STORYMIRROR

CHINMAYEE PRADHAN

Abstract Classics Thriller

4  

CHINMAYEE PRADHAN

Abstract Classics Thriller

ଗଣତନ୍ତ୍ରର ଗଜଲ

ଗଣତନ୍ତ୍ରର ଗଜଲ

1 min
652

ଜାଗରେ ଜନତା ଜାଗରେ ଜନତା

     ଜାଗି ଉଠ ତୁମେ ଆଜି ।

ତୁମେ ନ ଜାଗିଲେ ତୁମେ ନ ଉଠିଲେ

     ଚାହିଁ ଥିବ ବୋକା ସାଜି ।


ତୁମରି ଭାଇସେ ତୁମରି ସୋଦର

     ବାଛିଥିଲ ତୁମେ ତାକୁ ,

ଜନତାକୁ ଜନାର୍ଦ୍ଦନ କହି ସିଏ

     ଆସିଲେ ଭୋଟ ନେବାକୁ ।


ଭାଇ ବନ୍ଧୁ କହି ଗୋଡ ହାତ ଧରି

     ନେହୁରା ଯେ ହେଉ ଥିଲେ ,

ପାଇଗଲା ପରେ ଚୁଟିଧରି ସିଏ

     ଉଠ୍ ବସ୍ ପରା କଲେ ।


ତୁମରି ଟଙ୍କାରେ ଅୟସ କରନ୍ତି

     ରାଜ ଉଆସରେ ବସି, 

ତୁମ ପାଅ ନାହିଁ ଖଣ୍ଡେ ହେଲେ ରୁଟି

     ହଉ ପଛେ ସିଏ ବାସି ।


ମାଆର ଉନ୍ନତି ଦେଶର ଉନ୍ନତି

     ଯିଏ ଦିନେ କହୁଥିଲେ,

ଭରା ଆଲୁଅରେ ଦିନ ଦ୍ୱିପ୍ରହରେ

      ଇଜ୍ଜତକୁ ଲୁଟି ନେଲେ ।


ଭାରତର ଆତ୍ମା ଗାଁରେ ରହିଛି

     ବୋଲି କହୁଥିଲେ ଗାନ୍ଧୀ,

ଗାଁର କୃଷକ ବିଷ ପିଏ ଏଠି

     ଆପଣା ଭାଗ୍ଯକୁ ନିନ୍ଦି ।


ବହୁ ରାଷ୍ଟ୍ରୀୟ କମ୍ପାନୀ ଆଣିଲେ

     କ୍ଷୁଦ୍ର ଶିଳ୍ପ ବୁଡାଇଲେ, 

ଭବିଷ୍ଯତ ତୁମ ଅନ୍ଧକାର ଜାଣ

     ବେଉସାକୁ ଛଡାଇଲେ ।


ମୌଳିକ ଶିକ୍ଷାକୁ ଲୋପ କଲଯେବେ

     ଶିକ୍ଷିତ ବେକାରି ବଢିଲେ ।

ପେଟ ପୋଷିବାକୁ ବାଟ ନ ପାଇକି

     ଚୋରି ଡକାୟତି କଲେ ।


ଭୁଲି ଗଲେ ଗାନ୍ଧି ଆଦର୍ଶର ନୀତି

     ସତ୍ଯ ଅହିଂସାର ମନ୍ତ୍ର

ଗଣତନ୍ତ୍ରର ଗଜଲ ଗାଇ ସିଏ

     ଚଲାନ୍ତିରେ ବଂଶତନ୍ତ୍ର।


Rate this content
Log in

Similar oriya poem from Abstract