STORYMIRROR

Bharatabandhu Biswal

Inspirational Thriller Children

4  

Bharatabandhu Biswal

Inspirational Thriller Children

ଆଜି ଏ ସାଧାରଣତନ୍ତ୍ର ଦିବସେ

ଆଜି ଏ ସାଧାରଣତନ୍ତ୍ର ଦିବସେ

1 min
338

ଆସୁଛି ପବିତ୍ର ପାଳନ ଦିବସ

ଜାଗିଉଠ ଜନ ମନ

ମହାନ ଭାରତ ହେବ ଭାଗ୍ୟୋଦୟ

ଉତ୍ସବ ବାସ୍ତରୀତମ ।


ଦିଲ୍ଲୀ ଠାରୁ ପଲ୍ଲୀ ନଗର ସହର

ଉଡିବ ତ୍ରିରଙ୍ଗା ବାନା

ସାଧାରଣତନ୍ତ୍ର ଜନଗଣ ମନେ

ଭରିଦେବ ଉନ୍ମାଦନା ।


ନିରପେକ୍ଷ ଶାନ୍ତି ଅହି°ସାର ମନ୍ତ୍ର

ପ୍ରାଣେ କରି ଉଜ୍ଜିବୀତ

ହେବ ସୁସଜ୍ଜିତ ଜାତି ନନ୍ଦିଘୋଷ

ଚଳିବ ପ୍ରଗତି ରଥ ।


ଜାତୀୟ ସ°ହତି ରଥର ଦଉଡି

ସମ୍ମିଳିତ ପ୍ରଚେଷ୍ଟାରେ

ବିଜୟ କେତନ ଉଡେ ଫରଫର

ଦିବ୍ୟ ସମ୍ଭାବନା ସ୍ଫୁରେ ।


ଜାତିର ନିର୍ଝର ସାହିତ୍ୟ ସ°ସ୍କୃତି

ଭାବଗତ ମୂଲ୍ୟବୋଧ

କରୁ ଉଜାଗର ନିଷ୍ଠା ଜାତିପ୍ରାଣ

ନାଗରିକ ସୁଆଦର୍ଶ ।


କର୍ମ କୁଶଳତା ପ୍ରଯୁକ୍ତି ବିଜ୍ଞାନ

ଶିକ୍ଷା ସ୍ୱ।ସ୍ଥ୍ୟ ସେବା ନୀତି

ହେଉ ଉତ୍ସର୍ଗୀତ ସ୍ୱଚ୍ଛ ଓ ସୁଲଭ

ଜାଗୁ ଏ ମହାନ ଜାତି ।


ନେବା ଆସ ସର୍ବେ ଜୀବନ ସଙ୍କଳ୍ପ

ଆଜି ପବିତ୍ର ଦିବସେ

ସାଧାରଣତନ୍ତ୍ର ଉଚ୍ଚ ଉତ୍କର୍ଷତା

ସମ୍ପାଦିବା ନିଜ ହସ୍ତେ ।

  


Rate this content
Log in

Similar oriya poem from Inspirational