STORYMIRROR

Sunanda Mohanty

Abstract Tragedy Thriller

4  

Sunanda Mohanty

Abstract Tragedy Thriller

ଦୁଇଧାର ଲୁହ

ଦୁଇଧାର ଲୁହ

1 min
339

ଲୁହ ଦୁଇଧାର ଧୋଇଦିଏ,  ଜୀବନର କେତେ ପାପ 

ଲୁହ ଦୁଇଧାର କହିଦିଏ, ଜୀବନର ଅବଶୋଷ ।


ଲୁହ ଦୁଇଧାର ବୋହିଗଲେ, ଚାଲେ ବିଶ୍ୱାସର ନିଶ୍ୱାସ 

ଲୁହ ଦୁଇଧାର ନିଗିଡିଲେ, ବନ୍ଦହୁଏ ମନ ବିବେକ ସଂଘର୍ଷ ।


ଲୁହ ଦୁଇଧାର ପଣତ କୁ ଛୁଇଁ, ବାତ୍ସଲ୍ୟ ମମତା ସ୍ପର୍ଶ 

ଲୁହ ଦୁଇଧାର ଦେଇ ପଦେ,ଠାକୁର ପୂଜାରେ ଭକ୍ତି ଅଶେଷ ।


ଲୁହ ଦୁଇଧାର ଗଡ଼ିପଡ଼େ, ଦୁଃଖ ସୁଖ ବେଳାର ହସ 

ଲୁହ ଦୁଇଧାର କହିଦିଏ, ମନ ତଳେ ନିଆଁ ଧାସ ।


ଲୁହ ଦୁଇଧାର ବୁଝିଥାଏ, ଜୀବନର ଦୁଇ ପାର୍ଶ୍ୱ 

ଲୁହ ଦୁଇଧାର କହିପାରେ, ସତ୍ୟର ସାରଥୀ ବଶ ।


ଲୁହ ଦୁଇଧାର ବଖାଣେ, ଜୀବନେ ଆସେ କେବେ ଅଣଚାଷ 

ଲୁହ ଦୁଇଧାର ସମାଧିପୀଠରେ, ମନେ ପକାଇ ପିତୃପୁରୁଷ ।


ଲୁହ ଦୁଇଧାର ବୁଝିଥାଏ, ଆଖିପତା ନୀରବତା ଭାଷ

ଲୁହ ଦୁଇଧାର ଆଣିଦିଏ, ଅନୁଭୂତି ଦୀର୍ଘଶ୍ଵାସ ।


ଲୁହ ଦୁଇଧାର ବୁଝିଥାଏ ଯିଏ, ଜାଣେ ପ୍ରେମ ପ୍ରଣୟ ବିଶେଷ୍ୟ 

ଲୁହ ଦୁଇଧାର, ପଣତରେ ମୋର, ବାରିଧାରା ଭଗଶେଷ ।



Rate this content
Log in

Similar oriya poem from Abstract