ପରକାଳ
ପରକାଳ
ଇହ କାଳ ଅଟେ ଜୀବନ ସମୟ
ପର କାଳ ମୃତ୍ୟୁ ପରେ
ଇହ ପର ବେନି କାଳ ଗତି ଘେନି
ଜୀବନ ର ଲୀଳା ଚଳେ ।
ସମୟ ସହିତ ବ୍ୟକ୍ତିର ବ୍ୟକ୍ତିତ୍ଵ
ଧାରଣା ଚିନ୍ତା ସପନ
ଆଶା ଆଶ୍ଵାସନା ଅଭୟ ସାନ୍ତ୍ଵନା
ଲହରୀ ପ୍ରବାହ ମାନ ।
ଚାଲେ ତୀବ୍ର ତର ମନ ର ସଂସ୍କାର
ଘେନି ସୂକ୍ଷ୍ମ , ସ୍ଥୂଳ ଭାବେ
ଶରୀର ଗଠନ ପ୍ରକ୍ରିୟା ଆରମ୍ଭ
ହୋଇ ଥାଏ ଜୀବ ସର୍ବେ ।
କାୟା ଆବରଣ କରି ଆହରଣ
ଇହ ପର ଲୀଳା ନୃତ୍ୟ
ଅଭିନୟ କଳା କୌଶଳ ବିପୁଳ।
ରଚନ୍ତି ଅନବରତ ।
ପର କାଳ ମୃତ୍ୟୁ ବରଣ ର ହେତୁ
ଧରେ ସୂକ୍ଷ୍ମ ଆବରଣ
ପର ଲୋକେ ଯାଇ ଦଣ୍ଡ ଭୋଗ କରି
ପୁଣି ଥରେ ସେ ଜୀବନ ।
ଧାରଣ କରିଣ ଆସେ ଇହ ଲୋକ
ମୃତ୍ୟୁ ପରେ ପୁଣି ଫେରେ
ଅବିରତ ଜାତ ଅବିରାମ ମୃତ
କାଳ ଚକ୍ର ନିତି ଘୂରେ ।
ପର କାଳ ପାଇଁ ସହାୟ ପୁଣ୍ୟ ହିଁ
ଧନ ମାନ ଜନ କେହି
ନ ଯାଆନ୍ତି ସାଥେ ଧର୍ମ କର୍ମ ନିତ୍ୟେ
ଜୀବ ସାଥେ ସାଥେ ଯାଇ ।
କର୍ମ ଅନଯାୟୀ ଫଳ ଥାଏ ଦେଇ
ମାନବୀୟ ଆବେଦନ
ଆଶା ଆଶ୍ୱାସନା ଓ ସମବେଦନା
ସୁଗୁଣ -ସୁବାସ- ଧନ ।
ଦେଇ ଥିଲେ ସିନା ପାଇବା ଭାବନା
ରହି ଥାଏ ପରକାଳେ
ଅତ୍ୟାଚାର , ପୀଡ଼ା , ଜନ ମନେ ବ୍ରୀଡା
ଦେଲେ ଲୁହଧାର ଝରେ ।
ପ୍ରାୟଶ୍ଚିତ ଆଉ ଅନୁତାପ କରି
ଅବିରତ ଯାତନା ରେ
ଜଳି ମରେ ଜୀବ , ଆହା ରେ ଦଇବ
କହି କହି ରଡି ଛାଡେ ।
ପୀଡ଼ା ଉପଶମ କି ଅବା ଲାଘବ
କରିବା ପାଇଁ କି ତହିଁ
ନ ଥାଆନ୍ତି କେହି କର୍ମ ଅନୁଯାୟୀ
ଯାତନା ଜାଳ ଜାଳଇ ।
ଯମ ପୁର ଦଣ୍ଡ ନରକ ଯନ୍ତ୍ରଣା
ସହ୍ୟ କରି ସେହି ଚିର
ଭୋଗ କରି ଚାଲେ ପର କାଳ କାଳେ
କଷ୍ଟ ରେ ହୁଏ ଅଧୀର ।

