STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଜୀବନ

ଜୀବନ

1 min
309

ଜୀବନ ଏକ ଅବୁଝା ବହି 

ପୃଷ୍ଠା ସବୁ ତାର ପାଣିରେ ମିଳାଏ ନାହିଁ 

ଜୀବନ ଏକ ଅବୁଝା ନଈ 

ଦି କୂଳରେ ତାର କେହି ବି ନାହିଁ 

ଜୀବନ ଏକ ସୁନେଲି ସକାଳ 

ଯାହାର କେବେ ପଡ଼େନା ଛାଇ 

ଜୀବନ ଏକ ଜଳନ୍ତା ଦ୍ବିପହର 

କୋଉଠି ସୁଖ ଦୁଃଖ ବାଣ୍ଟୁଛି କେହି 

ଜୀବନ ଏକ ଏମିତି ସନ୍ଧ୍ୟା 

ତୁଳସୀ ମୂଳେ ସଞ୍ଜ ସଳିତା ନାହିଁ 

ଜୀବନ ଏକ ଏମିତି ଋତୁ 

ଫୁଲ ତ ନାହିଁ ଫଳ ଆସିବ କାହିଁ 

ଜୀବନ ଏକ ଏମିତି ଗଳ୍ପ 

ନାୟକ ଅବା ନାୟିକା ଆସିବେ ନାହିଁ 

ଜୀବନ ଏକ ଏମିତି ଗୀତ 

ଦି ଡଙ୍ଗାରେ ଗୋଡ଼ ପଡ଼େନା କେହି 

ଜୀବନ ଏକ ଏକାକୀ ଗଛ 

ଛାଇ ରେ ବସେ ସବୁ ବାଟୋଇ ଭାଇ 

ଜୀବନ,ଏକ ଭିର୍ଣ୍ଣ ପାନ୍ଥଶାଳା

ଅଙ୍ଗାରେ କେ କେବେ ଲେଖିହିଁ ନାହିଁ 

ଜୀବନ ଏକ ତପ୍ତ ମରୁଉଦ୍ୟାନ 

ବାଲି ପାହାଡ଼ ସରେହିଁ ନାହିଁ 

ଜୀବନ ଗୋଟେ ସୂତା ରୁ ଖିଏ 

ଦୁଇ ନିଆଁର ଜଳଇ ଦି ପାଖେ ଜୁଇ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract