STORYMIRROR

Tilottama Prusty

Thriller

4  

Tilottama Prusty

Thriller

ନୂଆ ବରଷ

ନୂଆ ବରଷ

1 min
514

ଧିରେ ଧିରେ ଚାଲି ଯାଉଛି

        ଆମ ପୁରୁଣା ବର୍ଷ

 ଚଳ ଚଞ୍ଚଳରେ ଆସୁଛି

       ପୁଣି ନୂଆ ବରଷ।


ବିଗତ ଯେ ଦୁଇ ବରଷ

      କେତେ ଦୁଃଖ ଦେଇଛି

କୋରୋନା ବେମାରୀ ସଭିଙ୍କୁ

      ହନ୍ତସନ୍ତ କରିଛି ।


 କେତେ କେତେ ଘର ଗୁଡ଼ିକୁ

       ଉଜାଡି ସେ ଦେଇଛି

 କେତେ ଅବା ଛୋଟ ପିଲାଙ୍କୁ

      ଅନାଥ ସଜାଇଛି।


କାଳିଆଙ୍କୁ ମୁଁ ଡାକୁଛି

      ମୋର ମଥାକୁ ନଇଁ

ଦେଶକୁ ସେ ରକ୍ଷା କରନ୍ତୁ

      ଯାଉ ରୋଗ ଦୂରେଇ।


ଓମିକ୍ରନ ଆଉ ନ ବ୍ଯାପୁ

      ଆମ ସାରା ବିଶ୍ୱରେ

କାଳାତିପାତ ଯେ କରନ୍ତୁ

       ଟିକେ ଲୋକ ଶାନ୍ତିରେ।


ନୂଆ ବରଷରେ ସଭିଏଁ

       କର ଏହି ପ୍ରାର୍ଥନା

ବିଶ୍ବ ବିହାରୀ ଯେ ଶୁଣିବେ

        ନିଶ୍ଚେ ଆମ ବେଦନା ।


ମାକ୍ସକୁ ପିନ୍ଧିକି ସରଵେ

        ସଦା ଦୂରତା ରଖ

ଜନ ଗହଳି ଠୁ ଦୂରେଇ

       ରହିବାକୁ ଯେ ଶିଖ।


Rate this content
Log in

Similar oriya poem from Thriller