STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ସାଗର

ସାଗର

1 min
242


ଉର୍ମିମାଳା ରେ ପରିପୂର୍ଣ୍ଣ 

ଢେଉରେ ତରଙ୍ଗାୟିତ ସ୍ପନ୍ଦନ 

କୂଳରେ ବାଲି ପାହାଡ଼ ଗନ୍ତାଘର 

ବାଲୁକା କଳା ମାଧୁର୍ଯ୍ୟ ଭରପୁର 

ଶାମୁକା କଙ୍କଡା ସତେ ଗୁପ୍ତଚର 

ଗର୍ଭଗୃହରେ ସାଇତା ମୋତିମାଣିକର 

ସ୍ବପ୍ନ ଆଣିଦିଏ ଜୀବନ ମାଦକତା 

ତଟ ରେ ବିପ୍ପଣୀ କରେ ଆକତାମାକତା 

ଜାତି ପ୍ରଜାତି ଜଳଚର ଯିବ 

ସ୍ଥଳରେ ମଣିଷର ଆର୍ତ୍ତନାଦ 

ହେ ସାଗର ତୁମେ ତ ସମୁଦ୍ର 

ମନ ଓ ହୃଦୟ କର ଆଦ୍ର 

ବିବଶତା ଟାଣି ଆଣେ ତୁମରି ନିକଟେ 

ଫେରାଇ ଦିଅ ସର୍ବସ୍ବ ଗର୍ଜ୍ଜନ ଆକଟେ 

ଜୀବନ ନାଟକରେ ତୁମ ଅସ୍ତିତ୍ୱ 

ଫେରାଇ ଆଣେ କଳାର କୃତିତ୍ୱ 

ତୁମେ ଚମକୁଥାଅ ନୀଳ ରଙ୍ଗେ 

ସ୍ବପ୍ନ ବୁଣି ଦିଅ ସାତରଙ୍ଗେ l

ଆକାଶ କୁ ଛୁଇଁଛ ଯେଉଁଯାଏ 

ଭୂମିରୁ ଭୂମା ଯାଏଁ ଆଖି ଛୁଏଁ 

ତରଙ୍ଗାୟୀତ ତୁମ ବେଳା ବିନ୍ୟାସ 

ସଂସାରେ ସନ୍ୟାସର ବିଲୋପ ନିର୍ଯ୍ୟାସ 

ହେ ସାଗର ନଦୀ ମାନଙ୍କର ବିଶ୍ୱାସେ 

ଧରଣୀରେ ପ୍ଲାବିତ ଧାବିତ ନିର୍ଲୋଭ ସ୍ପର୍ଶେ 

ତୁମେ ଥିଲ ଅଛ ଥିବ ଯୁଗ ପରେ ଯୁଗ 

ମଣିଷ ଶରୀର ମସ୍ତିଷ୍କ ମଧ୍ୟରେ ଅନୁରାଗେ

ତୁମ ଛଳଛଳ କଳକଳ ଜୀବନ ସଂଗୀତ 

ବଂଚିବାର ମାଦକତା ଗୁପ୍ତ ତୃପ୍ତ ଓ ଶାଶ୍ୱତ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract