Pratap Chandra Mishra

Tragedy

3  

Pratap Chandra Mishra

Tragedy

ବବୃ ବାହାନ ବିଜୟୀ ଆଶିଷ

ବବୃ ବାହାନ ବିଜୟୀ ଆଶିଷ

5 mins
142


ପୌରାଣିକ ଗଳ୍ପ :- ବବୃ ବାହାନ ବିଜୟୀ ଆଶିଷ

===============

ପ୍ରତାପ ଚନ୍ଦ୍ର ମିଶ୍ର,ଆସ୍କା,ଗଞ୍ଜାମ

===============


(ପୌରାଣିକ ବିଷୟ ବସ୍ତୁ କୁ ନେଇ ଅର୍ଜିତ ଜ୍ଞାନ ପ୍ରୟୋଗ କରି ନିମ୍ନ ଲିଖିତ ଉପାଖ୍ୟାନ କୁ ଗଳ୍ପ ମାଧ୍ୟମରେ ଉପସ୍ଥାପନା କରିବା କୁ ଧୃଷ୍ଟତା କରିଛି, ଯଦି କିଛି ତୃଟି ଥାଏ ଜ୍ଞାନୀ ଜନ ଙ୍କୁ ବିନମ୍ର ନିବେଦନ ଉଦାର ଚିତ୍ତ ରେ କ୍ଷମା କରି ଉପଯୁକ୍ତ ମାର୍ଗ ଦର୍ଶାଇବା ହେବେ )

===============




ପଥ ଭ୍ରଷ୍ଟ ମାନବ କୁ ସୂପଥଗାମୀ କରାଇବାକୁ ବିଭିନ୍ନ ପୋଥି,ପୁରାଣ,ନୀତିବାଣୀ,ବାସ୍ତବିକ ତଥ୍ୟ ମୁନି ଋଷି ତଥା ପୁର୍ବଜ ଙ୍କ ଉପଦେଶ ବେଶ ଉପାଦେୟ। ଅର୍ଯ୍ୟାବର୍ତ୍ତ ର ସମର କୌଶଳ ,ରଣନୀତି ଜୀବନ ଶୈଳୀ କୃତ କର୍ମ ଓ ଫଳାଫଳ ସମ୍ବଳିତ ମହାଭାରତ ବେଶ ପ୍ରେରଣା ପ୍ରଦ।ଉକ୍ତ ଘଟଣାବଳୀ କୁ ଅବଲୋକନ କଲେ ରହସ୍ୟମୟ ଘଟଣା ବଳି ,ଇତିହାସ ଭଗବାନ ଙ୍କ ମୁଖ ବାଣୀ ଜନ ସମ୍ପ୍ରଦାୟ ର ଜୀବନ ଶୈଳୀ କୁ ଗତିଶୀଳ କରାଇ ବଞ୍ଚିବା କୁ ପ୍ରେରଣା ଯୋଗାଇଥାଏ। ତନ୍ମଧ୍ୟରୁ ବ ବୃବାହାନ ଉପାଖ୍ୟାନ ଅତ୍ୟନ୍ତ ମନୋରମ ଭଳି ହୃଦବୋଧ ହୁଏ। ଯାହା ମହାଭାରତ ଭଳି ପୌରାଣିକ ଗ୍ରନ୍ଥ ରେ ସାଇତା। 

ରୋମାଞ୍ଚ ପୂର୍ଣ୍ଣ ଘଟଣା ବଳି ଓ କୌରବ ପାଣ୍ଡବ ଙ୍କ ଜୀବନ ଚରିତ୍ର କୁ ଅନୁଧ୍ୟାନ କଲେ ଜଣାଯାଏ, ଅନ୍ୟାୟ ଉପରେ ନ୍ୟାୟ ର ବିଜୟ ସଦା ଅବିସ୍ମରଣୀୟ। ତେବେ ଲାଖ ବିନ୍ଧା ଫଳ ପାଞ୍ଚ ଭାଇ ବାଣ୍ଟିବା ଆଳରେ ଜୀବନ୍ତ ଦେହ ଧାରୀ ପାଞ୍ଚାଳୀ କୁ ପାଣ୍ଡବ ମାନେ ଭଗବାନ ଶ୍ରୀ କୃଷ୍ଣ ଙ୍କ ପରାମର୍ଶ କ୍ରମେ ନୀତି ନିୟମ ଓ ଦୃଢ଼ ମନୋବଳ ଆଧାରରେ ଭୋଗ କରିବାକୁ ସ୍ଥିର କଲେ। ଅନ୍ତଃ ପୁର ରେ ଜଣେ ଭାଇ ଥିବା ବେଳେ ଅନ୍ୟ ଜଣେ ପ୍ରବେଶ କରିବା ବାରଣ ସହ ଦଣ୍ଡ ବିଧାନ ହେଲା। ସମୟ ଚକ୍ର ରେ ପଡ଼ି ଘଟଣା କ୍ରମରେ ବ୍ରାହ୍ମଣ ଙ୍କ ଅନୁରୋଧ ରକ୍ଷା କରି ତୃତୀୟ ପାଣ୍ଡବ ଧର୍ମରାଜ୍ ଯୁଧିଷ୍ଟିର ଦ୍ରୌପଦୀ ଙ୍କ ସହ ଅନ୍ତଃ ପୁର ରେ ଥିବା ବେଳେ ପ୍ରବେଶ କରିଥଲେ। ତେଣୁ ନିୟମ ପ୍ରକାରେ ବନବାସ କରିବାକୁ ବାଧ୍ୟ ହୋଇ ଗ୍ରାମ, ନଗର,ବସ୍ତି, ରାଜ୍ୟ ଭ୍ରମଣ କରିବାକୁ ବାହାରି ଥିଲେ। ବିଭିନ୍ନ ପାହାଡ, ଜଙ୍ଗଲ, ମନୋରମ ଉଦ୍ୟାନ,ଝରଣା, ପ୍ରାକୃତିକ ପରିବେଶ ଉପଭୋଗ କରିବା ସହ ମନ କୁ ଆୟତ କରି ଅଗ୍ରଗାମୀ ହେଉଥାନ୍ତି। ପ୍ରାଣ ସଙ୍ଗିନୀ ଦ୍ରୌପଦୀ ଙ୍କୁ ହସ୍ତିନା ପୁର ରେ ଛାଡି ବିରହ ଯନ୍ତ୍ରଣା କୁ ଅନ୍ତର ରେ ଚାପି ମନକୁ ପ୍ରକୃତି କୋଳ ରେ ସମର୍ପି ଆଗକୁ ଆଗକୁ ଯିବା ବେଳେ କେତେ ବେଳେ ସେ ନାଗ ଲୋକ ରେ ପଦାର୍ପଣ କରିଛନ୍ତି ସେ ଜାଣି ପାରିନାହାନ୍ତି। ସାମ୍ନା ରେ ସୁନ୍ଦରୀ ତରୁଣୀ ମାନେ ନଦୀ ଅବବାହିକା ରେ କେଳି କରିବାରେ ବ୍ୟସ୍ତ। ତନ୍ମଧ୍ୟରୁ ବିଶିଷ୍ଟ ସୁନ୍ଦରୀ ଜଣକୁ ଅନ୍ୟମାନେ ଘେରି ରହିଛନ୍ତି। ଦୂରରୁ ତାଙ୍କର ମୁଖ ଦର୍ଶନ କରିବା ସହଜ ହେଉ ନଥିବା ବେଳେ ଅର୍ଜୁନ ବ୍ୟାକୁଳ ହୋଇ ଉଠିଛନ୍ତି ସେହି ଅନିନ୍ଦ୍ୟ ସୁନ୍ଦରୀ ଙ୍କୁ ଦେଖିବା ପାଇଁ। ପୁଷ୍ପ ଉଦ୍ୟାନ ପରିବେଷ୍ଟିତ ନଦୀ ଅବବାହିକା ରେ ପାଗଳ ଭଳି ପ୍ରଜାପତି ମାନେ ବିଭିନ୍ନ ରଙ୍ଗ ବେରଙ୍ଗ ହୋଇ ବିଚରଣ କରୁଥାନ୍ତି।ନିକଟତର ହୋଇ ଥିବା ଅର୍ଜୁନ ଙ୍କ ଉପରେ କ୍ରୀଡା ରତ ସୁନ୍ଦରୀ ଙ୍କ ପ୍ରଧାନ ସଖୀ ମଧ୍ୟ ଅନୁଭବ କରିସାରିଥିଲେ ନୂଆଁ ଆଗନ୍ତୁକ ଙ୍କ ତାଙ୍କ ଇଲାକା ରେ। ସେ ମଧ୍ୟ ଦୂରକୁ ଦୃଷ୍ଟି ନିଖେପ କରି ଦେଖି ପାରୁଥିଲେ ଶସ୍ତ୍ର ଧାରୀ ସୁନ୍ଦର୍ ଯୁବକ ଙ୍କୁ। ଲୋଭାସକ୍ତ ଅବୟବ ଓ ବଳିଷ୍ଠ ଶରୀର ଦେଖି ମନେ ମନେ ପ୍ରେମ ଉଦ୍ରେକ ହେବାପାଇଁ ଆଉ ପ୍ରତିବନ୍ଧକ ନ ଥିଲା। ସାମ୍ନା ସାମ୍ନି ହୋଇ ଦୁହେଁ ପରିଚୟ ଆଦାନ ପ୍ରଦାନ ହୋଇ , ନିର୍ଦ୍ଧିଷ୍ଟ ସମୟ ରେ ବିବାହ ବନ୍ଧନ ରେ ଆବଦ୍ଧ ହୋଇଥିଲେ। ଗତି ଶୀ ଳ ଅର୍ଜୁନ ବେଶୀ ସମୟ ସେହି ନାଗ ଲୋକ ର ସୁନ୍ଦରୀ ଯାହାକୁ ପତ୍ନୀ ରୂପେ ସ୍ବୀକାର କରିଥିଲେ ସେ ନାଗ କନ୍ୟା ଉଲ୍ଲୁପି ଥିଲେ ତାଙ୍କ ଠାରୁ ବିଦାୟ ନେଇ ଅଗ୍ରସର ହେଲା ବେଳକୁ ଆଗକୁ; ଅର୍ଜୁନ ଉଲ୍ଲୁପି ଙ୍କୁ ଫେରିବା ପ୍ରତିଶ୍ରୁତି ଦେଇ ମଣିପୁର ରାଜ୍ୟ କୁ ପ୍ରବେଶ କରିସାରି ଥିଲେ। ସେହି ରାଜ୍ୟ ରେ ରାଜା ଚିତ୍ର ବାହାନ ମରହଟ୍ଟା ରାଜା ଙ୍କ ଠାରୁ ଯୁଦ୍ଧ ରେ ପରାସ୍ତ ହୋଇଥିବା ଅର୍ଜୁନ ଜାଣି ପାରି, ମଣିପୁର ରାଜ୍ୟ ହରାଇ ଥିବା ଚିତ୍ର ବାହାନ ଙ୍କ ପାଇଁ ମରହଟ୍ଟା ଙ୍କ ସହ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କରି ଚିତ୍ର ବାହାନ ଙ୍କୁ ମଣିପୁର ଫେରାଇ ଥିଲେ। ସେଠାରେ ସବ୍ୟସାଚୀ ଜାଣୀ ପାରିଥିଲେ ଚିତ୍ର ବାହାନ ଙ୍କ ଉତରାଧିକାରି ଚିତ୍ରାଙ୍ଗଦା ଙ୍କୁ। ଯିଏ କି ମଣିପୁର ର ଉତ୍ତରାଧିକାରୀ ହେବା ପାଇଁ ଯାହା ଯୋଗ୍ୟତା ଦରକାର ସେ ସବୁ ଥିରେ ପାରଙ୍ଗମ ଥିଲେ। ଛଦ୍ମ ବେଶ ରେ ପୁରୁଷ ସାଜସଜ୍ଜା ରେ ଥିବା ଅବଳା ବୋଲି ସବ୍ୟସାଚୀ ଙ୍କୁ ଜ୍ଞାତ ହେଲା, ଯୁଦ୍ଧ ରେ କାରନାମା ମାନ ଦେଖି। ଏବଂ ଚିତ୍ର ବାହାନ ସବୁ ସନ୍ଦେହ ମୋଚନ କରି ଅର୍ଜୁନ ଙ୍କ ହାତରେ ଚିତ୍ରାଙ୍ଗଦା ଙ୍କୁ ପତ୍ନୀ ରୂପେ ସ୍ବୀକାର କରିବାକୁ ନିବେଦନ କଲେ। ବଳିଷ୍ଠ ପୁରୁଷ, ଗାଣ୍ଡିବ ଧାରୀ ତୃତୀୟ ପାଣ୍ଡବ ଙ୍କୁ ଦେଖି କେଉଁ ଯୁବତୀ ବା ହେୟ କରିବ? ମନେ ମନେ ସେ ଅର୍ଜୁନଙ୍କୁ ଭଲ ପାଇ ବସିଥିଲା ବେଳେ ପିତା ଙ୍କ ବିବାହ ପ୍ରସ୍ତାବ ଅନ୍ତର କୋହ କୁ ଦମନ କରି ସୁନେଲି ସ୍ବପ୍ନ ର ରଙ୍ଗୀନ ବଳୟ ଭିତରେ ମଜ୍ଜି ଯାଇଥିଲେ। କାଳ କ୍ରମେ ସେ ଗର୍ଭ ବତୀ ହେଲେ। ଇତ୍ୟବସରରେ ଉଲ୍ଲୁପୀ ସମଗ୍ର ବିଷୟ ଜାଣି ପାରିଥିଲେ। ନାଗ ଲୋକ ର କନ୍ୟା କୁ ପାଇବା ପାଇଁ ନାଗ ରାଜା ଙ୍କ ରାଜ ଦରବାର ର ସେନାପତି ସବୁ ପ୍ରକାର ଚେଷ୍ଟା କରୁଥିଲା ବେଳେ ଅର୍ଜୁନ ସବୁ ଓଲଟ ପାଲଟ କରି ଦେଇଥିଲେ। ନାଗ ଲୋକ ରେ ରାଜ କରିବା ସ୍ଵପ୍ନ ଭଣ୍ଡୁର ହୋଇଥିଲା କାରଣ ରାଜଜେମା ଙ୍କୁ ବିବାହ କରି ରାଜସିଂହାସନରେ ବସିବା ଅଶା  ମୌଳି ଯାଇଥିଲା ତେଣୁ ପ୍ରତିଶୋଧ ପରାୟଣ ହୋଇ କୁଟ ଚକ୍ରାନ୍ତ ରଚନା କରି ଅର୍ଜୁନ ଙ୍କ ମନରେ ସନ୍ଦେହ ସ୍ରୁଷ୍ଟି କାରିବାକୁ ସଫଳ ହୋଇଥିଲେ l ଯଦ୍ୱାରା ଚିତ୍ରାଙ୍ଗଦା ଓ ଅର୍ଜୁନ ଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇସାରିଥିଲା l ଅର୍ଜୁନ ଭଲ ପାଉଥିବା ଚିତ୍ରାଙ୍ଗଦା ଙ୍କୁ ତିରସ୍କାର କରିବାସହ ପ୍ରତ୍ୟାଖ୍ୟାନ କରି ମଣିପୁର ରୁ ଫେରିଆସିଥିଲେ l ସମୟ ଚକ୍ରରେ ପଡି ଅର୍ଜୁନ ଜୀବନ କୁ ଚଳ ଚଞ୍ଚଳ କରିବାକୁ ପଣ କଲେ l ଏବଂ କୌରବ ଓ ପା ଣ୍ଡବ ଙ୍କ ମଧ୍ୟରେ ଶତ୍ରୁତା ତଥା ଅବସ୍ଥିତି ଜାହିର୍ କରିବା ଓ ନ୍ୟାୟ ପାଇଁ ଲଢେଇ କରିବା ବ୍ୟସ୍ତ ପାଇଁ ଉଲୁପି କରି ଥିବା ଚକ୍ରାନ୍ତ ଜାଣି ଥିଲେ ମଧ୍ୟ ସେ ଚି ତ୍ରା ଙ୍ଗ ଦା ଙ୍କ ସମ୍ମୁଖ କୁ ଆଉ ଫେରି ପାରୁ ନ ଥିଲେ l ମହାସମର ଯୁଦ୍ଧ ମହାଭାରତ ଶେଷ ହୋଇଥିଲା l ପା ଣ୍ଡ ବ ମାନେ ବିଜୟୀ ହୋଇ ହସ୍ତିନା ପୁର ସମ୍ଭାଳି ଥିଲେ l କିନ୍ତୁ ଧର୍ମରାଜ ଯୁଧିଷ୍ଟିର ନିଜକୁ ଅସହ୍ୟ ମନେ କରୁଥିଲେ l ତାଙ୍କ ଯୋଗୁଁ ଅନେକ ଙ୍କ ଜୀବନ ବଳିଦାନ ଦେବାକୁ ପଡ଼ି ଲା ଓ ପ୍ରତିକାର ସ୍ଵରୂପ ସେ ଅଶ୍ଵମେଧ ଯଜ୍ଞ ଆୟୋଜନ କରି ଥିଲେ l ଅର୍ଜୁନ ଙ୍କୁ ଏହାର ସୂରକ୍ଷା ଦାଇତ୍ଵ ଦେଇ ରାଜ୍ୟର ସୂରକ୍ଷା ପାଇଁ ବ୍ୟସ୍ତ ଥିଲେ l ଅଶ୍ଵ ହସ୍ତିନା ପୁର ଠାରୁ ବାହାରି ସମଗ୍ର ବିଶ୍ଵ ପରିବହନ ରେ ବାହାରିଥିଲା l ଯେଉଁ ରାଜ୍ୟରେ ପ୍ରତିରୋଧ ହେଉଥିଲା ଅର୍ଜୁନ ସେଠାରେ ସେ ରାଜା ଙ୍କୁ ପରାସ୍ତ କରି ହସ୍ତିନା ପୁର ଅଧିନକୁ ଆଣୁଥିଲେ l ଯାତ୍ରା ଆରମ୍ଭ ପୂର୍ବରୁ ଅର୍ଜୁନ ଗଙ୍ଗା ମାତା ଙ୍କ ଆଶୀର୍ବାଦ ପାଇଁ ଗଙ୍ଗା ଙ୍କ ନିକଟକୁ ଯାଇଥିଲେ l କିନ୍ତୁ କ୍ଷୁବ୍ଧ ଓ ରାଗ ଜର୍ଜରିତ ଗଙ୍ଗା ନିଜ ଜନ୍ମିତ ପୁତ୍ର ବେଦବ୍ୟାସ ବା ଭୀଷ୍ମ ଙ୍କୁ ହତ୍ୟା କରିଥିବା ଯୋଗୁଁ ସେ ଅର୍ଜୁନ ଙ୍କୁ ଅଭିଶାପ ଦେଇଥିଲେ l ଯେତେ ପ୍ରକାର ଅନୁଗ୍ରହ କଲେ ବି ସେ କର୍ଣ୍ଣ ପା ତ କ ରି ନଥିଲେ କ୍ଷମା କରିବାକୁ I ଶୋକ ଜର୍ଜରିତ ଅର୍ଜୁନ ବାଧ୍ୟ ହୋଇ ଗନ୍ତବ୍ୟ ସ୍ଥଳୀ କୁ ଅଗ୍ରସର ହୋଇଥିଲା ବେଳେ ଅଶ୍ଵ ମଣିପୁର ରାଜ୍ୟରେ ବନ୍ଦୀ ହୋଇଥିଲା l ମଣିପୁରର ରାଜା ବବୃ ବାହାନ ଙ୍କ ନିର୍ଦେଶ କ୍ରମେ ଅଶ୍ଵ ଅଟକିଯାଇଥିଲା l ଏଭଳି ଦୁଃସାହସ କରିଥିବା ରାଜ୍ୟ ର ଅଧିକାରୀ ଙ୍କୁ ଉଚିତ୍ ଦଣ୍ଡ ଦେବାକୁ ଅର୍ଜୁନ ପ୍ରସ୍ତୁତ ଥିଲା ବେଳେ, ନିଜ ପୁତ୍ର କୁ ମଣିପୁର ସୂରକ୍ଷା ଦାଇତ୍ଵ ରେ ଅଭିଷିକ୍ତ କରାଇଥିବା ଚିତ୍ରାଙ୍ଗଦା ଅର୍ଜୁନ ଙ୍କ ଠାରୁ ବିଚକ୍ଷଣ ଧନୁର୍ଦ୍ଧର ଓ ସବୁ ପ୍ରକାର ଯୁଦ୍ଧ ବିଦ୍ୟା ରେ ନିପୁଣ କରାଇଥିଲେ l ମଣିପୁର ର ଅଶ୍ଵ ବନ୍ଧା ଖବର୍ ବିଷୟ ଜାଣି ପୁତ୍ରକୁ କକ୍ଷ କୁ ଡକାଇଥିଲେ l ସେଠାରେ ସେ ପ୍ରତିଶୋଧ ସଫଳ କରିବା ପାଇଁ ବବୃ ବାହାନ କୁ ପ୍ରତିଜ୍ଞା କରାଇଥିଲେ l ବିଶ୍ଵ ର ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ଅର୍ଜୁନ ଙ୍କୁ ଯୁଦ୍ଧ ରେ ପରାସ୍ତ କରିବାକୁ l ମିଥ୍ୟା ଅପବାଦ ଯୋଗୁଁ ଅସହାୟ ହୋଇ ପିତ୍ରାଳୟ ରେ ନିଜ ପୁତ୍ର କୁ ଲାଳନ ପାଳନ କରି ସନ୍ତାପ ରେ ଦିନ କାଟୁଥିବା  ସମୟ ଓ ପୁତ୍ର ର ଗୁରୁ ଦକ୍ଷିଣା ଦେବା ମୁହୂର୍ତ୍ତ ଉପନୀତ ବୋଲି ସ୍ମରଣ କରି ଥିଲେ l ତେଣୁ ଏ ଭଳି ସମୟରେ ଯେଉଁ କାମାକ୍ଷ୍ୟା ଦେବୀ ଙ୍କୁ ସାକ୍ଷୀ ରଖି ଅର୍ଜୁନ ଙ୍କୁ ପ୍ରେମ ଓ ବିବାହ କରିଥିଲେ ଚିତ୍ରାଙ୍ଗଦା ସେହି ଦେବୀ ଙ୍କୁ ଯୁଦ୍ଧ ରେ ଅର୍ଜୁନ ଙ୍କୁ ପରାସ୍ତ କରିବା ପାଇଁ ଅଶୀର୍ବାଦ ଭିକ୍ଷା କରିବାକୁ ବବୃ  ବାହାନ କୁ ପ୍ରବର୍ତ୍ତାଇବା ସହ ଅର୍ଜୁନଙ୍କ ପରିଚୟ ଗୁପ୍ତ ରଖି ତାଙ୍କ ଗର୍ବ ଦମନ କରି ଦକ୍ଷିଣା ଦେବାକୁ ଜିଜ୍ଞାସା କରି ପୁତ୍ର କୁ ବିଜୟୀ ହେବାକୁ ସୁଭାଶିସ ପ୍ରଦାନ କରିଥିଲେ l


Rate this content
Log in

Similar oriya story from Tragedy