STORYMIRROR

Sudeshna Pradhan

Action Inspirational Thriller

4  

Sudeshna Pradhan

Action Inspirational Thriller

କରୋନା ପ୍ରତି ସାବଧାନ

କରୋନା ପ୍ରତି ସାବଧାନ

1 min
643

ସାବଧାନ ହୁଅ ସବୁ ସାବଧାନ ରୁହ,           

କରୋନା ଯେ ପୁଣିଥରେ ବୁଲାଇଛି ମୁଁହ |  

    

ଭିନ୍ନ ଭିନ୍ନ ରୂପ ନେଇ ବିଭିନ୍ନ ନାମରେ,        

ଜୀବନ ନାଶ କରୁଛି କ୍ଷଣକେ ଅଚିରେ  |      

  

ତୁମ ପ୍ରାଣ ତୁମ ହାତେ ରହିଅଛି ଭାଇ,         

ସଚେତନ ହେଲେ ହେବ ବିପଦ ଏଡାଇ |      


ଭୋଜି କାର୍ଯ୍ୟ, ଉତ୍ସବ ସ୍ଥାନମାନ ପୁଣି,         

କେତେ ମୁଖ୍ୟ ହେଲେ ମଧ୍ୟ ଜମାରୁ ଯିବନି  |     


ବାହାରୁ ଆସିଲେ ନିତି ହାତଗୋଡ଼ ଧୁଅ,        

ବାହାରକୁ ଗଲେ ପୁଣି ମୁଖା ପିନ୍ଧୁଥାଅ  |      


ଆସନ୍ତୁ ସଭିଏଁ ଆମ ସଂସ୍କୃତି ମାନିବା,          

ହାତ ନ ମିଳାଇ ଦୂରୁ ପ୍ରଣାମ କରିବା  |       

 

ଅତିଥି ଆସିଲେ ଆଗେ ଦେଇ ପାଣିଢାଲ,       

ପରିଷ୍କାର ହୋଇ ଗୃହ ପ୍ରବେଶ ଯେ କର  |     

 

ସାଙ୍ଗସାଥି ମେଳ ହୋଇ ନ ବୁଲିବା ଭାଇ,      

କଥାହେଉଥିବ ଦୁଇ ହାତ ଦୂରେ ରହି  |       


ବାହାରୁ ଆସିଲେ ପୋଷାକକୁ ସଫା କରି,       

ଛୋଟ ପିଲା ଥିଲେ ଦୂରେ ରଖିବ ସବୁରି  |   

   

ବିଦେଶୁ ଫେରିଲେ କେହି ବନ୍ଧୁ ପରିଜନ,      

ଘୃଣା ନ କରି ରହିବ ହୋଇ ସଚେତନ |       


ବାହାରର ଖାଦ୍ୟ ପ୍ରତି ରୁଚିକୁ ଏଡାଇ,         

ଘରେ କରି ଭୁଞ୍ଜିବ ଗରମ ଖାଦ୍ୟ ଭାଇ |       


କାଶ, ଛିଙ୍କ, ଥଣ୍ଡା ଜ୍ୱର ଯଦି ହୋଇଥିବ,        

ଦୂରତାରେ ରହି ପ୍ରତିକାର ଯେ କରିବ  |      


ସରକାରଙ୍କ ନିର୍ଦେଶ ମାନିବାରେ ଭାଇ,        

କରୋନା ଟୀକାକୁ ନେବା ନିର୍ଭୟ ଯେ ହୋଇ |


ହାତକୁ ମୁଖରେ ବାରମ୍ବାର ନ ଲଗାଇ,         

ସାନିଟାଇଜ଼ଏର ଲଗାଇ ବାହାର ଯାଅ ଭାଇ |


ତେବେ ହାରିବ କରୋନା ଜିତିବା ଆମେ,        

ଆମରି ସାବଧାନତା ଲାଗିବ କାମେ |           


Rate this content
Log in

Similar oriya poem from Action