ସାଗର
ସାଗର
ଉର୍ମିମାଳା ରେ ପରିପୂର୍ଣ୍ଣ
ଢେଉରେ ତରଙ୍ଗାୟିତ ସ୍ପନ୍ଦନ
କୂଳରେ ବାଲି ପାହାଡ଼ ଗନ୍ତାଘର
ବାଲୁକା କଳା ମାଧୁର୍ଯ୍ୟ ଭରପୁର
ଶାମୁକା କଙ୍କଡା ସତେ ଗୁପ୍ତଚର
ଗର୍ଭଗୃହରେ ସାଇତା ମୋତିମାଣିକର
ସ୍ବପ୍ନ ଆଣିଦିଏ ଜୀବନ ମାଦକତା
ତଟ ରେ ବିପ୍ପଣୀ କରେ ଆକତାମାକତା
ଜାତି ପ୍ରଜାତି ଜଳଚର ଯିବ
ସ୍ଥଳରେ ମଣିଷର ଆର୍ତ୍ତନାଦ
ହେ ସାଗର ତୁମେ ତ ସମୁଦ୍ର
ମନ ଓ ହୃଦୟ କର ଆଦ୍ର
ବିବଶତା ଟାଣି ଆଣେ ତୁମରି ନିକଟେ
ଫେରାଇ ଦିଅ ସର୍ବସ୍ବ ଗର୍ଜ୍ଜନ ଆକଟେ
ଜୀବନ ନାଟକରେ ତୁମ ଅସ୍ତିତ୍ୱ
ଫେରାଇ ଆଣେ କଳାର କୃତିତ୍ୱ
ତୁମେ ଚମକୁଥାଅ ନୀଳ ରଙ୍ଗେ
ସ୍ବପ୍ନ ବୁଣି ଦିଅ ସାତରଙ୍ଗେ l
ଆକାଶ କୁ ଛୁଇଁଛ ଯେଉଁଯାଏ
ଭୂମିରୁ ଭୂମା ଯାଏଁ ଆଖି ଛୁଏଁ
ତରଙ୍ଗାୟୀତ ତୁମ ବେଳା ବିନ୍ୟାସ
ସଂସାରେ ସନ୍ୟାସର ବିଲୋପ ନିର୍ଯ୍ୟାସ
ହେ ସାଗର ନଦୀ ମାନଙ୍କର ବିଶ୍ୱାସେ
ଧରଣୀରେ ପ୍ଲାବିତ ଧାବିତ ନିର୍ଲୋଭ ସ୍ପର୍ଶେ
ତୁମେ ଥିଲ ଅଛ ଥିବ ଯୁଗ ପରେ ଯୁଗ
ମଣିଷ ଶରୀର ମସ୍ତିଷ୍କ ମଧ୍ୟରେ ଅନୁରାଗେ
ତୁମ ଛଳଛଳ କଳକଳ ଜୀବନ ସଂଗୀତ
ବଂଚିବାର ମାଦକତା ଗୁପ୍ତ ତୃପ୍ତ ଓ ଶାଶ୍ୱତ l
