STORYMIRROR

Bidulata Sahoo

Thriller

4  

Bidulata Sahoo

Thriller

କହିଲ କେମିତି ଲାଗେ

କହିଲ କେମିତି ଲାଗେ

1 min
648


ରାକାରଜନୀରେ ନ ପଡିବ ଯଦି ଜ୍ୟୋତ୍ସ୍ନା,

ଗ୍ରୀଷ୍ମଋତୁରେ ନ ଥିବ ମଲ୍ଲିର ବାସ୍ନା ,

ଫୁଲପାଶେ ଅଳି ନଉଡିଲେ ଅନୁରାଗେ,

କହିଲ କେମିତି ଲାଗେ ।


ଆଷାଢ଼ରେ ଯଦି ଝାଞ୍ଜିପବନ ବହେ,

ଶ୍ରାବଣରେ ଯଦି ମୌସୁମୀ ନାହିଁରହେ,

ଚଷାପୁଅ ଯଦି ଶସ୍ୟ କାହାକୁ ମାଗେ,

କହିଲ କେମିତି ଲାଗେ ।


ପୌଷରେ ଯଦି ଶୀତ ଲୁଚିଯାଏ କାହିଁ,

ବସନ୍ତରେ ଯଦି ମଳୟ ବହଇ ନାହିଁ,

ଚୁତଡାଳେ ଯଦି କୋଇଲି ନଗାଏ ରାଗେ,

କହିଲ କେମିତି ଲାଗେ ।


ସ୍କୁଲ୍ ନଯାଇ ନପଢ଼ିଲେ ପିଲେ ପାଠ,

ବାଟ ଚାଲୁଚାଲୁ ହୁଡିଯିବେ ଯଦି ବାଟ,

କର୍ମ ନକରି କହିବେ ଥିଲା ମୋଭାଗ୍ୟେ,

କହିଲ କେମିତି ଲାଗେ ।


ଶିକ୍ଷକ ଯଦି ଛାତ୍ରୀ କୁ କରେ ପ୍ରେମ,

ଭୃତ୍ୟୁଟି ଯଦି ପ୍ରଭୁ କୁ କରାଏ କାମ,

ସୁସ୍ଥ ଥାଇ ବି ଯୁବକଟେ ଭିକ ମାଗେ,

କହିଲ କେମିତି ଲାଗେ ।


ବାପାମାଆ ହୋଇ ଝିଅଟିଏ ନାହିଁ ଚାହଁ,

ଭୃଣହତ୍ୟାପାଇଁ ସମ୍ମତି ଯଦି ଦିଅ,

ସୃଷ୍ଟି ତାହେଲେ କିପରି ବଢ଼ିବ ଆଗେ,

କହିଲ କେମିତି ଲାଗେ ।


ଅମଲାତନ୍ତ୍ର ଉତ୍କୋଚ ଯଦିନିଏ,

ପ୍ରଶାସକ ହୋଇ ଦୁର୍ନୀତିଖୋର ହୁଏ,

ଝିଅଟେ ଦେଖିଲେ ଦୁଷ୍ଟ ବାସନା ଜାଗେ,

କହିଲ କେମିତି ଲାଗେ ।


ବଡହେଲାପରେ ନ ପଚାରେ ଯଦି ପୁଅ,

କହେ ଜରାଶ୍ରୟେ ଆଶ୍ରୟ ଯାଇ ନିଅ,

ଏମିତିକା ପୁଅ ଥାଏ ଯଦିକାର ଭାଗ୍ୟେ,

କହିଲ କେମିତି ଲାଗେ ।


ରୋଗୀସେବା ପାଇଁ ଡାକ୍ତର କଲେ ମନା,

ରାସ୍ତାକାମ ପାଇଁ ଯନ୍ତ୍ରୀ ଖୋଜିଲେ ଦାନା,

ଜେଜେ ଥାଉଥାଉ ନାତି ଚାଲିଗଲେ ଆଗେ,

କହିଲ କେମିତି ଲାଗେ ।


ଯେତେବେଳେ ଯାହା ହେବାକଥା ଯଦି ହୁଏ,

ମଣିଷକୁ ଯଦି ମଣିଷଟି ଭଲ ପାଏ,

ସବୁପଛ କରି କର୍ତ୍ତବ୍ୟ କରେ ଆଗେ,

କହିଲ କେମିତି ଲାଗେ ।



Rate this content
Log in

Similar oriya poem from Thriller