ ଭାଷା "।


Rate this content
Log in

Similar oriya story from Inspirational