STORYMIRROR

PUSPALATA SAHOO

Thriller Others

4  

PUSPALATA SAHOO

Thriller Others

କାଗଜ ଡ଼ଙ୍ଗା

କାଗଜ ଡ଼ଙ୍ଗା

1 min
518


କାଗଜ ଡ଼ଙ୍ଗା ମୁଁ ଭାସି ଭାସି ଯିବି 

ଜୀବନ ନଈର ଧାରେ 

ଉଠାଣି ଗଡା଼ଣି ପଥ ଡେଇଁ ଡେଇଁ 

ବହି ଯିବି ସୁଅ ପରେ !!

ଆଗରେ ରହିଛି ବନ୍ଧୁର ପଥର 

ଦୁଃଖ କଷ୍ଟ ଓ ଯାତନା 

ସୁଅର ସାଥେ ମୁଁ ଆଗକୁ ଚାଲିବି 

ପ୍ରତିରୋଧ ମୁଁ ଜାଣେନା !!

ପ୍ରତିକୂଳ ଆଉ ଅନୁକୂଳ ସାଥେ 

ଡ଼ଙ୍ଗା ମୋ ଯିବ ମାଡି 

ରହି ଯିବ ଖାଲି ପାଦ ଚି଼ହ୍ନ ମୋର 

ଜୀବନଟା ଗଲେ ଛାଡି !!

ପାପ ପୁଣ୍ୟର ନିକିତି ତଉଲି 

କରୁଥିବି ମୋର କର୍ମ 

ଜୀବନ ଡ଼ଙ୍ଗା ମୋ ସୁଖରେ ଚଳିବ 

ଧରିଥିଲେ କାତ ଧର୍ମ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller