STORYMIRROR

Kabiratna Nutan Kumar Behera

Action Thriller

4  

Kabiratna Nutan Kumar Behera

Action Thriller

ପ୍ରେମ ପ୍ରତାରଣାର ପ୍ରତିକ୍ରିୟା

ପ୍ରେମ ପ୍ରତାରଣାର ପ୍ରତିକ୍ରିୟା

1 min
407

ପ୍ରେମରେ ପାଇଲେ ପ୍ରତାରଣା

ଜୀବନଟା ହୋଇଯାଏ ମରୂଭୂମି

ଆଶା ସ୍ବପ୍ନ ସବୁ ପାଲଟେ

ବାଲିସ୍ତୁପର ପାହାଡ଼

ଆଖି ଯା' ଦେଖେ ସବୁ ଲାଗେ

ପ୍ରବଞ୍ଚନାର ମରୀଚିକା

ଚାଲିବାର ପଥ ହୁଏ କଣ୍ଟକିତ

ମନର ଭାବନା ସାଜି ଆଗ୍ନେୟଗିରି

ଉଦ୍ଗୀରଣ କରେ ଘୃଣାର ଲାଭା

ହୃଦୟରେ ସୃଷ୍ଟି ହୁଏ ବାଡବାଗ୍ନୀ

ମାଡ଼ି ଆସେ ଭୟଙ୍କର ସୁନାମୀ 

ଜିଇଁବାଟା ଲାଗେ ତୁଚ୍ଛ

ଆସେ ନା ପ୍ରାଣରେ ପୁଲକ 

ସେ ପ୍ରତାରଣାରୁ ଜନ୍ମନିଏ ପ୍ରତିହିଂସା

ଛାତିର କୋହରୁ ଝରାଇବାକୁ ଲୁହ

ସାଜେ ସେ ଆତତାୟୀ

ଭୟ ନ ରଖି ମାରିବାକୁ ମରିବାକୁ

ଶାନ୍ତି ସନ୍ତୋଷ ଅନିର୍ଦ୍ଦିଷ୍ଟ କାଳ ପାଇଁ

ପାଖରୁ ହୁଅନ୍ତି ନିରୁଦ୍ଦିଷ୍ଟ

ସବୁକିଛିର ହୋଇ ଚାଲେ ଅବକ୍ଷୟ।

        

ପ୍ରେମ ପ୍ରତାରଣାର ପ୍ରତିକ୍ରିୟା

ପୁଣି ନେଇ ଆସେ ଆଉ ଏକ ସୁଯୋଗ

ଜୀବନ ସଜାଡ଼ିବାକୁ ଶିଖାଏ ଶୈଳୀ

ଯୋଗାଏ ଇନ୍ଧନ ଦିଏ ଆହ୍ବାନ

ଝୁଣ୍ଟି ପଡ଼ିବାରୁ ଉଠାଏ ଦମ୍ଭ କରି

ଝଡ଼ର ପ୍ରଭାବରେ ପ୍ରଭାବିତ ହୋଇଥିବା

ବଞ୍ଚିବାର ଧାରାକୁ ବଦଳାଏ

ପତ୍ରଝଡ଼ା ଗଛରେ ପଲ୍ଲବିତ କରିବାକୁ

ନେଇ ଆସେ ବସନ୍ତର ରଙ୍ଗ

ଫଗୁଣ ହସେ ଦଗ୍ଧ ଫୁଲବନକୁ

ସତେଜ କରାଏ ଆଶାର ଫୁଲ ଫୁଟାଇ

ନୂଆ ନୂଆ ଶାଖା ପ୍ରଶାଖା ମେଲାଇ

ପ୍ରତିଟି ସମାପ୍ତି ସ୍ବାଗତ କରେ ଆଉ ଏକ 

ଶୁଭାରମ୍ଭକୁ ତ୍ବରାନ୍ନିତ କରିବା ପାଇଁ

ଦିଏ ପ୍ରେରଣା ଉତ୍ସାହ ଆନନ୍ଦ ଭରି

ପ୍ରେମ ପ୍ରତାରଣାର ପ୍ରତିକ୍ରିୟାରେ

ଦେଖାଦିଏ ଏ ଦୁଇ ପାର୍ଶ୍ଵ

ନକରାତ୍ମକ ଭାବନା ଭାଙ୍ଗିଦିଏ

ହଜାଇ ଦିଏ ନେଇ ଘନ ଅନ୍ଧକାରରେ

ସକରାତ୍ମକ ଭାବନା ସଜାଡ଼ି ଦିଏ

ଜୀବନର ହୁଏ ପୁନର୍ବିନ୍ୟାସ

ନବ ସଂସ୍କରଣରେ ହେବାକୁ ଜାଜ୍ବଲ୍ୟିତ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action