STORYMIRROR

arun sahoo

Tragedy Action Thriller

4  

arun sahoo

Tragedy Action Thriller

ଝରଣା

ଝରଣା

1 min
446

କୁଳୁ କୁଳୁ ତାନ

ବହଇ ଉଚ୍ଛନ

ଶଇଳ ର କନ୍ଦରରୁ

ଶୀତଳ ନିର୍ମଳ

ଝରଣାର ଜଳ

ବହି ଚାଲେ ଗିରି ମେରୁ।


ଅଙ୍କାବଙ୍କା ଗତି

ହୋଇ ନିମ୍ନ ମୁଖା

ବହି ଉଦ୍ ବେଗ ଗତିରେ

ବନ୍ୟା ଜୀବ ଯନ୍ତୃ

ଜୀବନ ସୁରକ୍ଷା 

ଶୋଷ ମେଣ୍ଟେ ଝରଣାରେ।


ପୁର ପଲ୍ଲୀ ଗ୍ରାମ

କଡେ ବହି ଯାଏ

ଜନ ଜୀବନ ଙ୍କ ରକ୍ଷା

ଜଳହିଁ ଜୀବନ 

ପବିତ୍ର ସ୍ବଚ୍ଛତା

ଅବଗାହନେ ସୁସ୍ଥ ତା।


ଅମୃତ ର ଝର

ସୁଧା ସମ ଜଳ

ରୂପେଲି ତା ଜଳ ବିନ୍ଦୁ

ମିଠା ତାର ସ୍ବାଦ। 

ଅମୃତ ସମାନ

ଲକ୍ଷ୍ୟସ୍ଥଳ ତାର ସିନ୍ଧୁ


କଳ କଳ ନାଦ 

ଥିରି ଥିରି ବେଗ

କୁଞ୍ଚି କୁଞ୍ଚି ତାର ଦୃଶ୍ୟ

ପ୍ରାକୃତିକ ଦୃଶ୍ୟ 

ପରିବେଶ ସୁସ୍ଥ

ନୁହଁଇ ଦେଖା ଅବଶ୍ୟ।


ସବୁଜ ବନାନୀ

ପାହାଡ଼ ଶୋଭନୀ

ଆଉ ଦେଖା ଯାଉ ନାହିଁ

ପ୍ରଦୁଷିତ ଜଳ

ନଈ ନାଳ ଝର

ଝରଣା ତ ବହୁ ନାହିଁ।


ତା ମୂଳ କାରଣ

ଜଙ୍ଗଲ ଶୋଷଣ

କାହୁଁ ବହିବ ଝରଣା

ଜନ ସଚେତନ

ବୃକ୍ଷ ର ରୋପଣ

ନ ହୋଇଲେ ବାଟ ବଣା।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy