STORYMIRROR

Bharatabandhu Biswal

Action Thriller Children

4  

Bharatabandhu Biswal

Action Thriller Children

ସ୍ୱର୍ଣ୍ଣପ୍ରସୂ ମୋ ଭାରତ

ସ୍ୱର୍ଣ୍ଣପ୍ରସୂ ମୋ ଭାରତ

1 min
444


ଜାଳିଦିଅ ବୀର   ମୁକ୍ତିର ମଶାଲ

   ଜାଗ ବୀର ଭାରତୀୟ

ଢ଼ାଳି ଦିଅ ପ୍ରାଣ   ଉଷୁମ ରକତ

    ଭାରତର ହେଉ ଜୟ ।

ଦୁର୍ଜୟ ନିନାଦ   ହେଉ କମ୍ପମାନ

     ଆକୁମାରୀ ହିମାଳୟ

ଥରିଉଠୁ ଛାତି    ଭୀଷଣ ଅରାତି

     ଅଧର୍ମର ହେଉ କ୍ଷୟ ।

ଆମେ ଭାରତୀୟ   ଏକ ଆମ ସ୍ୱର

      ସତ୍ୟ ଅହିଂସା ମନ୍ତ୍ର

ପ୍ରାଚୀ ଲଲାଟର    ଉଦୟ ଅରୁଣ

     ସୂତ୍ରଧର ବିଜୟର ।

ଶାନ୍ତି ମୈତ୍ରୀ ପ୍ରୀତି  ଶିକ୍ଷା ସୁବିକାଶ

     ସମନ୍ବୟ ଆମ ନୀତି

ଦେଖାଉଛି ପଥ   ନୂତନ ଆଲୋକ

   ଅନନ୍ୟା ବିଶ୍ୱ ଭାରତୀ ।

ଆଶା ସୁବିଶ୍ୱାସ   କର୍ମ ସୁକର୍ତ୍ତବ୍ୟେ

     ଉଚ୍ଚମାନ ପରାକାଷ୍ଠା

ସେବା ସମର୍ପଣ   ଆତ୍ମ ବଳୀଦାନେ

    ନାହିଁ ତିଳେ ଆମ କୁଣ୍ଠା ।

ନାଶିବୁ ଅରାତି   ଘୋର ତମ ରାତି

     ବଜ୍ର ଆମର ଶପଥ

ଉଚ୍ଚ ମୂଲ୍ୟବୋଧେ   ହେବ ବିଶ୍ୱଗୁରୁ

    ସ୍ୱର୍ଣ୍ଣପ୍ରସୂ ମୋ ଭାରତ ।

  -------



Rate this content
Log in

Similar oriya poem from Action