STORYMIRROR

Nilakantha Dash

Thriller

4  

Nilakantha Dash

Thriller

ପରିବର୍ତ୍ତନ

ପରିବର୍ତ୍ତନ

1 min
290

ଋତୁଚକ୍ରର ପଞ୍ଚମ ଗର୍ଭରୁ ବାହାରି ଆସେ ଶୀତ

ନୂୂତନ ଆଲୋକର ଆଭା ରେ,

ଧୂୂୂଷର ପୃଥିବୀ, ନିିିର୍ମଳ ଆକାଶ 

 ସ୍ୱର୍ଣାଭ ବିଲମାଳ ର ଶୋଭାରେ।

ନୂୂୂଆବର୍ଷ ଆସେ ନାହିଁ ବାଜା,ବାଣ,ରୋଷଣୀରେ

ଅବା ଅର୍ଦ୍ଧରାତ୍ରୀରେ

ସୁୁୁରା,ସାକୀର ଅର୍ଦ୍ଧଲଗ୍ନ ନୃତ୍ୟର ଆସରେ।

ଆସେ ନାହିଁ ସେ ଦେବାପାଇଁ

ପ୍ରତାରଣା,ଲାଞ୍ଛନା,ବ୍ୟଭିିିଚାର ର ବାର୍ତ୍ତା,

ଆସଇ ସେ ବୁଣିିିବାକୁ ସ୍ନେହ,ପ୍ରେମ,ମୈତ୍ରୀ ର ବୀଜ

ଦେଖିବାକୁ ସୁୁୁନ୍ଦର ପୃୃଥିବୀ,

ଦେବାପାଇଁ ପ୍ରିତୀର ବାରତା ,ଶାନ୍ତୀର ମନ୍ତ୍ର।

ହାଏ ମଣିଷ

ପାରେନାହିଁ ବୁଝି, ସେ ଅମୃତ ଭାବନା।

ନୂୂୂଆବର୍ଷ ଆସେ

ଦେବାଳୟ ର ପାହାନ୍ତୀ ଶଙ୍ଖ ଧ୍ୱନୀରେ,

କୁୁୁକୁଟର ସୁୁନ୍ଦର ରାବରେ,ସଂନ୍ଧ୍ୟା ବନ୍ଦନାରେ।

ନୂୂୂତନତ୍ୱର ଭାବନା ନେଇ ଭାବୁୁୁକ ପ୍ରାଣରେ,

କବିର ଲେଖନୀ କୁ ପୁଷ୍ଟକରି ନୂୂତନ ଭାଷାରେ

ଶବ୍ଦସବୁ ଉଙ୍କି ମାରେ ଶବ୍ଦର ଫାଙ୍କରେ,

ଆଶା କରେ ନୂତନ ପୁଲକ।

ଆଶା କିନ୍ତୁ ଆଶଙ୍କାରେ ହୁଏ ପରାହତ

ବିିିଭତ୍ସ ଆତ୍ମା ର ଖିଲିଖିଲି ହସରେ,

ଆଘାତର ଲୁହରେ,

ଯୌନ ଶୋଷଣର ପୀଡା ଓ ଲାଞ୍ଛନାରେ।

ଆଶଙ୍କା ରେ ଆତଙ୍କିତ

ମାତୃହରା ଶିଶୁ, କୋଳଶୂନ୍ୟ ମାତୃତ୍ୱ,

ଲାଞ୍ଛିତ ପିତୃତ୍ୱ, ଧର୍ଷିତ ଯୌବନ,ଅଲୋଡା ଶୈଶବ

ବଖାଣେ ତା ଅନୁଭୂତି ନୂୂତନ ବର୍ଷର।

ମଣିଷର ପର ଆପଣା ଭାବରେ,

ହିିଂସା,ଲୋଭ, କାମୁକତାର ମାନସିକତାରେ

ଜୀବନ ହୁଏ ଦୂୂୂର୍ବିିିସହ,କ୍ଷତାକ୍ତ ହୁଏ ପୃଥିବୀ।

ତଥାପି ସେ ଆଶାକରେ ଏକ ନୂତନ ବର୍ଷ ର,

ଏକ ନୂୂୂତନ ବିଶ୍ୱର, ପରିଷ୍କୃତ ପୃଥିବୀର,

ସ୍ନେହପୂର୍ଣ ସମାଜର, ପ୍ରେମର, ଆନ୍ତରିକତାର।

ମଧୁମୟ ବିଶ୍ବ ର ଅମୃତ ଭାବନାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller