STORYMIRROR

Subrat Malik

Abstract Inspirational Thriller

4  

Subrat Malik

Abstract Inspirational Thriller

କୃଷକ ଭାଈ

କୃଷକ ଭାଈ

1 min
281

ଖରା ବର୍ଷା ଶୀତ ଖାତିର ନ କରି

ସୁନାର ଫସଲ ଖେଳାଏ କ୍ଷେତେ,

ଲୁହ ଲହୁ ସାଥେ ସମ୍ପର୍କ ବାନ୍ଧିଣ

ଆହାର ଦିଅଇ ଜଗତ ମୁଖେ ।।


ପୂର୍ଵ ଦିଗେ ସୂର୍ଯ୍ୟ ଉଇଁବା ଆଗରୁ

ଛାଡ଼ିଦିଏ ବାସି ବିଛଣା ଶେଯ,

ପଖାଳ ଗଣ୍ଡାଏ ତୁଣ୍ଡରେ ଦେଇଣ

ବେଗେ ବେଗେ ଯାଏ କ୍ଷେତ ।।


ରବି ଶୋଇଗଲେ ରଜନୀ କୋଳରେ

ସିଏ ତ ଆସଇ ଘରକୁ ଫେରି,

ଦିନ କଟେ ତାର ବିଲରେ ବିଲରେ

ଶୋଇବାରେ କଟେ ରାତି ।।


ରୋଗ ପୋକ ବନ୍ୟା ମରୁଡ଼ି ସାଥିରେ ଯୁଝୁଥାଏ ପ୍ରତି ଦିବସ ମାସ,

ଭାଗ୍ୟ ହେଲେ ଶତ୍ରୁ ବେକେ ପଡ଼ିଯାଏ

ଗାଆଁ ମହାଜନ ଋଣର ଫାଶ ।।


ସୁଖ ଦୁଃଖ ଭରା ଜୀବନକୁ କେବେ

ମାଗେନି ହିସାବ ନିଜ ପାଉଣା,

ଭଙ୍ଗା କୁଡ଼ିଆରେ କାଟଇ ଜୀବନ

ଭାବେନି କେବେ ସେ ନିଜକୁ ଉଣା ।।


ଖୋଜେ ନାହିଁ କେବେ ହୀରାଲୀଳା ମୋତି

ସ୍ୱପ୍ନର ସୁବର୍ଣ୍ଣ ଭବ୍ୟ ମହଲ

ଲୋଡ଼ାନାହିଁ କେବେ ଆତିଥ୍ୟ ସମ୍ମାନ 

ମିଛ ପ୍ରଶଂସା ଓ ତାଳିର ମାଡ଼ ।।


ଦେଶର ସତତ ଜାଗ୍ରତ ସୈନିକ

ନିଜର ସ୍ୱାର୍ଥକୁ ଦିଏ ଆଳତୀ,

ଲଢୁଥାଏ ସଦା ପର ହିତ ପାଇଁ

କୃଷକ ଭାଇ ତା ଅଟଇ ଜାତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract