STORYMIRROR

Sumitra Nayak

Abstract Tragedy Thriller

4  

Sumitra Nayak

Abstract Tragedy Thriller

ଅସହାୟ ଭଗିନୀ

ଅସହାୟ ଭଗିନୀ

1 min
513


ମୋ ଜୀବ ଜୀବନ ମୋ ପରାଣ ଧନ

ଭାଇ ତୋ ବିୟୋଗେ ଲୀନ,

ଏ ଅସହାୟ ଭଗିନୀ ମର୍ମାହତ ଘେନି

ନୀରକୁ କରେ ସେ ପାନ ..।

ବ୍ୟାକୁଳ ହୋଇ ସେ ଅଧିର ହୋଇ ସେ

ଖୋଜି ବୁଲେ ଭାଇ ଭାଇ,

କାହିଁ ଗଲୁ ସବୁ ଦୁଃଖକୁ ଅଜାଡ଼ି

କିପରି ବଞ୍ଚିବି ସାଇଁ.... ।

ଦୁଃଖ ଦୁଃଖର ଏ ବିଷୟ ବସ୍ତୁ

ଅନୁଭୂତି ନୂଆ ନୂଆ,

କଷଣର ଭାର କରୁଛି ଅଧିର

ସାଙ୍ଗରେ ନେଲୁନି କଆଁ... ।

କେଡେ ସ୍ୱାର୍ଥରେ ତୁ ଚାଲି ଗଲୁ ଦୂରେ

କେବେ କି କରିବୁ ଭେଟ,

ତୋର ହସ ଆଉ ମୁଁ ଦେଖିକି ପାରିବି

ତୋର ଅଜସ୍ର ନାଟ...।

ଏ ତୁଚ୍ଛ ଭଗିନୀ ତୋର ହାତେ ପୁଣି

ବାନ୍ଧି କି ପାରିବ ରାକ୍ଷୀ,

ତୋର ହାତ ଆଉ ଉଠିବ କି ପାରିବ

ଆଶିଷ ଦବାକୁ ଯାଚି...।

ହୃଦୟ ରେ ମୋର ଚିର ସ୍ଥାୟୀରେ

ତୋ ମୁଖ ମୋର ଜୀବ,

ମୋର ପିଣ୍ଡେ ପ୍ରାଣ ସଞ୍ଚାର କରୁ ତୁ

କିପରି ବଞ୍ଚିବା ହେବ..।

ଅସହାୟ ମାତା ପିତା ସାଙ୍ଗ ସାଥି

ତୋ ଭାତୃ ଝୁରି କାନ୍ଦେରେ,

ଦେଖିକି କେମିତି ଶୋଇଚୁ ପାଗଳ

ହୃଦ କି ଯାଉନି ଫାଟିରେ..।

ମୋର ପ୍ରାଣ ତାକୁ ଦେଲନି କିମ୍ପାଇଁ

ହେ ମୋର ଜଗତ ଗୋସାଇଁ ,

ମୋ ଆୟୁଷ ତାକୁ ଭେଟି ଦେଇ ଥାନ୍ତ

ଖୁସିରେ ଥାନ୍ତି ମୁଁ ମରି...।

ବଞ୍ଚେଇ ରଖିଲ ଜାଳେଇ ମରିଲ

ମାରିବା ତୁମର ଥୟ,

ନିଷ୍ଠୁର ତୁମର ବିଚାର ବିମର୍ଶ

ବଞ୍ଚିବା ଟା ଲାଗେ ଭୟ...।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract